Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦୦ କୋଟି ଘୋଟାଲାରେ ପେଡ଼ି ଖୋଲୁଛି EOW, ଦ୍ଵିତୀୟ ଦିନରେ ୮ ସ୍ଥାନରେ ରେଡ୍

Sushanta Sahoo
Browse all articles by Sushanta Sahoo
·1 year ago·1 min read
୧୦୦ କୋଟି ଘୋଟାଲାରେ ପେଡ଼ି ଖୋଲୁଛି EOW, ଦ୍ଵିତୀୟ ଦିନରେ ୮ ସ୍ଥାନରେ ରେଡ୍

ଭୁବନେଶ୍ଵର: କେତେ ଲୁଚାଇଥିଲେ, କେତେ ଛପାଇଥିଲେ ରାଜା ଚକ୍ର । ଖୋଜି ଖୋଜି ସବୁ ବାହାର କରୁଛି ଅର୍ଥନୈତିକ ଅପରାଧିକ ଶାଖା (EOW) । ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ ଦୁର୍ନୀତି ପେଡ଼ି । ଗନ୍ଧମାର୍ଧନ ଲୋଡିଂ ଆଣ୍ଡ୍‌ କୋ-ଅପରେଟିଭ୍ ସୋସାଇଟିରେ ୧୦୦ କୋଟି ଘୋଟାଲାକୁ ନେଇ ଛାନ୍‌ଭିନ୍ କରୁଛି ଇଓଡବ୍ଲୁ ।


ବୁଧବାର ଦ୍ଵିତୀୟ ଦିନରେ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କ ୮ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ଇଓଡବ୍ଲୁ । କେନ୍ଦୁଝର, ଗୋପାଳପୁର, ଭୁବନେଶ୍ୱର, କୋଇଡ଼ା, ବଣାଇ ଓ ଧାମରାରେ ରେଡ୍ ଚାଲିଛି । ଆଜି ୧୦ଟି ଗାଡ଼ି ଜବତ ହୋଇଥିବା ବେଳେ ଗତକାଲି ୨୦ରୁ ଅଧିକ ଗାଡି ଏବଂ ୨୫ଟି ଆକାଉଣ୍ଟ ଗତକାଲି ଠାବ କରିଥିଲା EOW ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଣ୍ଟ୍ରାକ୍ଟର ତଥା ରାଜାଙ୍କ ସହଯୋଗୀ ସୁଧାଂଶୁ ଶେଖର ନାୟକଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରି ଛାଡିଥିଲା EOW । ଦୁଇଦିନ ତଳେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ଏହି ମାମଲାରେ ୧୧ ଘଣ୍ଟାର ମାରଥନ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ହେଉଛନ୍ତି କେନ୍ଦୁଝରର ବିଜେଡି ନେତା । ରାଜ୍ୟ ବିଜେଡି ଯୁବ ଉପସଭାପତି ।


ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ ୨୦୨୧ ବେଳେ ତାଙ୍କୁ ଗାଡି ଉପରକୁ ବୋମା ପକାଇ ଧମକ ଦେଇଥିଲେ ରାଜାଚକ୍ର । ସେତେବେଳେ ଏନେଇ କେନ୍ଦୁଝର ଥାନାରେ ଅଭିଯୋଗ କରିଥିଲେ ମୋହନ । ହେଲେ ତୃତୀୟ ମହଲାର ଆଶୀର୍ବାଦରେ ରାଜା ଚକ୍ର ଏତେ ପାୱାରଫୁଲ ଥିଲେ ଯେ, ପୋଲିସ ତାଙ୍କ ବିରୋଧରେ ମାମଲା କରିବାକୁ ଦେଉଥିଲା ପଛଘୁଞ୍ଚା । ସେତେବେଳେ ଟୁଇଟ କରି ଘଟଣାକୁ ନିନ୍ଦା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Sponsored
Constitutive Second Day EOW Raid On BJD Leader Raja Chakra 8 Place | Argus News