Conversion: ଧର୍ମାନ୍ତରୀକରଣ ଫ୍ୟାକ୍ଟ୍ରି ଚଳାଇଥିବା ଫୈଜ ରେହମାନଙ୍କୁ ହାଇକୋର୍ଟ ଝଟକା

Key Points
ସରକାରୀ ଆକ୍ସନରୁ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ ଖାରଜ
ଡ୍ରିମ୍ ସେଣ୍ଟର ହଷ୍ଟେଲ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ମନା କଲେ ଉଚ୍ଚ ନ୍ୟାୟାଳୟ
୩ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
ହଷ୍ଟେଲ ନାଁରେ ଧର୍ମାନ୍ତରୀକରଣ କେଳେଙ୍କାରୀର ପର୍ଦ୍ଦାଫାସ୍ କରିଛି ଅର୍ଗସ୍
ଧର୍ମାନ୍ତରୀକରଣ ଫ୍ୟାକ୍ଟ୍ରି ଚଳାଇଥିବା ଫୈଜ ରେହମାନଙ୍କୁ ହାଇକୋର୍ଟ ଝଟ୍କା । ସରକାରୀ ଆକ୍ସନରୁ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ ଖାରଜ । ଡ୍ରିମ୍ ସେଣ୍ଟର ହଷ୍ଟେଲ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ମନା କଲେ ଉଚ୍ଚ ନ୍ୟାୟାଳୟ । ୩ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ।
ବଢ଼ିଲା ଫୈଜ ରେହମାନଙ୍କ ଅଡୁଆ। ଗରିବ, ଅବହେଳିତ, ଦଳିତ, ଆଦିବାସୀଙ୍କୁ ହଷ୍ଟେଲ ସୁବିଧା ଦେବା ନାଁରେ ଧର୍ମାନ୍ତରୀକରଣ କାରଖାନା ଚଳାଇଥିବା ଫୈଜ ରେହମାନଙ୍କୁ ହାଇକୋର୍ଟରୁ ଲାଗିଛି ବଡ଼ ଝଟକା । ଅର୍ଗସରେ ଫୈଜ୍ ରେହମାନ ଧର୍ମାନ୍ତରୀକରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲୁଥିବା ଡ୍ରିମ୍ ସେଣ୍ଟର ହଷ୍ଟେଲ ବିରୋଧରେ ଆରମ୍ଭ ହୋଇଛି ସରକାରୀ ଆକ୍ସନ । କେତେକ ସେଣ୍ଟର ସିଲ୍ କରାଯାଇଥିବା ବେଳେ ଅନେକ ସ୍ଥାନରେ ହଷ୍ଟେଲ ବନ୍ଦ କରିବାକୁ ଚାଲିଛି ପ୍ରକ୍ରିୟା ।
ଏହି ସରକାରୀ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ସହ ହଷ୍ଟେଲ ଚଳାଇବା ପାଇଁ ଅନ୍ତରୀଣ ସୁରକ୍ଷା ଦେବାକୁ ଫୈଜ ରେହମାନଙ୍କ ସଂସ୍ଥା ଡ୍ରିମ୍ ସେଣ୍ଟର ଟ୍ରଷ୍ଟ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ବେଆଇନ ହଷ୍ଟେଲକୁ ବିରୋଧ କରିବା ସହ ଅଦାଲତରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥଲେ । ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି 3 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଅର୍ଗସରେ ଫୈଜ ରେହମାନ କେଳେଙ୍କାରୀର ପର୍ଦ୍ଦାଫାସ୍ ପରେ କଳାହାଣ୍ଡି ନର୍ଲା ଡେଙ୍ଗସର୍ଗୀ ଗାଁରେ ଥିବା ଡ୍ରିମ୍ ସେଣ୍ଟର ହଷ୍ଟେଲରେ ତାଲା ପଡ଼ିଛି l ଏଠାରେ ରହୁଥିବା ୧୦୦ ଛାତ୍ରଛାତ୍ରୀଙ୍କୁ ଭବାନୀପାଟଣା ସିଡବ୍ଲୁସି ଅଫିସରୁ ନେଇ ନିଜ ନିଜ ଘରକୁ ଯାଇଛନ୍ତି ଅଭିଭାବକ ।
ବଲାଙ୍ଗିର ବାଞ୍ଜିପାଲିରେ ବେଆଇନ ଡ୍ରିମ ସେଣ୍ଟର ହେଷ୍ଟଲ ବନ୍ଦ ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି ବିଶ୍ବହିନ୍ଦୁ ପରିଷଦ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଡ୍ରିମ୍ ସେଣ୍ଟର ହଷ୍ଟେଲ ବନ୍ଦ ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଡିଜିପିଙ୍କୁ ଦାବିପତ୍ର ଦେଇଛି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ । ବେଆଇନ ଧର୍ମାନ୍ତରୀକରଣ ବିରୋଧରେ ଆକ୍ସନ ପାଇଁ ବି କରାଯାଇଛି ଦାବି ।
ରାଜ୍ୟର ୨୨ଟି ଜିଲ୍ଲାରେ ଡ୍ରିମ୍ ସେଣ୍ଟର ନାଁରେ ବେଆଇନ ହଷ୍ଟେଲ ଖୋଲି ଫୈଜ ରେହମାନ ଚଳାଇଛି ଧର୍ମାନ୍ତରୀକରଣ ଫ୍ୟାକ୍ଟ୍ରି। ସରକାରୀ ଆକ୍ସନ ପରେ ଫୈଜ ରେହମାନଙ୍କୁ ହାଇକୋର୍ଟ ଝଟକା ଲାଗିଥିବାବେଳେ ତାଙ୍କ ହାତରେ କେବେ ପଡ଼ିବ ଆଇନର ଫନ୍ଦା ତାକୁ ହିଁ ଅପେକ୍ଷା।