Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାର କଳାବଜାରୀ ନେଇ ସମବାୟ ମନ୍ତ୍ରୀ ଦେଲେ ବୟାନ...

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
ସାର କଳାବଜାରୀ ନେଇ ସମବାୟ ମନ୍ତ୍ରୀ ଦେଲେ ବୟାନ...

Key Points

ରାଜ୍ୟରେ ମହଜୁଦ ଅଛି ପର୍ଯ୍ୟାପ୍ତ ସାର
ଅଯଥାରେ ନେରେଟିଭ୍ ସୃଷ୍ଟି କରୁଛନ୍ତି ବିରୋଧୀ
କଳାବଜାରୀ ରୋକିବାକୁ ସରକାର ନେଉଛନ୍ତି ପଦକ୍ଷେପ

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି। ବିଭିନ୍ନ ଏଜେନ୍ସି ମାଧ୍ୟମରେ ସରକାର ଚାଷୀଙ୍କୁ ସାର ବାଣ୍ଟୁଛନ୍ତି। ଦରକାର ପଡ଼ିଲେ ଆହୁରି ସାର ମଗାଯିବ। କିନ୍ତୁ ଏ ପ୍ରସଙ୍ଗରେ ଅଯଥା ନେରେଟିଭ୍ ସୃଷ୍ଟି କରାଯାଉଛି। ଏମିତି କହି ଆଜି ବିରୋଧୀ ଦଳଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ । ଅନ୍ୟପଟେ ସାର ସମସ୍ୟା ନେଇ ଭୁବନେଶ୍ବରରେ ରାଜଭବନ ଆଗରେ ବିଜେଡି ବିକ୍ଷୋଭ କରିଛି। ବିଜେପି କହିଛି ଚାଷୀଙ୍କ ନାଁରେ ଇଏ ବିଜେଡିର କୁମ୍ଭୀର କାନ୍ଦଣା।

କେଉଁଠି ପାକ୍ସ ଆଗରେ ଲମ୍ବା ଲାଇନ୍ ତ କେଉଁଠି ଚାଷୀଙ୍କ ରାସ୍ତାରୋକ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ସାର ପାଇଁ ଚାଷୀଙ୍କ ସମସ୍ୟାର ଚିତ୍ର । ୟା ଭିତରେ ସାର ସମସ୍ୟା ନେଇ ସମବାୟ ମନ୍ତ୍ରୀ କହିଛନ୍ତି ସରକାରଙ୍କ ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର ଅଛି। ଆବଶ୍ୟକ ହେଲେ ଆହୁରି ସାର ମଗାଯିବ ।

ଅନ୍ୟପଟେ ସାର ସମସ୍ୟା ନେଇ ବିଜେଡି ଭୁବନେଶ୍ବରରେ ରାଜଭବନ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି । ଅଭିଯୋଗ କରିଛି ଚାଷୀଙ୍କୁ ସାର ଯୋଗାଇରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର। ବିଜେଡି ଆକ୍ରମଣର କଡ଼ା ଜବାବ ଦେଇଛି ବିଜେପି। ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ବିଜେଡି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ।

ସେପଟେ ଯାଜପୁର ଜିଲ୍ଲାର ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଣ ପାଇଁ କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବଡ଼ଚଣା ବିଧାୟକ ଅମର ନାୟକ। ଜିଲ୍ଲାର ଚାଷୀଙ୍କୁ ବଣ୍ଟନ ପାଇଁ ୧୩୫୦ ମେଟ୍ରିକ୍ ଟନ୍ ଇଫକୋ ୟୁରିଆ ସାର ଆବଣ୍ଟିତ ହୋଇଥିଲା। କିନ୍ତୁ ଯାଜପୁରର ଇଫକୋ ଏରିଆ ସେଲ୍ସ ମ୍ୟାନେଜର ମାତ୍ର ୪୯୦ ମେଟ୍ରିକ୍ ଟନ୍ ସାର ଯୋଗାଣ କରି ବାକି ସବୁ ସାର ଅନ୍ୟ ଜିଲ୍ଲାର ଘରୋଇ ଏଜେନ୍ସିକୁ ପ୍ରଦାନ କରିଛନ୍ତି। ଫଳରେ ଚାଷୀ ସାର ସଂକଟର ସାମ୍ନା କରୁଥିବା ଲେଖିଛନ୍ତି ବିଜେପି ବିଧାୟକ ।

ଗୋଟିଏ ପଟେ ସରକାର କହୁଛନ୍ତି ସାରର ଅଭାବ ନାହିଁ, କିନ୍ତୁ ଗ୍ରାଉଣ୍ଡରେ ଚାଷୀଙ୍କ ପାଖରେ ପହଞ୍ଚୁନାହିଁ ସାର। ପ୍ରଶ୍ନ ହେଲା ବାଟରେ କିଏ କରୁଛି ପ୍ରତିବନ୍ଧକ। ସାର କଳାବଜାରୀ କରୁଛି କିଏ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cooperatives Minister gave a statement regarding the black market in fertilizer | Argus News