Videos
|
Odisha

ଗିରଫ ପରେ ଉଦିତଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗିରଫ ପରେ ଉଦିତଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ

Key Points

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ
ଉଦିତଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା
କୋଲଡ଼ ଡ୍ରିଂକ୍ସ ରେ ନିଶା ଦେଇ ହୋଟେଲ ରୁମ ରେ ଦୁଷ୍କର୍ମ କରିଥିଲେ ଉଦିତ
ଗିରଫ ପରେ ଉଦିତଙ୍କୁ ଦଳ ରୁ ନିଲମ୍ବନ କଲା କଂଗ୍ରେସ
ରାହୁଲ ଓ ଭକ୍ତଙ୍କ କୁଶପୁତ୍ତଳିକା ଜାଳି ଗର୍ଜିଲା ଏବିଭିପି ଓ ବିଜେପି

ପ୍ରଥମେ ଗାଡି ରେ ଲିଫ୍ଟ । ପରେ ହୋଟେଲ ନେଇ କୋଲଡ଼ ଡ୍ରିଂକ୍ସ ରେ ନିଶା ଦେଇ ଦୁଷ୍କର୍ମ । ଜଣେ ଛାତ୍ରୀ ଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବା ଅଭିଯୋଗ ରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରାଧାନ ଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । ଛାତ୍ରୀ ଙ୍କ ଅଭିଯୋଗ ମୁତାବକ ଗତ 18 ମାର୍ଚ୍ଚ 2025ରେ ମାଷ୍ଟର କ୍ୟାଣ୍ଟିନ କୁ ନିଜର ଦୁଇ ସାଙ୍ଗ ମାନଙ୍କ ସହ ସେ ବୁଲିବାକୁ ଆସିଥିଲେ | ସେଠାରେ ଦୁଇ ସାଙ୍ଗ ପୀଡିତା ଙ୍କୁ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଙ୍କ ସହ ଚିହ୍ନା ପରିଚୟ କରାଇ ଥିଲେ | ପରେ ଉଦିତ ପ୍ରଧାନ ଙ୍କ ଗାଡିରେ ପୀଡିତା ଏବଂ ଦୁଇ ସାଙ୍ଗ ଉଦିତ ଙ୍କ ଗାଡ଼ିରେ ରାଜଧାନୀର ଏକ ହୋଟେଲକୁ ଯାଇଥିଲେ |


ସେଠାରେ ଉଦିତ ଓ ଅନ୍ୟମାନେ ମଦ ପିଇଥିଲେ | ପୀଡିତା ମଦ ପିଇବାକୁ ମନା କରିବା ପରେ ଉଦିତ ତାଙ୍କୁ କୋଲଡ଼ ଡ୍ରିଂକ୍ସ ପିଇବାକୁ ଦେଇଥିଲେ.. ଯାହା ପିଇବା ପରେ ଅଚେତ ହୋଇପଡ଼ିଥିଲେ ପୀଡିତା.. ତେବେ ଚେତା ଫେରିବା ପରେ ଦୁଷ୍କର୍ମ ହୋଇଥିବା ସେ ଜାଣିବାକୁ ପାଇଥିଲେ । ତେବେ ଏନେଇ ଅଭିଯୋଗ କଲେ ମାରି ଦେବାକୁ ଧମକ ଦେଇଥିଲେ ଉଦିତ.. ଗତ 20 ଜୁଲାଇ ରେ ସାହସ ଜୁଟାଇ ପୀଡିତା ଥାନା ରେ ଏତଲା ଦେବା ପରେ ଉଦିତ ଙ୍କୁ ଗିରଫ କରିଛି ପୋଲିସ । ଉଦିତ ଙ୍କ ବିରୋଧ ରେ BNS ର ଦଫା 64(1), 123, 296, 74 ଓ 351(2) ଭଳି ସଂଗୀନ ଦଫା ଲଗାଇ ପୀଡିତା ଙ୍କ ଡାକ୍ତରୀ ମାଇନା ପରୀକ୍ଷା କରିଛି ।

ସେପଟେ ଉଦିତ ଙ୍କ ଗିରଫ ପରେ ଜୋର ଧରିଛି ରାଜ୍ୟ ରାଜନୀତି । ମାଷ୍ଟର କ୍ୟାଣ୍ଟିନ ଛକ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ କୁଶ ପୁତ୍ତଳିକା ଦାହ କରିଛି ଛାତ୍ର ସଙ୍ଗଠନ ଏଵି ଭି ପି ଓ ବିଜେପି ଯୁବମୋର୍ଚ୍ଚା । ପିସିସି ସଭାପତି ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଥିବା ବେଳେ ଏ ସିପି ଙ୍କୁ ଭେଟି ମାମଲା ସମ୍ପର୍କ ରେ ଆଲୋଚନା କରିଛି ପ୍ରତିନିଧି ଦଳ..ତେବେ ନାରୀଙ୍କ ନ୍ୟାୟ ପାଇଁ କଂଗ୍ରେସ ତାହାର ଆନ୍ଦୋଳନ ଜାରି ରଖିବ କହିଛନ୍ତି ପିସିସି ସଭାପତି । ସେପଟେ ବିଜେପି କହିଛି ଏହା ହେଉଛି କଂଗ୍ରେସର ଅସଲ ଚେହେରା । ଉଦିତ ଙ୍କ ନାରେ ପୂର୍ବରୁ ବିଭିନ୍ନ ଥାନା ରେ ସଂଗୀନ ମାମଲା ରହିଛି.. ଏଭଳି ଅଭିଯୋଗ ଆସିବା ପରେ ଉଦିତ ଙ୍କୁ ନେଇ ଅଡୁଆ ରେ ପଡିଛି ରାଜ୍ୟ କଂଗ୍ରେସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

congress-suspends-udit-from-party-after-arrest | Argus News