Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଥମୁନି ନେପାଳୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବିବାଦ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଥମୁନି ନେପାଳୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବିବାଦ

Key Points

ଥମୁନି ନେପାଳୀ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ବିବାଦ
ଏଥିସହ ସାମ୍ନାକୁ ଆସୁଛି KIITର ଜମି ମାଫିଆଗିରିର ସତ
ବିଶାଳ ଗେଟ୍ ନିର୍ମାଣ କରି KIIT ସରକାରୀ ରାସ୍ତାକୁ କରିଛି କବଜା
ଦୁଇ ଦୁଇଟି ସରକାରୀ ଅନୁଷ୍ଠାନ ଭୋଗୁଛନ୍ତି KIIT ମନମାନିର ସଜା
KIIT ଦଖଲରେ NIFT ଓ ପରିଧାନ ଉଷ୍ମାୟନ କେନ୍ଦ୍ରକୁ ଥିବା ପ୍ରବେଶ ପଥ
ଆଇନ୍ ମନ୍ତ୍ରୀ କହିଲେ ସ୍ପେଶାଲ ଡ୍ରାଇଭ ଜରିଆରେ ହଟାଯିବ ଅବରୋଧ

ଅଚ୍ୟୁତ ସାମନ୍ତ ଓ KIITର ମାଫିଆଗିରି ଆଉ ଏକ ବଡ଼ ପ୍ରମାଣ ଏହି ବିଶାଳ କାୟ ତୋରଣ । ସରକାରୀ ରାସ୍ତାକୁ ଅବରୋଧ କରି ତିଆରି କରିଛି ଏହି ଗେଟ୍ ଆଉ ତୋରଣ। ଖାଲିସେତିକି ନୁହେଁ ସରାକରୀ ଜାଗାର ଗେଟ୍ କୁ ଲାଗି କିଟ୍ ନିର୍ମାଣ କରିଛି ସିକ୍ୟୁରିଟି ରୁମ୍ ଓ ମୁଖ୍ୟ ଲୋକସମ୍ପର୍କ କାର୍ଯ୍ୟାଳୟ। ଏଠାରେ ୨୪ ଘଣ୍ଟିଆ ପହରା ଦେଉଛନ୍ତି କିଟର ସୁରକ୍ଷା କର୍ମୀ। ଏହି ରାସ୍ତା ସରକାରଙ୍କର କିନ୍ତୁ ସାଧାରଣ ଲୋକଙ୍କୁ ରାସ୍ତା ଦେଇ ଯିବା ମନା। ଏଠାରେ କେବଳ ଚାଲେ କିଟ୍ ର ମନମାନି ।

ତେବେ ସବୁଠୁ ସାଂଘାତିକ କଥା ହେଉଛି ଏଠାରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦୁଇଟି ସଂସ୍ଥା ଉପରେ ବି କିଟ୍ ଚଳାଇଛି ଦାଦାଗିରି। ଏଠାରେ ଥିବା କେନ୍ଦ୍ର ସରକାରଙ୍କ ସସ୍ଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫାସନ ଟେକ୍ନୋଲୋଜି ଏବଂ ରାଜ୍ୟ ସରକାରଙ୍କ ସଂସ୍ଥା ପରିଧାନ ଉଷ୍ମାୟନ କେନ୍ଦ୍ରକୁ ଯିବାକୁ ହେଲେ ସରକାରୀ ଜାଗାରେ କିଟ୍ ନିର୍ମାଣ କରିଥିବା ଗେଟ୍ ପାର ହୋଇ ଯିବାକୁ ପଡ଼ିବ । ଏପରିକି ଦୁଇ ସଂସ୍ଥାର କର୍ମାଚାରୀଙ୍କୁ ବି ନିଜ କାର୍ଯ୍ୟାଳୟକୁ ଯିବାକୁ ହେଲେ କିଟ୍ ସୁରକ୍ଷା କର୍ମୀଙ୍କୁ ଦୟା ଉପରେ ନିର୍ଭର କରିବାକୁ ପଡୁଛି। ଯେହେତୁ ରାଜ୍ୟରେ ୨୪ ବର୍ଷ ଧରି ଚାଲିଥିଲା ବିଜେଡି ରାଜ। ତେଣୁ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତଙ୍କ KIITର ଦାଦାଗିରିକୁ ମୁଣ୍ଡପାତି ସହି ଆସୁଛନ୍ତି ଏହି ଦୁଇ ସଂସ୍ଥା।

ବେଆଇନ୍ ଜମି ଉପରେ କିଟର ଶୌଧ ନିର୍ମାଣ ହୋଇଥିବା ନେଇ ପୂର୍ବରୁ ଏକଧିକ ଅଭିଯୋଗ ରହିଛି। ଏପରିକି ଜଙ୍ଗଲ ଜମିକୁ ବେଆଇନ୍ ଭାବେ କିସମ ପରିବର୍ତ୍ତନ କରି ବଡ଼ ବଡ଼ କୋଠା ନିର୍ମାଣ କରିଥିବା ନେଇ ଅଚ୍ୟୁତଙ୍କ ବିରୋଧରେ ମିଳିଛି ପ୍ରମାଣ। ତାଛଡ଼ା ସାଧାରଣ ଲୋକଙ୍କ ଜମିକୁ ଡରାଇ ଧମକାଇ ଜୋର ଜବରଦସ୍ତ କବଜା କରିବା ନେଇ ଆରୋପ ବି ଲାଗିଛି କିଟ୍ ଓ ଅଚ୍ୟୁତଙ୍କ ବିରୋଧରେ। କିଟର ଏହି ବେଆଇନ୍ କାରନାମା ପାଇଁ ପୂର୍ବ ସରକାରଙ୍କୁ ସିଧାସିଧା ଦାୟୀ କରିଛି ଶାସକ ବିଜେପି। କିଟ୍ କେଳେଙ୍କାରୀକୁ ନେଇ ବିଜେଡି ଅଡୁଆରେ ପଡିଥିବା ବେଳେ ଏହା ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ ବୋଲି କହିଛି ।


ତେବେ ଏନେଇ ରାଜ୍ୟ ସରକାର ଦେଖାଇଛନ୍ତି ତତ୍ପରତା। ସ୍ବତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଆଚ୍ୟୁତଙ୍କ ବେଆଇନ୍ ଜବରଦଖଲ ଉଚ୍ଛେଦ ପାଇଁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ଅଚ୍ୟୁତଙ୍କ ଏହି ବେଆଇନ୍ ନିର୍ମାଣ ଉପରେ କେବେ ଚାଲିବ ବୁଲଡୋଜର, କେବେ NIFT ଓ ପରିଧାନ ଉଷ୍ମାୟନ କେନ୍ଦ୍ର କିଟ୍ ର ଦାଦାଗିରୁରୁ ପାଇବେ ମୁକ୍ତି ଏବେ ତାକୁ ହିଁ ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Controversy over the unnatural death of a Nepali student in kiit college bhubaneswar | Argus News