Odisha News / MKCGରେ ଆଖି ବୁଜିଲା ଯୋଡ଼ାମୁଣ୍ଡ ଶିଶୁ, ଜନ୍ମର ୭ ଦିନ ପରେ ଗଲା ଜୀବନ

Key Points
ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ, ଜୀବନ ସହ ସଂଘର୍ଷ କରି ଆଖି ବୁଜିଲା ଶିଶୁପୁତ୍ର
କନ୍ଧମାଳରୁ ଆସିଲା ଦୁଃଖଦ ଖବର, ବ୍ରହ୍ମପୁର MKCGରେ ଯୋଡ଼ାମୁଣ୍ଡ ଶିଶୁର ମୃତ୍ୟୁ
ଜଗାବଳିଆଙ୍କ ପରେ ଚର୍ଚ୍ଚାକୁ ଆସିଥିଲା ଆଉ ଏକ ଯୋଡ଼ାମୁଣ୍ଡ ଶିଶୁ, ଶେଷରେ ଆଖି ବୁଜିଲା ନବଜାତ
ଆଖି ବୁଝିଲା ଯୋଡ଼ାମୁଣ୍ଡ ଶିଶୁ... କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତର ଜଣେ ମହିଳା ଯୋଡ଼ାମୁଣ୍ଡ ଥିବା ଗୋଟିଏ ଶିଶୁ ଜନ୍ମ ଦେଇଥିଲେ ଯାହାର ମଳଦ୍ଵାର ନଥିଲା । mkcg ରେ ଆଖି ବୁଝିଲା ଯୋଡମୁଣ୍ଡ ଶିଶୁ ପୁତ୍ର । ଗତ ୧୧ତାରିଖରେ ଜନ୍ମ ହୋଇଥିଲା ଯୋଡ଼ାମୁଣ୍ଡ ଶିଶୁ ପୁତ୍ର ।
ଗୋଟିଏ ଶରୀର, ହେଲେ ରହିଛି ଦୁଇଟି ମୁଣ୍ଡ, ଦୁଇଟି ଛାତି । ଛାତି ସହ ଛୁଆର ଗୋଟିଏ ହାତ ମଧ୍ୟ ଲାଗି ରହିଛି । ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଏହି ବିରଳ ଶିଶୁ ଜନ୍ମ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ, ଗତ ୧୧ତାରିଖ, ରବିବାର ରାତିରେ ଏହି ଯୋଡ଼ାମୁଣ୍ଡ ଶିଶୁପୁତ୍ର ଜନ୍ମ ନେଇଥିଲେ । ତୁମୁଡ଼ିବନ୍ଧ ମେଡିକାଲ୍କୁ ପ୍ରଥମେ ଗର୍ଭବତୀ ଯାଇଥିଲେ । ସେଠାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ରେଫର୍ କରାଯାଇଥିଲା । ଯୋଡ଼ାମୁଣ୍ଡ ଶିଶୁଜନ୍ମ ହେବା ପରେ ଏବେ SNCUରେ ସ୍ଵତନ୍ତ୍ର ଚିକିତ୍ସା କରାଯାଉଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତ ଟିଡିପଦର ଗାଁର ଜଣେ ମହିଳା ଏହି ଯୋଡ଼ାମୁଣ୍ଡ ଶିଶୁକୁ ଜନ୍ମ ଦେଇଛନ୍ତି ।
ଗୋଟିଏ କିଡନୀ, ୨ଟି ଲିଭର୍
ଡାକ୍ତର କହିଛନ୍ତି, "ଶିଶୁର ଛାତି ଯୋଡ଼ି ହୋଇ ରହିଛି । ଦୁଇଟି ହାତରୁ ଗୋଟିଏ ଯୋଡ଼ି ହୋଇ ରହିଛି । ଦୁଇଟି ଗୋଡ଼ ରହିଛି । ଏବେ ଛୁଆର ହାର୍ଟରେଟ୍ ଅଧିକ ରହିଛି । ତେଣୁ ନିଶ୍ଵାସ ନେବାର ଅସୁବିଧା ହେଉଛି । ଏଭଳି ସ୍ଥିତିରେ ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଥାଏ ।"
ଜାଆଁଳା ଛୁଆ ଜନ୍ମ ହୋଇ ନ ପାରି ଜଣେ ଅନ୍ୟ ଜଣଙ୍କର ଶରୀରରେ ମିଶିଗଲେ ଏଭଳି ହୋଇଥାଏ । ଦୁଇ ଛୁଆଙ୍କର ଛାତି ଓ ପେଟ ମିଶି ଗୋଟିଏ ଶରୀର ହୋଇ ଯାଇଛି । ଗୋଟିଏ କିଡନୀ, ୨ଟି ଲିଭର୍ ଅଛି । ଛୁଆର ମଳଦ୍ଵାର ନଥିବା କହିଛନ୍ତି ଡାକ୍ତର ।
ନବାଜତର ନାହିଁ ମଳଦ୍ଵାର
ମଳଦ୍ଵାର ସୃଷ୍ଟି ଲାଗି ଡାକ୍ତର ପଦକ୍ଷେପ ନେଉଛନ୍ତି । ଏବେ ଛୁଆଟି ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛି । ଏବେ ଛୁଆକୁ ଅକ୍ସିଜେନ୍ ଦିଆଯାଉଛି । ସିଟିସ୍କାନ୍ କିମ୍ବା MRI ହେଲା ପରେ ପେଟ ବାଟେ ମଳଦ୍ଵାର ପାଇଁ ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ନବଜାତର ମଳଦ୍ଵାର ନଥିବାରୁ ସମସ୍ଯା ରହିଛି । ପେଟ ଫୁଲିବା ସହ ଅନ୍ୟ ଆଶଙ୍କା ଥିବା କହିଛନ୍ତି ଡାକ୍ତର ।
ଜଗାବଳିଆଙ୍କ ପରେ ଯୋଡ଼ାମୁଣ୍ଡ ଶିଶୁ
ପୂର୍ବରୁ ସେହି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ଜନ୍ମ ହୋଇଥିଲେ ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆ । ଯାହାଙ୍କ ଶରୀର ଅଲଗା ଥିବାବେଳେ ମସ୍ତିଷ୍କ ଲାଗି ରହିଥିଲା । ପରେ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର କରାଯାଇ ଯୋଡ଼ାମୁଣ୍ଡ ଶିଶୁଙ୍କ ଅଲଗା କରାଯାଇଥିଲା । ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଡାକ୍ତରଙ୍କ ତତ୍ତ୍ଵାବଧାନରେ ଅଛନ୍ତି ।
📱 Get Argus News App
✨Related Topics
Explore more stories