Videos
|
Odisha

Ashutosh Dead / କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ, ପତ୍ନୀ ଓ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ କରିଥିଲେ ଆଶୁତୋଷ

Bikash Mohanty
Browse all articles by Bikash Mohanty
·2 months ago·2 min read
କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ, ପତ୍ନୀ ଓ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ କରିଥିଲେ ଆଶୁତୋଷ
Asutosh

Key Points

କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ
ପତ୍ନୀ ଓ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ
ଅଭିଯୋଗ କରିଥିଲେ ଖୋଦ୍ ଆଶୁତୋଷ
ଆଶୁତୋଷଙ୍କ ଶରୀରର ୮୦ ପ୍ରତିଶତ ପୋଡି ହୋଇ ଯାଇଥିଲା
ଭୁବନେଶ୍ବର ଏମ୍ସର ବର୍ଣ୍ଣ ବିଭାଗରେ ଚିକିତ୍ସା ହେଉଥିଲେ
ଭୁବନେଶ୍ବର,୧୨/୦୬: ବ୍ରହ୍ମପୁରର କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟିଛି।  ୮୦ ପ୍ରତିଶତ ପୋଡି ଯିବା ପରେ ଭୁବନେଶ୍ବର ଏମ୍ସର ବର୍ଣ୍ଣ ବିଭାଗରେ ଚିକିତ୍ସା ହେଉଥିଲେ ଆଶୁତୋଷ। ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଥିବାରୁ ଭେଣ୍ଟିଲେଟରରେ ରଖିଥିଲେ ଡାକ୍ତର I ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଲେ ଡାକ୍ତର I ଆଶୁତୋଷଙ୍କ ପତ୍ନୀ ସଂଧ୍ୟା ଓ ତାଙ୍କ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ବୋଲି ଅଭିଯୋଗ କରିଥିଲେ ଆଶୁତୋଷ ଓ ତାଭ୍କ ପରିବାର। 

ବ୍ରହ୍ମପୁରର ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ମାମଲାରେ ଦିନକୁ ଦିନ ଆସୁଛି ନୂଆ ମୋଡ। ଗତ ୫ ତାରିଖରେ ଅନ୍ୟକେହି ନୁହେଁ ଖୋଦ ତାଙ୍କ ସ୍ତ୍ରୀ ଏବଂ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା କହିଛନ୍ତି କନଷ୍ଟେବଲ ଆଶୁତୋଷ ମୃଦାଙ୍ଗିଆ। ଆଶୁତୋଷଙ୍କ ପତ୍ନୀ ଓ ଶାଳକ ତାଙ୍କୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ଖୋଦ ଆଶୁତୋଷ। ଏବେ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟାଙ୍କ ଯୌତୁକ ନିର୍ଯାତନା ଏବଂ ଗର୍ଭ ନଷ୍ଟ ଅଭିଯୋଗ ମାମଲାର ଜାମିନ ଅର୍ଡର୍ କପି ସାମ୍ନାକୁ ଆସିଛି। ଏହି ଅର୍ଡର କପିରେ ବ୍ରହ୍ମପୁର ସ୍ଥିତ ସେସନ୍ ଜଜଙ୍କ କୋର୍ଟ ଦର୍ଶାଇଛନ୍ତି ଯେ ଅଭିଯୋଗ ନେଇ ସେଭଳି ଠୋସ୍ ପ୍ରମାଣ ମିଳିନାହିଁ। ଆଶୁତୋଷଙ୍କ ପତ୍ନୀ ସଂଧ୍ୟାଙ୍କ ଶରୀରରେ ଯେଉଁ ସବୁ କ୍ଷତ କିମ୍ବା ଦାଗ ରହିଛି, ତାହା ସାମାନ୍ୟ। ଏହାଦ୍ବାରା ଗର୍ଭ ଉପରେ ପ୍ରଭାବ ପଡ଼ିଲା ଭଳି କୌଣସି କାରଣ ନାହିଁ ବୋଲି ଜାମିନ ଅର୍ଡର୍ କପିରେ ଦର୍ଶାଯାଇଛି।

ପଢନ୍ତୁ ଏହି ଖବର: ପ୍ରେମିକ ସାଜିଲା ଜଲ୍ହାଦ,ବିବାହ ପାଇଁ ପ୍ରେମିକା ଜିଦ୍ ଧରିଲା ପରେ ଓଭରବ୍ରିଜ ଉପରୁ ବାଇକରୁ ଠେଲିଦେଲା ପ୍ରେମିକ !

ଅନ୍ୟପଟେ ପୂର୍ବରୁ କୋରାପୁଟରେ ମଧ୍ୟ ଆଶୁତୋଷଙ୍କ ନାମରେ ମାମଲା ରୁଜୁ ହୋଇଥିଲା। କିଛି ମାସ ପୂର୍ବରୁ ବ୍ରହ୍ମପୁରରେ ମାମଲା ରୁଜୁ ହୋଇଥିଲା। କୋରାପୁଟ ମାମଲା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୋଲିସ ଡାକି ଆପୋଷ ବୁଝାବଣା ମଧ୍ୟ କରିଥିଲା। ବ୍ରହ୍ମପୁର ଘଟଣାରେ ପତ୍ନୀ ସନ୍ଧ୍ୟା ନାୟକଙ୍କ ଗର୍ଭନଷ୍ଟ ଓ ମାରପିଟ୍ ଅଭିଯୋଗକୁ ନେଇ ପ୍ରଶ୍ନ ଉଠାଇଛି ଆଶୁତୋଷଙ୍କ ଜାମିନ୍ ଦଲିଲ।
ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟରେ ଉପସ୍ଥାପିତ ମେଡିକାଲ ରିପୋର୍ଟ ଅନୁଯାୟୀ ସନ୍ଧ୍ୟାଙ୍କ ଶରୀରରେ ସାଧାରଣ ଆଘାତ ଥିବା ବେଳେ ଗର୍ଭସ୍ଥ ଶିଶୁର କୌଣସି କ୍ଷତି ହୋଇନଥିବା ଉଲ୍ଲେଖ ରହିଛି। ପୁରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ଆଶୁତୋଷ ଙ୍କ ଓକିଲ।ଏହା ପୂର୍ବରୁ ପୋଲିସ ପକ୍ଷରୁ ମାଡ଼ ମାରିବା ଓ ଗର୍ଭ ନଷ୍ଟ କରାଯାଇଥିଲା ବୋଲି ମାମଲା ରୁଜ କରିଥିବାରୁ ଘଟଣାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ଘଟଣାର ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି, ଆଶୁତୋଷ ଙ୍କ ଅଭିଯୋଗ ପ୍ରକାରେ ତାଙ୍କର ପତ୍ନୀ ସନ୍ଧ୍ୟା ନାୟକ ଏବଂ ଶାଳକୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରାଯାଇଥିଲା। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: