Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀ ନାଁ ରେ ପୁଣି ଦୁର୍ନୀତି: ୬ମାସ ନଯାଉଣୁ ଭାଙ୍ଗି ଚୁରମାର ହେଲା ଲକ୍ଷ୍ମୀ ବସ ଷ୍ଟପ

Ritu Das
Browse all articles by Ritu Das
·1 year ago·2 min read
ଲକ୍ଷ୍ମୀ ନାଁ ରେ ପୁଣି ଦୁର୍ନୀତି: ୬ମାସ ନଯାଉଣୁ ଭାଙ୍ଗି ଚୁରମାର ହେଲା ଲକ୍ଷ୍ମୀ ବସ ଷ୍ଟପ

ଅର୍ଗସ ବ୍ୟୁରୋ: ଟଙ୍କା ପ୍ରବଳ ହେଲେ କାମ ଦୁର୍ବଳ, ନିମ୍ନ ମାନର କାମ କରି ରାତି ପାହିଲେ ବାବୁଙ୍କ କୋଟିପତି ହେବାର ସ୍ବପ୍ନ। ତତ୍କାଳୀନ ସରକାରରେ ଠିକାଦାର ସାଜିଥିଲେ କି ବାହୁବଳୀ ନେତାଙ୍କ ଅନୁଗତ୍ୟ, ରାତି ପାହିଲେ କୋଟିପତି ହେବାର ସ୍ବପ୍ନର ପରିଣାମ କି ଏହି ଲକ୍ଷ୍ମୀ ବସଷ୍ଟପ? ଏହି ଲକ୍ଷ୍ମୀ ବସଷ୍ଟାଣ୍ଡ ଯାହା ଏବେ ଛଅ ମାସେ ନ ପୁରୁଣୁ ମାଟିରେ ମିଶିବାକୁ ଯାଉଛି। ଲୋକଙ୍କ ଲାଗି ନିର୍ମାଣ କରାଯାଇଥିବା ଏହି ଯାତ୍ରୀ ପ୍ରତୀକ୍ଷାଳୟ ଏବେ ଆଉ ଲୋକଙ୍କ କାମରେ ଆସୁନି। ଯାହା ଦ୍ଵାରା ବସଷ୍ଟପରେ ମଦ ବୋତଲର ଆସର ଥରେ ନଜର ପକାନ୍ତୁ ଏହି ଲକ୍ଷ୍ମୀ ବସ ଷ୍ଟାଣ୍ଡ ଉପରେ। ପଟ୍ଟାଙ୍ଗି ବ୍ଲକର ମାଳିପୁଟ ପଞ୍ଚାୟତ, ଦେଓପଟ୍ଟାଙ୍ଗି ପଂଚାୟତ, ସମ୍ବାଇ ପଞ୍ଚାୟତ ଗ୍ରାମର ତିନୋଟି ଲକ୍ଷ୍ମୀ ବସଷ୍ଟାଣ୍ଡ ଏବେ ଭଙ୍ଗା ଅବସ୍ଥାରେ। ଗାଁ ଠାରୁ ଏକ ଦୁଇ କିଲୋମିଟର ଦୂର ରେ ନିର୍ମାଣଧୀନ ଏହି ଲକ୍ଷ୍ମୀ ବସଷ୍ଟାଣ୍ଡ କାହା ସ୍ୱାର୍ଥ ପାଇଁ ନିର୍ମାଣ କରାଯାଇଛି।


ତତ୍କାଳୀନ ରାଜ୍ୟ ସରକାର 5ଟି ରେ ଲୋକଙ୍କ ଯାତାୟାତ ପାଇଁ ଲକ୍ଷ୍ମୀ ବସ ଏବଂ ଲକ୍ଷ୍ମୀବସ ସକାଶେ ଲକ୍ଷ୍ମୀବସଷ୍ଟାଣ୍ଡର ପରିକଳ୍ପନା କରିଥିଲେ। ହେଲେ ନିମ୍ନମାନର କାମ ସକାଶେ ନିର୍ମିତ ଏହି ଲକ୍ଷ୍ମୀ ବସଷ୍ଟାଣ୍ଡଟି କାମ ସାରିବାର ଛଅ ମାସେ ନ ଯାଉଣୁ ବର୍ତ୍ତମାନ ଭୁଶୁଡିବାକୁ ଆରମ୍ଭ କଲାଣି । ନିମ୍ନମାନର କାମ ଲାଗି ପ୍ଲେଟ ଗୁଡିକ ମଧ୍ୟ ବାହାରି ଗଲାଣି , ନା ମେଟାଲ ଦେଖାଯାଉଛି ନା କଂକ୍ରିଟ ଏହି ବସଷ୍ଟପଟି ଏବେ ଚାରିଆଡେ ଫାଟି ଆଁ କଲାଣି, ଏହା କେତେବେଳେ ଯେ କାହା ଉପରେ ମାଡ଼ିବସିବ କୁହାଯାଇ ନପାରେ ଏହା କେବଳ ଗୋଟିଏ ନୁହେଁ ଏମିତି ବ୍ଲକ ସାରା ନିର୍ମାଣ କରାଯାଇଥିବା ବସଷ୍ଟପର ଅବସ୍ଥା। ଅପରପକ୍ଷେ ପ୍ରତ୍ୟେକ ଗାଁ କୁ ଲକ୍ଷ୍ମୀ ବସ ସେବା ଯୋଗେଇ ଦିଆଯାଇଥିବା ବେଳେ ଏହି ଲକ୍ଷ୍ମୀ ବସଷ୍ଟପ ଗାଁ ଠାରୁ କେଉଁଠି ଦୁଇ କିଲୋମିଟର ତ କେଉଁଠି ଏକ କିଲୋମିଟର ଦୂରରେ କାହିଁକି ଏହି ଲକ୍ଷ୍ମୀବସ ଷ୍ଟପ ନିର୍ମାଣ କରାଯାଇଛି ଗାଁ ଲୋକ ବୁଝିପାରୁନଥିବା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Corruption in Lakshmi name: Lakshmi bus stop destroyed after 6 months | Argus News