ପୌରାଧ୍ୟକ୍ଷଙ୍କ ଦୁର୍ବ୍ୟବହାରକୁ ନେଇ ତାତିଲେ କାଉନସିଲର ଓ ସାହି ବାସିନ୍ଦା
·2 years ago·1 min read

ନବରଙ୍ଗପୁର: ପୌରାଧ୍ୟକ୍ଷଙ୍କ ଦୁର୍ବ୍ୟବହାରକୁ ନେଇ ତାତିଲେ କାଉନସିଲର ଓ ସାହି ବାସିନ୍ଦା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦେଖିବାକୁ ମିଳିଛି ଏହି ଘଟଣା । ଗତ ୬ ତାରିଖରେ ପୌର ପରିଷଦର କାଉନସିଲର ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ସଭା ଗୃହରେ ସମସ୍ତ କାଉନସିଲର ଓ ନିର୍ବାହୀ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୭ ନମ୍ବର ୱାର୍ଡର କାଉନସିଲର ନେତ୍ର ହରିଜନ ନିଜ ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କଣ ପାଇଁ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ।
କିନ୍ତୁ ପୌରଧ୍ୟକ୍ଷା ରାଧା ଭାତ୍ର ଏହି ପ୍ରଶ୍ନରେ ଉତକ୍ଷିପ୍ତ ହୋଇ GET OUT କହିବା ସହ ଅସଭ୍ୟ ଭାଷାରେ ଗାଳି କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ପ୍ରସଙ୍ଗରେ ଯଦି ବିଜୁ ଜନତା ଦଳର ଜିଲ୍ଲା ସଭାପତି ହସ୍ତକ୍ଷେପ ନ କରନ୍ତି ସେ ଦଳ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: