ଏମରଜେନ୍ସୀକୁ ନେଇ ଥରୁରଙ୍କ ଆର୍ଟିକିଲ ବଢାଇଲା କଂଗ୍ରେସର ଅଡୁଆ

Key Points
ସମ୍ବିଧାନ ବଞ୍ଚାଅ ବନାମ ସମ୍ବିଧାନର ହତ୍ୟା
ଶଶି ଥରୁର ଦେଖାଇଲେ କଂଗ୍ରେସକୁ ଆଇନା
ଏମରଜେନ୍ସୀକୁ ନେଇ ଥରୁରଙ୍କ ଆର୍ଟିକିଲ ବଢାଇଲା କଂଗ୍ରେସର ଅଡୁଆ
ଇନ୍ଦିରା ଗାନ୍ଧିଙ୍କ କ୍ଷମତା ଲୋଭରୁ କରାଯାଇଥିଲା ଗଣତନ୍ତ୍ରର ହତ୍ୟା
ଥରୁର ଲେଖିଛନ୍ତି ଆଜିର ଗଣତନ୍ତ୍ର ଅଧିକ ସମୃଦ୍ଧ ଓ ମଜଭୁତ
ଆଜିର ଭାରତ ନୁହେଁ ୧୯୭୫ ମସିହାର ଭାରତ
ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ଅଭିଯାନକୁ ଖୋଦ୍ କଂଗ୍ରେସ ସାଂସଦ ଶଶି ଥରୁର ଦେଖାଇଛନ୍ତି ଆଇନା। ମାଲାୟଲମ ସମ୍ବାଦପତ୍ରରେ ପ୍ରକାଶିତ ଆର୍ଟିକିଲରେ ଥରୁର ସିଧାସିଧା ଲେଖିଛନ୍ତି ଆଜିର ଭାରତ ନୁହେଁ ୧୯୭୫ ମସିହାର ଭାରତ। ଆଜି ଆମ ଗଣତନ୍ତ୍ର ଅଧିକ ଆତ୍ମବିଶ୍ବାସୀ, ଅଧିକ ସମୃଦ୍ଧ ଓ ଅନେକ ଦୃଷ୍ଟିରୁ ଅଧିକ ମଜଭୁତ। ଥରୁରୁ ଲେଖିଛନ୍ତି ଏମରଜେନ୍ସୀ କେବଳ ଇତିହାସର ଭୁଲ ନୁହେଁ ଏହା ଗଣତନ୍ତ୍ର ପାଇଁ ଚେତାବନୀ। ଗଣତନ୍ତ୍ରର ସମର୍ଥକ ଏହାକୁ ମନେ ରଖିବା ଉଚିତ। ଶଶି ଥରରୁଙ୍କ ଏହି ଆର୍ଟିକିଲ ବୋମା କଂଗ୍ରେସରେ ସୃଷ୍ଟି କରିଛି ବିସ୍ଫୋରଣ। ଏହାକୁ ନେଇ ବ୍ୟାକଫୁଟରେ କଂଗ୍ରେସ। ଆଉ ବିଜେପି କହିଛି ଶଶିଙ୍କୁ ବିରୋଧ ସ୍ପଷ୍ଟ କରୁଛି କଂଗ୍ରେସ କରୁଛି ଏମରଜେନ୍ସ୍ରୀର ସମର୍ଥନ।
ନିଜ ଆର୍ଟିକିଲରେ ଥରୁରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ କ୍ଷମତାଲୋଭୀ ବୋଲି ଦର୍ଶାଇଛନ୍ତି। ଇନ୍ଦିରାଙ୍କ କ୍ଷମତା ଲୋଭ ଦେଶକୁ ଭୟ ଓ ଦମନ ଆଡକୁ ନେଇଯାଇଥିଲା। ଛୋଟ ଛୋଟ ଅଧିକାର ନାଁରେ ଲୋକଙ୍କଠାରୁ ସ୍ବାଧୀନତା ଧୀରେ ଧୀରେ ଛଡ଼ାଇ ନିଆଯାଇଥିଲା। ଏସବୁ ରାଷ୍ଟ୍ରହିତ ପରି ଶବ୍ଦର ଆଢୁଆଳରେ କରାଯାଇଥିବା ଲେଖିଛନ୍ତି ଶଶି ଥରୁର। ଏଥିସହ ସଞ୍ଜୟ ଗାନ୍ଧିଙ୍କ ଦବରଦସ୍ତ ବନ୍ଧ୍ୟାକରଣ ନୀତିକୁ ନିଷ୍ଠୁରତା ବୋଲି କହିଛନ୍ତି ଥରୁରୁ। ଦିଲ୍ଲୀରେ କପରି ବସ୍ତି ଧ୍ବଂସ କରାଯିବା ଯୋଗୁଁ ହଜାର ହଜାର ଲୋକ ହେଲେ ବାସହୀନ ହୋଇଥଲେ ସେ ପ୍ରସଙ୍ଗବି ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି କଂଗ୍ରେସ ସାଂସଦ। ଥରୁରଙ୍କ ଆର୍ଟିକିଲ ବିଜେପିକୁ ଧରାଇ ଦେଇଛି କଂଗ୍ରେସକୁ ଘେରିବାର ମୌକା।
ଜରୁରୀକାଳୀନ ପରିସ୍ଥିତ ବେଳେ ଜେଲରେ କିପରି ରାଜନୈତିକ ବନ୍ଦୀମାନଙ୍କୁ ଯାତନା ଦିଆଯାଉଥିଲା ଓ ହତ୍ୟା କରାଯାଉଥିଲା ତାହା ନିଜ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି ଥରୁରୁ। ଏମଲଜେନ୍ସୀ କ୍ଷମତାର ନିଷ୍ଠୁର ତଥା ମନମାନୀ ପ୍ରୟୋଗ ଥିଲା। ସରକାର କିପରି ନିଜର ନୈତିକତା ଓ ଉତ୍ତରଦାୟିତ୍ବ ହରାଇପାରନ୍ତି ଜରୁରୀକାଳୀନ ପରିସ୍ଥିତ ତାହା ଦର୍ଶାଇଲା ବୋଲି ଲେଖିଛନ୍ତି ଥରୁରୁ। ଗୋଟେପଟେ ଏମରଜନ୍ସୀର ୫୦ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଇତିହାସର ସେହି କଳା ଅଧ୍ୟାୟ ସମ୍ପର୍କରେ ଦେଶବାସୀଙ୍କ ଅବଗତ କରୁଛି । ଏଭଳି ସ୍ଥିତିରେ ଥରୁରଙ୍କ ଆର୍ଟିକିଲ ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଛି ।