Videos
|
Odisha

ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଦୁର୍ନୀତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଦୁର୍ନୀତି

Key Points

ପିଚୁ ରାସ୍ତା ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା
ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଦୁର୍ନୀତି
ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ପିଚୁ ରାସ୍ତା
ତିନି ମାସ ଗଲାନି ରାସ୍ତାରୁ ଉଠିଗଲା ପିଚୁ

ମୟୂରଭଞ୍ଜର ବଡ଼ସାହି ବ୍ଲକ୍ ଅଧିନରେ ଥିବା ଶାଳଗାଁ ପଞ୍ଚାୟତ । ନରଣଗାଁ ଠାରୁ ପାଳପାଟଣା ଦେଇ ବହି ଯାଇଥିବା ଗଙ୍ଗାହାର ନଦୀ ଆଡ଼ିବନ୍ଧ ଉପରେ ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିଲା ପିଚୁ ରାସ୍ତା। ତତ୍କାଳିନ ବିଜେଡି ସରକାର ରାସ୍ତା ଉନ୍ନତିକରଣ ବାବଦକୁ ୪ କୋଟି ୮୬ ଲକ୍ଷ ୧୧ ଟଙ୍କା ମଞ୍ଜୁର କରିଥିଲେ । କାମ ପାଇଁ ସତ୍ୟନାରାୟଣ ଦିସ୍ ନାମକ ଠିକାଦାର ଟେଣ୍ଡର ଜରିଆରେ ମୟୂରଭଞ୍ଜ ଜଳସେଚନ ବିଭାଗ ସହିତ ଚୁକ୍ତିନାମା କରିଥିଲେ ।


ତେବେ ଚୁକ୍ତି ଅନୁଯାଇ ୨୦୨୪ ଫେବୃଆରୀ ମାସ ୨୭ ତାରିଖ ରେ କାର୍ଯ୍ୟ ଆରମ୍ଭ ହୋଇ ସେହି ବର୍ଷ ଅଗଷ୍ଟ ମାସ ୨୭ ତାରିଖରେ କାର୍ଯ୍ୟ ଶେଷ ହେବାକଥା। କିନ୍ତୁ ଏହି ରାସ୍ତା କାର୍ଯ୍ୟ ନିର୍ମାଣ ବହୁ ବିଳମ୍ବରେ ହେବା ସହ ଅତି ନିମ୍ନ ମାନର କରାଗଲା । ଯାହାଫଲରେ ୩ ମାସ ବି ଗଲାନି ଅନେକ ଯାଗାରେ ପିଚୁ ଉଠି ଗଲାଣି । ନିମ୍ନମାନର କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଠିକାଦାର ଦୁର୍ନୀତି କୁ ଲୁଚେଇବା ପାଇଁ ପିଚୁ ରାସ୍ତା ଉପରେ ମୋରମ୍ ପକାଇଛନ୍ତି । ତେବେ ରାସ୍ତା ପାଇଁ ଟଙ୍କା ଆସିଥିବା ବେଳେ ଲୋକେ ଯେମିତି ଖୁସି ହୋଇଥିଲେ ଏବେ ଏ ଅବସ୍ଥା ଦେଖି ପୂର୍ବ ଅବସ୍ଥାକୁ ଫେରି ଆସିଲୁ ବୋଲି କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଯଉଁମାନେ ଏଭଳି ଦୁର୍ନୀତି କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ତେବେ ଏଭଳି ମହା ଦୁର୍ନୀତିର ତଦନ୍ତ କେବେ ହେବ ଏବଂ ସଂମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କି ପ୍ରକାର ପଦକ୍ଷେପ ନିଆଯାଉଛି , ତାହା ଦେଖିବାକୁ ବାକି ।