Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସର ହଲ୍ଲାବୋଲରେ ବିଧାନସଭାରେ ଅଚଳାବସ୍ଥା

Rashmita Mishra
Browse all articles by Rashmita Mishra
·1 year ago·2 min read
 କଂଗ୍ରେସର ହଲ୍ଲାବୋଲରେ ବିଧାନସଭାରେ ଅଚଳାବସ୍ଥା

Key Points

କଂଗ୍ରେସର ହାଲ୍ଲାବୋଲରେ ବିଧାନସଭାରେ ଅଚଳାବସ୍ଥା
ବିଜେପି ଆଣିଲା ମା-ପୁଅ ଥିଓରୀ
ଇରାଶିଷ କହିଲେ ମା ପୁଅଙ୍କ କଥାରେ ଚାଲୁଛି ଓଡିଶା କଂଗ୍ରେସ
ରାଜ୍ୟ କଂଗ୍ରେସ ମା-ପୁଅଙ୍କ ବୁଦ୍ଧିରେ ଅନୁପ୍ରାଣିତ
ଦେଶରେ ଶେଷ ହୋଇଗଲେଣି ଦଳ , ରାଜ୍ୟରେ ହୋଇଯିବ କି ତଳି ତଳାନ୍ତ ?

ଚାଲି ପାରିଲାନି ପ୍ରଶ୍ନକାଳ । ହୋଇପାରିଲାନି ଶୂନ୍ୟକାଳ ଆଲୋଚନା । ଗୃହ ଆରମ୍ଭରୁ ହୁଇସିଲ ବଜାଇ ହଟ୍ଟଗୋଳ କଲେ କଂଗ୍ରେସ ବିଧାୟକ । ପୂର୍ବତନ ବିଧାୟକ ସ୍ଵର୍ଗତ ଦେବରାଜ ସେଠଙ୍କ ବିୟୋଗରେ ଆଗତ ଶୋକ ପ୍ରସ୍ତାବ ପରେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲା କଂଗ୍ରେସ ବିଧାୟକ । ଆଜି ବି ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ପ୍ରତିବାଦ କରିଥିଲା । ଆଗରୁ କଳା ପଟି ବାନ୍ଧି, ହାତରେ ପ୍ଲା-କାର୍ଡ ଧରି ହୋହାଲ୍ଲା କରୁଥିଲେ । କିନ୍ତୁ ଆଜି ହୁଇସିଲ ଫୁଙ୍କି ଅଭିବନ ଢଙ୍ଗରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ତେବେ ହଟ୍ଟଗୋଳ ଭିତରେ ମାତ୍ର କିଛି ସମୟ ଚାଲିପାରିଥିଲା ପ୍ରଶ୍ନକାଳ । ବାଚସ୍ପତିଙ୍କ ବାରମ୍ବାର ଅପିଲ୍ ସତ୍ତ୍ଵେ କଂଗ୍ରେସ ବିଧାୟକ ମାନେ ନିଜ ସିଟକୁ ଯାଇନଥିଲେ । ଫଳରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ କଂଗ୍ରେସ ବିଧାୟକ ମାନେ ଏତିକିରେ ଅଟକି ନଥିଲେ । ଗୃହ ବାହାରକୁ ଆସି ଗାନ୍ଧୀ ମୂର୍ତ୍ତୀ ତଳେ ହୁଇସିଲ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ପରେ ମୁଲତବୀ ଆଲୋଚନାରେ ବି ଅଂଶ ଗ୍ରହଣ କରିନଥିଲା କଂଗ୍ରେସ ।

ସେପଟେ କଂଗ୍ରେସର ହୁଇସିଲ ମାରି ପ୍ରତିବାଦକୁ ନେଇ କଡା ଜବାବ ରଖିଲା ବିଜେପି । କଂଗ୍ରେସ ଯେଉଁ ଭଳି ଢଙ୍ଗରେ ହୁଇସିଲ ମାରି ପ୍ରତିବାଦ କରୁଛି ତାହା ଅଶୋଭନୀୟ । ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଲତବୀ ଆଲୋଚନା ହେବା ପରେ ଏ ପ୍ରସଙ୍ଗ ଉଠାଇବାରେ କୌଣସି ଆବଶ୍ୟକତା ନାହିଁ । ବାରମ୍ବାର ପ୍ରତିବାଦ ଯୋଗୁଁ ପ୍ରଶ୍ନକାଳ ଚାଲି ପାରୁନାହିଁ । ରାଜ୍ୟବାସୀଙ୍କ ସ୍ଵାର୍ଥ ବ୍ୟାହତ ହେଉଛି । ଦିଲ୍ଲୀରୁ ମାଆ ପୁଅଙ୍କ ନିର୍ଦ୍ଦେଶରେ କଂଗ୍ରେସ ଏଠି ପରିଚାଳିତ ହେଉଛି । ମୁଲତବୀ ଆଲୋଚନା ପରେ କଂଗ୍ରେସ ଯଦି ଅଧିକ କିଛି କହିବାକୁ ଚାହୁଁଛି, ତେବେ ଶୂନ୍ୟକାଳ ଓ ଅନ୍ୟ ସମୟରେ ଉଠାଇ ପାରିବେ । କିନ୍ତୁ ପ୍ରତିବାଦ କରି ଗୃହ ଚଲେଇ ନଦେବାକୁ ରାଜ୍ୟବାସୀ ଗ୍ରହଣ କରିବେନି ବୋଲି କହିଛି ବିଜେପି ।

ଦେଶରେ କଂଗ୍ରେସର ସ୍ଥିତି ବିପର୍ଯ୍ୟସ୍ତ । ଅସ୍ତିତ୍ଵ ବ଼ଞ୍ଚାଇବାକୁ ଆଞ୍ଚଳିକ ଦଳଙ୍କ ଭରସାରେ ଦେଶର ସର୍ବ ପୂରାତନ ଦଳ । ବିଭିନ୍ନ ସମୟରେ ଦେଶ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହେଉଛନ୍ତି କଂଗ୍ରେସର ସର୍ବୋଚ୍ଚ ନେତା । ଓଡିଶା ବିଧାନସଭା ନିର୍ବାଚନରେ ବି କଂଗ୍ରେସ ବହୁ କଷ୍ଟରେ ଦୁଇ ଅଙ୍କ ଛୁଇଁଛି । ତେଣୁ ଭବିଷ୍ୟତରେ କଂଗ୍ରେସର ଅବସ୍ଥା କଣ ହେବ ତାହା ଉପରେ ରହିଛି ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
congresss-hubbub-leads-to-a-standstill-in-the-assembly | Argus News