ମଦ୍ରାସାରୁ ମିଳିଲା ଜାଲ୍ ନୋଟ୍ ଛାପିବା ମେସିନ୍
ଅର୍ଗସ ବ୍ୟୁରୋ: ପିଲାଙ୍କୁ ଶିକ୍ଷା ଦେବା ପାଇଁ ଅନୁଷ୍ଠାନ। କିନ୍ତୁ ସେଠି ଛପାଚାଲିଥିଲା ଜାଲ୍ ନୋଟ୍। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ମାଦ୍ରାସା ଜାମିୟା ବହିବିୟାରେ ପୋଲିସ୍ ଚଢ଼ାଉରେ ସାମ୍ନାକୁ ଆସିଛି ଚମକାଇଦେବା ଭଳି ସତ। ଏଠି ନକଲି ନୋଟ୍ ଛାପିବା ମେସିନ ମିଳିଛି, ଜବତ ହୋଇଛି ପ୍ରାୟ ଏକ ଲକ୍ଷ ୩୦ ହଜାର ଟଙ୍କା। ମଦ୍ରାସାର ବ୍ୟାଙ୍କ ଆକାଉଣ୍ଟ ଛାନଭିନ୍ ଆରମ୍ଭ ହୋଇଛି। ମଦ୍ରାସା ସିଲ୍ କରିଛି ପୋଲିସ।
ମଦ୍ରାସା ଜାଲ୍ ନୋଟ୍ ମାମଲାରେ 4ଜଣକୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍। ଜାଲ୍ ନୋଟ ସହ ପ୍ରିଣ୍ଟର, ସ୍କାନର ଜବତ ହୋଇଛି । ଗିରଫ 4ଜଣଙ୍କ ମଧ୍ୟରେ ଅଛି ଭଦ୍ରକ ବାସୁଦେବପୁର ଥାନା ଶୁକଦେବପୁର ଅଞ୍ଚଳର ଅବଦୁଲ ଜାହିର ଖାଁ । 6 ବର୍ଷ ଧରି ପ୍ରୟାଗରାଜରେ ରହି କମ୍ପ୍ୟୁଟର ପଢୁଥିଲା ଜାହିର। ଖବର ଜଣାପଡ଼ିବା ପରେ ପୁଅର ଅପରାଧିକ କାମ ପାଇଁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଜାହିରର ବାପା ସାଜିଦ ଖାଁ।
ମଦ୍ରାସାରେ କେବଳ ନୋଟ୍ ନୁହେଁ ଛପା ଚାଲିଥିଲା ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ବିରୋଧୀ ପୁସ୍ତକ। ମୁଖ୍ୟ ପୁସ୍ତକ ଉର୍ଦ୍ଦୁ ଭାଷାରେ ରହିଥିବା ବେଳେ ହିନ୍ଦୀରେ ବି ଏହାର ଅନୁବାଦ କରାଯାଇଛି। ଏସବୁ ପୁସ୍ତକ ମଦ୍ରାସାର ପ୍ରିନ୍ସିପାଲ ମହମ୍ମଦ ତଫସିରୁଲ ଆରିଫିନଙ୍କ ପ୍ରକୋଷ୍ଠରୁ ମିଳିଛି। ସୂତ୍ର ଅନୁସାରେ ପ୍ରିନ୍ସିପାଲ ନିଜେ ଏ ବହି ପଢିବା ସହ ଏହା ମାଧ୍ୟମରେ ଏଠି ଥିବା ୭୦ ପିଲାଙ୍କ ବ୍ରେନ୍ ୱାସ୍ କରିଛନ୍ତି । ମଦ୍ରାସାର ବ୍ୟାଙ୍କ ପାସବୁକ୍ ଓ ଚେକ୍ ବୁକ୍ ଟ୍ରାଞ୍ଜେକସନକୁ ନେଇ ପଚରା ଉଚୁରା ଚାଲିଛି।
📱 Get Argus News App
✨