Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରିମ୍ସ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ritu Das
Browse all articles by Ritu Das
·1 year ago·1 min read
ଡ୍ରିମ୍ସ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମ୍ସ ବିଶ୍ଵବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଡ୍ରିମ୍ସ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ ବରେଣ୍ୟ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଡ୍ରିମ୍ସ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ପରିବାରର ଦାୟାଦ, ବିଶିଷ୍ଟ ଗାନ୍ଧିବାଦୀ, ସମାଜ ସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନନୀୟା କୃଷ୍ଣା ମହାନ୍ତିଙ୍କୁ 'ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା ।


ଏଥିସହିତ ୫୦୦ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣ ପତ୍ର ଏବଂ ଓ ୧୦ ଜଣ ଟପର୍ ମେଧାବୀ ବିଦ୍ୟାର୍ଥୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ବିନା ଓଡ଼ିଆ ଭାଷା କିଛି ବି କରିହେବ ନାହିଁ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସ୍ଥାନୀୟ ଭାଷାରେ ପାଠ ପଢେଇବା ଉଚିତ୍। ଆଗାମୀ ସମୟରେ ଡ୍ରିମ୍ସ ଡାକ୍ତର ଓ ଇଞ୍ଜିନିୟର ଓଡ଼ିଆ ଭାଷାରେ ତିଆରି କରୁ। ନୂଆ ଓଡ଼ିଶା ନିର୍ମାଣରେ ଡ୍ରିମ୍ସ ବିଶ୍ଵବିଦ୍ୟାଳୟ ପ୍ରୟୋଗଶାଳା ହେଉ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଭାଷାରେ ସମସ୍ତ ବିଷୟ ଅଧ୍ୟୟନ କରିବା ପାଇଁ ଆଗେଇବ ବୋଲି କହିଥିଲେ ଅଧ୍ୟକ୍ଷ। ସେହିଭଳି ସମ୍ମାନ ସୂଚକ ଡକ୍ଟର ଉପାଧି ଓ ଡିଗ୍ରୀ ଧାରି ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Convocation of Dreams University: Union Education Minister Dharmendra Pradhan attended as the Chief Guest | Argus News