ଢେଙ୍କାନାଳ ଜିଲ୍ଲାରେ ଲୋକଙ୍କ ପାଇଁ କାଳ ସାଜିଛି ଦୂଷିତ ପାଣି

Key Points
ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ୮ ବ୍ଲକରେ ଆରମ୍ଭ ହୋଇଥିଲା ୯ ବଡ଼ ପ୍ରକଳ୍ପ
ଢେଙ୍କାନାଳ ଜିଲ୍ଲାରେ ଲୋକଙ୍କ ପାଇଁ କାଳ ସାଜିଛି ଦୂଷିତ ପାଣି
ହିନ୍ଦୋଳ, ସଦର, ଓଡ଼ପଡା ବ୍ଲକରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା
କାଙ୍କଡ଼ପାଳ ଶବର ସାହିରେ ୧୦ ବର୍ଷରେ ଗଲାଣି ୮ ଜଣଙ୍କ ଜୀବନ
ପୂର୍ବ ବିଜେଡି ସରକାରର ଅପାରଗତାରୁ ଫେଲ୍ ବସୁଧା ଯୋଜନା ଓ ମେଗା ୱାଟର ପ୍ରୋଜେକ୍ଟ
୨୦୨୩ ଡେଡ୍ ଲାଇନ୍ ସରିଥିଲେ ବି ଅଧପନ୍ତରିଆ ଅବସ୍ଥାରେ ବୋରୱେଲ୍ ଓ ପାଣି ଟାଙ୍କି କାମ
ଢ଼େଙ୍କାନାଳ ଜିଲ୍ଲାକୁ ଗ୍ରାସିଲାଣି କିଡନୀ ରୋଗର ଭୟ। ହିନ୍ଦୋଳ, ସଦର, ଓଡ଼ାପଡା ଆଦି ବ୍ଲକରେ ବ୍ୟାପୁଛି କୀଡନି ରୋଗ। ଦୂଷିତ ପାଣି ସାଜିଛି ଅଭିଶାପ। ପାଣି ପିଇ ମୃତ୍ୟୁମୁଖରେ ପଡୁଛନ୍ତି ଲୋକ। ଗତ ୧୦ ବର୍ଷ ଭିତରେ ଏଠାରେ କୀଡନି ରୋଗରେ ଆକ୍ରାନ୍ତ ହୋଇ ୭ରୁ ୮ ଜଣଙ୍କ ଜୀବନ ଗଲାଣି।
ଘରର ଭେଣ୍ଡିଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ମାରାତ୍ମକ କିଡନୀ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି । ରୋଗ ବ୍ୟାପିବାର କାରଣ ଦୂଷିତ ପାଣି ବୋଲି କହିଛନ୍ତି ଗ୍ରାମବାସୀ। ବିଶେଷ କରି ବ୍ରାହ୍ମଣୀ ନଦୀର ଦୁଇ ପାର୍ଶ୍ଵରେ ରହୁଥିବା ଲୋକେ ବେଶୀ ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡିଛି। କଳ କାରଖାନାର ବର୍ଜ୍ୟବସ୍ତୁ ନଦୀ ପାଣିକୁ ଖରାପ କରୁଛି । ଏହି ପାଣି ପିଇ କିଡନୀ ରୋଗ ବ୍ୟାପୁଥିବା କହିଛନ୍ତି ଆକ୍ରାନ୍ତ ।
ପୂର୍ବ ବିଜେଡି ସରକାରର ଅପାରଗତାରୁ ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ୱାଟର ପ୍ରୋଜେକ୍ଟ । ଢେଙ୍କାନାଳ ଜିଲ୍ଲାରେ ଘରେ ଘରେ ପାଇପ ଯୋଗେ ପାଣି ପହଞ୍ଚାଇବା ପାଇଁ ଗତ ସରକାରରେ ୮ଟି ବ୍ଲକରେ ୯ ବଡ଼ ବଡ଼ ପ୍ରୋଜେକ୍ଟ ମାଧ୍ୟମରେ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ବ୍ୟୟରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଯାହାର ଡେଡ୍ ଲାଇନ ୨୦୨୨ ମସିହା ମାର୍ଚ୍ଚ ମାସ ରହିଥିଲା । ମାତ୍ର କାର୍ଯ୍ୟ ନସରିବାରୁ ପରେ ଏହାକୁ ଆଉ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା । ମାତ୍ର ଆପଣ ଜାଣ ଆଶ୍ଚର୍ଯ୍ୟ ହେବେ ଏବେବି କାର୍ଯ୍ୟ ସରିନାହିଁ । ଆଉ ତାର ଉଦାହରଣ ହେଉଛି, କାମାକ୍ଷାନଗର ବ୍ଲକ କମଗରା ବ୍ରାହ୍ମଣୀ ନଦୀରେ ନିକଟରେ ହେଉଥିବା ୱାଟର ବୋରୱେଲ୍ କାମ କେମିତି ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି । ସେହିଭଳି ସଦର ବ୍ଲକ୍ ଶଙ୍କରପୁରଠାରେ ଟାଙ୍କି କାମ ଆରମ୍ଭ କରି ଛାଡି ଦେଇଛନ୍ତି ।