କପା ଚାଷୀଙ୍କ ପାଇଁ ବଡ଼ ଖବର: ମୋବାଇଲ ଆପ୍ଲିକେସନରେ ପଞ୍ଜିକରଣ

Key Points
କଳାହାଣ୍ଡି ଜିଲ୍ଲାର କେସିଙ୍ଗାଠାରେ ସରକାରଙ୍କ ଦ୍ବାରା ନିର୍ମିତ କୋଣାର୍କ ଟ୍ରିନିଂମିଲ୍ ଦେଖି ଜିଲ୍ଲାର ଚାଷୀ କପାଚାଷ ଆରମ୍ଭକରିଥିଲେ। ଏହାପରେ ଜିଲ୍ଲାର କପାଚାଷ ରାଜ୍ୟରେ ୧ ନମ୍ବର ହୋଇଥିଲା
କପା ଚାଷୀଙ୍କ ପାଇଁ ବଡ଼ ଖବର । ଆଜିଠୁ କପା ପାଇଁ ମୋବାଇଲ ଆପ୍ଲିକେସନରେ ଆରମ୍ଭ ହେଉଛି ପଞ୍ଜିକରଣ । ପୂର୍ବରୁ କପାଚାଷୀ ସିଧାସଳଖ କପା ଉତ୍ପାଦନ କରି ମଣ୍ଡିକୁ ଯାଇ ବିକ୍ରି କରୁଥିଲେ । କିନ୍ତୁ ଭାରତୀୟ କପା ନିଗମ ଲିମିଟେଡ କପାଚାଷୀଙ୍କ ପାଇଁ ନୂଆ ନିୟମ ଆଣିଛି। କପା ମଣ୍ଡିରେ ବିକ୍ରି କରିବାକୁ ହେଲେ ଚାଷୀଙ୍କୁ ଆଗୁଆ ପଞ୍ଜୀକରଣ କରିବାକୁ ପଡ଼ିବା ଆଜିଠାରୁ କପା ଚାଷୀମାନେ ମୋବାଇଲ ଆପ୍ ‘କପାସ୍ କିଷାନ୍’ ଜରିଆରେ ଆଧାରକାର୍ଡ ଦେଇ କପାବିକ୍ରି କରିବା ପାଇଁ ପଞ୍ଜୀକରଣ କରିପାରିବେ।
ପଞ୍ଜୀକରଣ ସେପ୍ଟେମ୍ବର ୩୦ ଯାଏଁ ଚାଲିବ ବୋଲି RMC କୁ ଆସିଥିବା ଚିଠିରୁ ସ୍ପଷ୍ଟ ହୋଇଛି । କଳାହାଣ୍ଡିର ଚାଷୀ ବିଟି କଟନ ଚାଷକରି ଓଡ଼ିଶା ଜାତୀୟ କପା ଉତ୍ପାଦନ ହାର ସହିତ ସମାନ ଥିବା ବେଳେ ଏଠାରେ ସମଗ୍ର ଏସିଆର ଉତ୍କୃଷ୍ଟ ମାନର ଜପା ଉତ୍ପାଦନ କରିଥାନ୍ତି। ଚଳିତ ବର୍ଷ ଜିଲ୍ଲାରେ ୭୨ ହଜାର ୧୦ ହେକ୍ଟର ଜମିରେ କପାଚାଷ ହୋଇଛି । ଜିଲ୍ଲାରେ କପା ବିକ୍ରି କରିବା ପାଇଁ RMC ପକ୍ଷରୁ ୪ଟି ମଣ୍ଡି ରହିଛି ସେଗୁଡ଼ିକ ହେଲା ଭବାନୀପାଟଣା ଆର୍ଏମ୍ସି ଅଧୀନରେ ଥିବା କର୍ଲାପଡା ଓ ଟୁଟିଙ୍ଗ, ଜୁନାଗଡ଼ ଆରଏମ୍ସି ଅଧୀନରେ ଥିବା ଗୋଲାମୁଣ୍ଡା ବ୍ଲକ୍ର ଉଛଲାରେ ମଣ୍ଡି ରହିଛି ।