Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Shubhamitra Murder Case / ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା: ୬୮୦ ପୃଷ୍ଠାର ଚାର୍ଜସିଟ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା: ୬୮୦ ପୃଷ୍ଠାର ଚାର୍ଜସିଟ୍
Shubhamitra murder case

Key Points

ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା
ଚାର୍ଜସିଟ୍ ଦାଖଲ କଲା କ୍ୟାପିଟାଲ ଥାନା ପୋଲିସ
ଦାଖଲ ହେଲା ୬୮୦ ପୃଷ୍ଠାର ଚାର୍ଜସିଟ୍m
୩ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି ୪୨ ଜଣ ସାକ୍ଷୀ

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଦାଖଲ ହେଲା ୬୮୦ ପୃଷ୍ଠାର ଚାର୍ଜସିଟ୍ । ୩ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ ଦେଇଛନ୍ତି ୪୨ ଜଣ ସାକ୍ଷୀ । ବହୁଚର୍ଚ୍ଚିତ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ୟାପିଟାଲ ଥାନା ପୋଲିସ । ଦଫା ୧୦୩(୧), ୨୩୮ ଓ ୬୧(୨) ବିଏନ୍ଏସରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ଶୁଭମିତ୍ରାଙ୍କ ସ୍ୱାମୀ ଦୀପକ ରାଉତ, ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ ଓ ଜଟିଆ ଓ ସମ୍ଭୁ ମହନ୍ତକୁ ଅଭିଯୁକ୍ତ ଦର୍ଶାଇଛି ।

ସୂଚନାନୁଯାଇୟୀ ପୋଲିସ ହତ୍ୟାସ୍ଥଳ ଓ ମୃତଦେହ ପୋତିବା ସ୍ଥଳଠାରୁ ସଂଗୃହିତ ଏକାଧିକ ପ୍ରମାଣପତ୍ର ସମ୍ପର୍କରେ ଚାର୍ଜସିଟରେ ଉଲ୍ଲେଖ କରିଛି । ସେମାନଙ୍କ କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍ ସହ ଏକାଠି ରହିବାର ପ୍ରମାଣ ସୂରୁପ କିଛି ଫଟୋଚିତ୍ର ଓ ଶୁଭମିତ୍ରାଙ୍କ ବୀମା ସମ୍ପର୍କୀତ କାଗଜପତ୍ର ମଧ୍ୟ ଏଥିରେ ଯୋଡ଼ାଯାଇଛି । ସେହିପରି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ରିପୋର୍ଟ, ମାଟିତଳୁ ଶବ ଖୋଳାଯିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଶୁଭମିତ୍ରାଙ୍କ ପରିବାର ଲୋକଙ୍କ ବୟାନକୁ ମଧ୍ୟ ଚାର୍ଜସିଟ୍‌ରେ ରଖାଯାଇଛି । ଥିସହିତ ଶୁଭମିତ୍ରାଙ୍କ ମୃତ୍ୟୁପରେ ଟଙ୍କା ହାତେଇବାକୁ ଦୀପକ କୋଟିଏ ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ବୋଲି ପୋଲିସ ତଦନ୍ତରେ ଉଲ୍ଲେଖ ରହିଛି।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିବାରୁ ଦୀପକ ବିଭିନ୍ନ ପ୍ରମାଣ ନଷ୍ଟ ପାଇଁ ବହୁତ ଚେଷ୍ଟା କରିଥିଲା । ଶୁଭମିତ୍ରାଙ୍କ ମୃତଦେହରୁ ପୋତିବାଠୁ ପ୍ରମାଣ ନଷ୍ଟ କରିବା ଯାଏ ସବୁଥିରେ ଦୀପକର ସମ୍ପର୍କୀୟ ଭାଇ ବିନୋଦର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିଲା । ବିନୋଦର ସାଙ୍ଗ ଜଟିଆ ଓ ଜେସିବ ଡ୍ରାଇଭର ମଧ୍ୟ ଶବ ପୋତିବାରେ ସାହାଯ୍ୟ କରିଥିଲେ । ବଡ଼ କଥା ହେଲା, ପୁଲିସ ଏକାଧିକ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଅଦାଲତରେ ହାଜର କରାଇବାକୁ ଯୋଜନା ରଖିଛି । ଯାହାକି, ଶୁଣାଣି ବେଳେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବଳିଷ୍ଠ ପ୍ରମାଣ ସାଜିବ ।

ସୂଚନାଯୋଗ୍ୟ, କମିଶନରେଟ୍ ପୁଲିସର ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରେ ଶୁଭମିତ୍ରା କାର୍ଯ୍ୟ କରୁଥିଲେ । ସେପ୍ଟେମ୍ବର ୬ ତାରିଖରେ ସେ ଅଫିସ ଆସି ଘରକୁ ଫେରିନଥିଲେ । ପରିବାର ଲୋକ ତାଙ୍କୁ ଅନେକ ଖୋଜାଖୋଜି କରିବା ପରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । କିଛି ଦିନ ପରେ କେନ୍ଦୁଝର ଜଙ୍ଗଲରୁ ତାଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shubhamitra Murder Case | Constable Shubhamitra Murder Case: 680-Page Chargesheet Filed | High-Profile Investigation Update | Argus News