Videos
|
Odisha

ଓଡ଼ିଶା ବନ୍ଦ ନାଁରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡ଼ିଶା ବନ୍ଦ ନାଁରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

Key Points

ଓଡ଼ିଶା ବନ୍ଦ ନାଁରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି
ଯୁକ୍ତିତର୍କ ପରେ ଯୁବକଙ୍କ ଉପରକୁ ଚଢି ଆସି ଗୋଡାଇ ଗୋଡାଇ ପିଟିଲେ
ଜଗତସିଂହପୁରରୁ ଆସିଛି କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିର ଚିତ୍ର
ପୋଲିସର ବୁଝାସୁଝା ପରେ ବି ଅମାନିଆ କଂଗ୍ରେସ କର୍ମୀ

ଓଡ଼ିଶା ବନ୍ଦ ନାଁରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ପ୍ରଥମେ ଯୁକ୍ତିତର୍କ ପରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ କଂଗ୍ରେସ କର୍ମୀ । ଜଗତସିଂହପୁରରୁ ଆସିଛି ଏଭଳି ଚିତ୍ର । ପୋଲିସର ବୁଝାସୁଝା ପରେ ବି ଅମାନିଆ କଂଗ୍ରେସ କର୍ମୀ ଯୁବକଙ୍କ ଉପରକୁ ଚଢି ଆସିବା ସହ ମାଡ଼ ମାରିବାର ଦୃଶ୍ୟ ଦେଖାଯାଇଛି ।

ସେପଟେ ମାନିବକତା ଭୁଲିଗଲେ କଂଗ୍ରେସ କର୍ମୀ । ବନ୍ଦ ପାଇଁ ରୋଗୀକୁ ବି ଅଟକାଇଲେ । ନିଜ ଚିକିତ୍ସା ପାଇଁ ବାହାର ରାଜ୍ୟରୁ ଆସିଥିଲେ ବୟସ୍କ ଲୋକ ଜଣଙ୍କ । ଯିଏ କି କର୍କଟ ରୋଗରେ ପୀଡିତ । ମାତ୍ର ତାଙ୍କୁ ଭୁବନେଶ୍ବରରେ କଂଗ୍ରେସ କର୍ମୀ ମାନେ ଛାଡିଲେ ନାହିଁ ।

ସେହିପରି ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଯାତ୍ରୀମାନେ ହଇରାଣ ହେଉଛନ୍ତି । ମାଷ୍ଟର କ୍ୟାଣ୍ଟିନରେ ଆମ ବସକୁ ଅଟକାଇ ଚାବି ଛଡାଇ ନେଇଗଲେ କଂଗ୍ରେସ କର୍ମୀ । ରାସ୍ତା ମଝିରେ ଠିଆ ହୋଇଛି ଆମ ବସ୍ । ରେଲୱେ ଷ୍ଟେସନଠୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
congress-workers-gang-up-in-odisha-shutdown-issue | Argus News