Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୋଷେଇ କରୁ କରୁ ପୋଡି ହୋଇଗଲେ ଦମ୍ପତି

Smruti Parija
Browse all articles by Smruti Parija
·2 years ago·1 min read
ରୋଷେଇ କରୁ କରୁ ପୋଡି ହୋଇଗଲେ ଦମ୍ପତି

ଅନୁଗୁଳ:  ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଚାଙ୍ଗୁଡିଆ ଗ୍ରାମରେ ରୋଷେଇ କରୁଥିବା ବେଳେ ପୋଡି ହୋଇଗଲେ ଦମ୍ପତି ।  କଣିହାଁ ଥାନା ଅନ୍ତର୍ଗତ ଚାଙ୍ଗୁଡିଆ ଗ୍ରାମର ଲକ୍ଷ୍ମୀଧର ନାଏକ ଙ୍କ ସାନ ବୋହୁ ଲକ୍ଷ୍ମୀ ନାଏକ (୨୦) ସକାଳ ସମୟରେ ଗ୍ୟାସ୍ ଯୋଗେ ରୋଷେଇ କରୁଥିବା ବେଳେ ହଠାତ୍ ଲୁଗା କାନିରେ ନିଆଁ ଲାଗିଥିଲା। 

ଭୟାବହ ଅଗ୍ନିକାଣ୍ଡ, ୪ ଜଣ ଜୀବନ୍ତ ଦଗ୍ଧ

ନିଆଁ ଲାଗିଥିବା ଦେଖି ସ୍ଵାମୀ ଲିଟୁ ନାଏକ (୨୨) ନିଆଁ କୁ ଲିଭାଇବା ବେଳେ ସେ ବି ମଧ୍ୟ ପୋଡି ହୋଇଯାଇଥିଲେ । ଚିତ୍କାର ଶୁଣି ଲିଟୁ ଙ୍କ ଭଉଣୀ ଦୁଇଜଣଙ୍କ ଉପରକୁ ପାଣି ପକାଇ ଲିଭାଇ ଥିଲେ । ସଙ୍ଗେ ସଙ୍ଗେ ଦୁଇ ଜଣ ଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁହିଁଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
couple-burned-while-cooking-the-incident-took-place-at-angul-kaniha | Argus News