Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର

Smruti Parija
Browse all articles by Smruti Parija
·1 year ago·1 min read
ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର

ପୁରୀ:  ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର । ସମୁଦ୍ର ଠାରୁ ଦୁଇ କିଲୋମିଟରର ଦୂରରେ ଦେଖାଗଲା କଣ୍ଟେନର । ମତ୍ସ୍ୟଜୀବୀମାନେ ଦେଖିଲେ ଏହି କଣ୍ଟେନର । ଅଜଣା କଣ୍ଟେନରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଅନୁସନ୍ଧାନ କରୁଛି। କଣ୍ଟେନର‌ଟି ଓଜନିଆ ଥିବାରୁ ତା'କୁ କୂଳକୁ ଆଣିବା ପାଇଁ ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀ ମାନେ ଆପ୍ରାଣ ଉଦ୍ୟମ କରିଥିଲେ।

ତେବେ ଏହି କଣ୍ଟେନର ଭିତରେ କ'ଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି। ଆଜି ସକାଳୁ ପେଣ୍ଠକଟା ମତ୍ସଜୀବୀ ମାଛ ମାରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ବେଳେ ଗୋଟିଏ କଣ୍ଟେନର ଭାସୁଥିବାର ଦେଖିବାକୁ ପାଇଥିଲେ। ଏନେଇ ମେରାଇନ୍ ଓ ସମୁଦ୍ର କୂଳ ଥାନାକୁ ଖବର ଦେଇଥିଲେ। ଗତ କିଛିଦିନ ତଳେ ଏଭଳି ଏକ କଣ୍ଟେନର କେନ୍ଦ୍ରାପଡା ସମୁଦ୍ର କୂଳରେ ମଧ୍ୟ ଦେଖିବାକୁ ମିଳିଥିଲା। କଣ୍ଟେନର ଟି ନୀଳ ରଙ୍ଗର ହୋଇଥିବା ବେଳେ ଏହା ଭିତରେ କ'ଣ ରହିଛି ଏବଂ କେଉଁଠୁ ଭାସି ଆସିଛି ତା'କୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
container-found-in-puri-sea-beach | Argus News