Videos
|
Odisha

କଂଗ୍ରେସର କଳା କାରନାମା, ସାମ୍ନାକୁ ଆସିଲା ରାଷ୍ଟ୍ରବିରୋଧୀ ଚେହେରା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଂଗ୍ରେସର କଳା କାରନାମା, ସାମ୍ନାକୁ ଆସିଲା ରାଷ୍ଟ୍ରବିରୋଧୀ ଚେହେରା

ଅର୍ଗସ ବ୍ୟୁରୋ:  ଭୁବନେଶ୍ବରରେ କଂଗ୍ରେସର କଳା କାରନାମା। ସାମ୍ନାକୁ ଆସିଲା କଂଗ୍ରେସର ରାଷ୍ଟ୍ରବିରୋଧୀ ଚେହେରା । ଓଡ଼ିଶା ଗସ୍ତରେ ଆସିଥିବା RSS ସରସଂଘଚାଳକ ମୋହନ ଭାଗବତଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଗୁରୁବାର ସଂଧ୍ୟାରେ ମୋହନ ଭାଗବତ ଜୟଦେବ ଭବନରେ ଆୟୋଜିତ ସ୍ବର୍ଗତ ଶିବରାମ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବାକୁ ଯାଉଥିବାବେଳେ ହଠାତ୍ ତାଙ୍କ କାରକେଡ୍ ଭିତରକୁ ପଶି ଆସିଥିଲେ ୧୦ରୁ ଅଧିକ ଛାତ୍ର କଂଗ୍ରେସ କର୍ମୀ।


ସେମାନେ କଳାପତାକା ଦେଖାଇଥିବାବେଳେ ତୁରନ୍ତ ସେମାନଙ୍କୁ କାବୁ କରିଥିଲା ପୋଲିସ। ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହ ୮ ଛାତ୍ରଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ABVP କହିଛି ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ଏଭଳି ଆଚରଣ ପାଇଁ କଂଗ୍ରେସର ଜଣେ ବରିଷ୍ଠ ନେତା ଉସୁକାଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେପଟେ କଂଗ୍ରେସର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । 


ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା RSS ରାଷ୍ଟ୍ରବାଦର ପ୍ରହରୀ, ତେଣୁ ଏହାକୁ ସହ୍ୟ କରିପାରୁନାହିଁ କଂଗ୍ରେସ ବୋଲି ABVP କହିଛି । ଏହାସହ RSS ସରସଂଘଚାଳକ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବାକୁ ଆସିଥିବାବେଳେ କଂଗ୍ରେସର ଏଭଳି କାରନାମାକୁ ସବୁ ମହଲରୁ ନିନ୍ଦା କରାଯାଇଛି ।

Congress's dark work, anti-national face exposed update | Argus News