Coronavirus Update / ଓଡ଼ିଶାକୁ ପୁଣି ଫେରିଲା COVID, MKCGରେ କରୋନା ରୋଗୀ ଚିହ୍ନଟ
·1 month ago·2 min read

Key Points
ବ୍ରହ୍ମପୁର ଏମକେସିଜିରେ କରୋନା ରୋଗୀ ଚିହ୍ନଟ
MKCGରେ ମହିଳା କରୋନା ପଜିଟିଭ୍, ଆଇସୋଲେସନ୍ରେ ଚିକିତ୍ସା
ଓଡ଼ିଶାରେ ପୁଣି କରୋନା ଚିନ୍ତା, ବ୍ରହ୍ମପୁରରେ ମାମଲା
ଭୟ ନୁହେଁ ସତର୍କତା ଜରୁରୀ, MKCGରେ କରୋନା ରୋଗୀ

ବ୍ରହ୍ମପୁର ଏମକେସିଜିରେ କରୋନା ରୋଗୀ ଚିହ୍ନଟ... ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ (ଏମକେସିଜି)ରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜଣେ ମହିଳାଙ୍କ ଠାରେ କରୋନା ସଂକ୍ରମଣ ଥିବା ନିଶ୍ଚିତ ହେବା ପରେ ତାଙ୍କୁ ହସ୍ପିଟାଲର ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଡାକ୍ତରମାନଙ୍କ ନଜରଦାରିରେ ତାଙ୍କର ଚିକିତ୍ସା ଜାରି ରହିଛି ।
ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତାଙ୍କ ଠାରେ କୌଣସି ଗୁରୁତର ଲକ୍ଷଣ ଦେଖାଯାଇନଥିବାରୁ ଚିକିତ୍ସକମାନେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
ଏହି ଘଟଣାକୁ ନେଇ ଏମକେସିଜି ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସମସ୍ତ ପ୍ରକାର ସତର୍କତା ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୋଗୀଙ୍କ ଚିକିତ୍ସା ନିୟମ ଅନୁସାରେ ଚାଲିଛି ।
ଅଧିକ ପଢ଼ନ୍ତୁ: ଆନ୍ଧ୍ର ପରେ ମହାରାଷ୍ଟ୍ରରେ ବଢ଼ିଲା କୋଭିଡ୍ କେସ୍, ୩ ବର୍ଷ ପରେ ସଂକ୍ରମଣରେ ବଡ଼ ବୃଦ୍ଧି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ରହ୍ମପୁର ବଡ଼ ମେଡିକାଲରେ କରୋନା ରୋଗୀ ଚିହ୍ନଟ ହୋଇଥିବା ଘଟଣାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ୱୀକାର କରିଛି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ସଚେତନ ରହିବାକୁ ଓ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ନିୟମିତ ହାତ ଧୋଇବା, ଭିଡ଼ ସ୍ଥାନରେ ସତର୍କ ରହିବା ଓ ଅସୁସ୍ଥ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।
ଏହି ଘଟଣା ପରେ ହସ୍ପିଟାଲ ପ୍ରଶାସନ ସମସ୍ତ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ ରଖିଛି । ରୋଗୀଙ୍କ ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ଓ ଆବଶ୍ୟକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସେହିସହିତ ଲୋକଙ୍କୁ ଅଯଥା ଆତଙ୍କିତ ନହୋଇ ସତର୍କ ରହିବା, ଅସୁସ୍ଥ ଅନୁଭବ କଲେ ପରୀକ୍ଷା କରାଇବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟବିଧି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି, ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନିଆଯିବ ।

Related Topics
Explore more stories