Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବଢ଼ିଲା ବିବାଦ

Ritu Das
Browse all articles by Ritu Das
·1 year ago·2 min read
ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବଢ଼ିଲା ବିବାଦ

ଦୀଘାରେ ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଥିବା ଜଗନ୍ନାଥ ମନ୍ଦିରକୁ ନେଇ ବଢ଼ୁଛି ବିବାଦ । ମନ୍ଦିର ନାମକରଣ ଜଗନ୍ନାଥ ଧାମ କରାଯିବା ଆଉ ନବକଳେବର ସମୟର ଦାରୁରେ ବିଗ୍ରହ ନିର୍ମାଣକୁ ତେଜିଛି ବିବାଦ। ନିୟମ ଅନୁଯାୟୀ ଦାରୁବ୍ରହ୍ମଙ୍କର ବ୍ରହ୍ମ ସଂସ୍ଥାପନ କରାଯାଇଥାଏ। ଦାରୁବ୍ରହ୍ମ ଙ୍କର ନିର୍ଦ୍ଧିଷ୍ଟ ପୂଜା ବିଧି, ନିର୍ଦ୍ଦିଷ୍ଟ ପରମ୍ପରା ଓ ସମୟ ରହିଥାଏ। ସେଥିପାଇଁ କେବଳ ଦାରୁ ଦେବତାଙ୍କବ୍ରହ୍ମ ସଂସ୍ଥାପନ କରାଯାଏ। ପଥରର ମୂର୍ତ୍ତିଙ୍କର ବ୍ରହ୍ମ ସଂସ୍ଥାପନ କରାଯାଏନାହିଁ। କିନ୍ତୁ ଜଗନ୍ନାଥ ଧର୍ମ ଓ ସଂସ୍କୃତି କୁ ଅପମାନିତ କରି ଏଭଳି ଅକ୍ଷମଣୀୟ ଅପରାଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସେହିପରି ଚାରିଧାମର ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ ଜଗନ୍ନାଥ ଧାମ। ଶାସ୍ତ୍ରୀୟ ବିଚାର ଅନୁଯାୟୀ ବ୍ରଦିନାଥ, ଦ୍ବାରିକାନାଥ, ରାମନାଥ ଓ ଶ୍ରୀଜଗନ୍ନାଥ ୪ଟି ଧାମ ଛଡ଼ାଅନ୍ୟ ଯାଗାରେ କେବଳ ଲେଖିଦେଲେ ଧାମ ହେବନାହିଁ ଏହା ବିଭିନ୍ନ ପୁରାଣରେ ବର୍ଣ୍ଣିତ ରହିଛି ବୋଲି କହିଛନ୍ତି ସେବକ ।


ସେହି ଅନୁଯାୟୀ ଦିଘାରେ ଜାଗନ୍ନାଥ ଧାମ ନାମକରଣକୁ ନେଇ ଅନେକ ବିରୋଧ ଦେଖିବାକୁ ମିଳୁଛି। ସେହିପରି ଦାରୁ କାଠରେ ଜଗନ୍ନାଥ ମୂର୍ତ୍ତି ନିର୍ମାଣ ହୋଇଥିବାକୁ ନେଇ କୁହାଯାଉଥିବା ବେଳେ ତାକୁ ମଧ୍ୟ ସାଧାରଣରେ ବିରୋଧ କରିଛନ୍ତି। ଏନେଇ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ତାଙ୍କ ନିଯୋଗ ପକ୍ଷରୁ ସ୍ପଷ୍ଟୀକରଣ ରଖିବାକୁ ଦାବି ହୋଇଛି। ସେପଟେ ପ୍ରବଳ ବିରୋଧ ପରେ ଆଜି ୟୁ ଟର୍ଣ୍ଣ ନେଇଛନ୍ତି ଦଇତାପତି ନିଯୋଗ ସମ୍ପାଦକ ମହାପାତ୍ର । ପୂର୍ବରୁ ନବକଳେବର ଦାରୁରେ ଦିଅଁ ନିର୍ମାଣ ହୋଇଥିବା କହିଥିବା ବେଳେ ଆଜି ତାକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆମନ୍ତ୍ରଣ କ୍ରମେ ଯାଇଥିଲି। କୌଣସି ବ୍ରହ୍ମ ସଂସ୍ଥାପନ ହୋଇ ନାହିଁ। କେବଳ ଫୁଲ ତୁଳସୀ ଓ ଚନ୍ଦନ ଦିଆଯାଇଛି। ଶ୍ରୀଜଗନ୍ନାଥ ଧାମ ନାମକରଣ ହେବା ଉଚିତ୍ ନୁହେଁ। ଅଦିନିଆ ରଥଯାତ୍ରା ହେଲେ ବିରୋଧ ହେବ। ଓଡ଼ିଆ ଓ ବଙ୍ଗୀୟ ବ୍ରାହ୍ମଣ ପୂଜା କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଖୁବ ଶୀଘ୍ର ନିଯୋଗର ଏକ ବୈଠକ ଡାକି ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି। ବିଶ୍ଵକର୍ମା ସେବାୟତ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି । ଏ ସବୁ ଭିତରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ କହିଛନ୍ତି ଅବଗତ ଅଛନ୍ତି ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଆଯିବ ପଦକ୍ଷେପ। ଦୀଘା ଜଗନ୍ନାଥ ଧାମ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ପ୍ରତିଷ୍ଠା କରାଯାଇଛି। ହିନ୍ଦୁଧର୍ମକୁ ଛଳନା କରାଯାଇ ଏହାପ୍ରତିଷ୍ଠା କରାଯାଇଛି। ତେବେ ଶାସ୍ତ୍ରୀୟ ଓ ପରମ୍ପରା ଅନୁସାରେ ଶ୍ରୀକ୍ଷେତ୍ରରେ ଥିବା ପୁରୀ ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ମୂଳ ପୀଠ ବୋଲି ମାଦଳା ପାଞ୍ଜିରେ ବର୍ଣ୍ଣିତ ରହିଅଛି l

Sponsored
controversy-erupts-over-jagannath-temple-built-in-digha | Argus News