Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଯାଞ୍ଚ ବେଳେ ୧୧ଟି ଡକ୍ୟୁମେଣ୍ଟ ନଥିଲେ କଟିବ ନାଁ !

Odisha

SIR / ଯାଞ୍ଚ ବେଳେ ୧୧ଟି ଡକ୍ୟୁମେଣ୍ଟ ନଥିଲେ କଟିବ ନାଁ !

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
ଯାଞ୍ଚ ବେଳେ ୧୧ଟି ଡକ୍ୟୁମେଣ୍ଟ ନଥିଲେ କଟିବ ନାଁ !
SIR In Odisha

Key Points

ପ୍ରତି ବୁଥରେ ୧୨୦୦ କିମ୍ବା ତାଠାରୁ କମ ଭୋଟର ରହିବେ ।
ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି ।

SIR ପାଇଁ ଓଡ଼ିଶାରେ କାଉନ ଡାଉନ ଆରମ୍ଭ । ଶେଷ ହୋଇଛି ୫ ମାସ ଧରି ଚାଲିଥିବା ପ୍ରସ୍ତୁତି ପ୍ରକ୍ରିୟା । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ ଆରମ୍ଭ ହେବ SIR । ଓଡ଼ିଶାରେ ବଢ଼ିଲା ବୁଥ ସଂଖ୍ୟା । ତେଜିଲା ରାଜନୀତି, ଅନୁପ୍ରବେଶକାରୀଙ୍କ ଭିତରେ ଛନକା ।

'SIR ପାଇଁ ଓଡ଼ିଶା ପ୍ରସ୍ତୁତ' । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ମନ୍ତବ୍ୟ ପରେ SIRକୁ ନେଇ ପୁଣି ଥରେ ଓଡ଼ିଶାରେ ଆରମ୍ଭ ହୋଇଛି ଚର୍ଚ୍ଚା । ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବୁଥ ସଂଖ୍ୟାକୁ ବଢ଼ା ଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ଏହାକୁ ବଢାଇ ପ୍ରାୟ ୪୩ ହଜାର ବୁଥ କରାଯାଇଛି । ପ୍ରତି ବୁଥରେ ୧୨୦୦ କିମ୍ବା ତାଠାରୁ କମ ଭୋଟର ରହିବେ । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି ।

୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR ହୋଇଥିଲା । ୨୦୦୨ର SIRରେ ପ୍ରସ୍ତୁତ ଭୋଟର ଲିଷ୍ଟରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କ ନାମ ପୁଣି ଥରେ ୨୦୨୫ରେ ହୋଇଥିବା ଭୋଟର ଲିଷ୍ଟରେ ସଂଶୋଧନର ଆବଶ୍ୟକତା ନାହିଁ । ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି । କେବଳ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଅନ୍ୟ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେପଟେ କିନ୍ତୁ ତେଜିଛି ରାଜନୀତି । ଅନ୍ୟ ରାଜ୍ୟର ଉଦାହରଣ ଦେଇ ଓଡ଼ିଶାରେ SIRର କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

୨୦୦୨ ଓ ୨୦୨୫ ଭୋଟର ତାଲିକା ମ୍ୟାପିଂ ସମୟରେ ଯେଉଁମାନେ ମିଳିବେ ନାହିଁ ସେମାନଙ୍କୁ ଜନ୍ମଗତ ପ୍ରମାଣ ପତ୍ର, ସ୍ଥାୟୀ ଆବାସିକ ପ୍ରମାଣ ପତ୍ର ପରି ୧୧ଟି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ । ବିହାର ଓ ଉତ୍ତର ପ୍ରଦେଶରେ ଏମିତି ୧୧ଟି ପ୍ରମାଣ ପତ୍ର ଦେବାକୁ ପଡ଼ିଥିଲା । ତେବେ ଯଦି ସେମାନେ ସେହି ଡକ୍ୟୁମେଣ୍ଟ ନଦେଇ ପାରିଲେ ସେମାନଙ୍କୁ ଅବୈଧ ବୋଲି ଘୋଷଣା କରାଯିବ । ଅର୍ଥାତ ଯେତେ ସବୁ ଅନୁପ୍ରବେଶକାରୀ ଓଡ଼ିଶାରେ ଆଡା ଜମାଇଛନ୍ତି ସେମାନଙ୍କୁ ବିଦା ହେବାକୁ ପଡ଼ିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SIR | Countdown begins in Odisha for SIR. Five-month-long preparation process completes | Argus News