ଘରଭଡ଼ା ଖୋଜିବାକୁ ଆସି ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ ଜେଲ୍

Key Points
ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା
୪ ଜଣଙ୍କୁ ଆଜୀବନ ଜେଲ୍
ଭୁବନେଶ୍ଵର: ଭୟଙ୍କର, ବୀଭତ୍ସ ଓ ଅମାନୁଷିକ । ଘରଭଡ଼ା ଖୋଜିବାକୁ ଆସି ଘର ମାଲିକ ଓ ମାଲିକାଣୀଙ୍କୁ ହତ୍ୟା ମାମଲାର ରାୟ ଆସିଛି । ବହୁଚର୍ଚ୍ଚିତ ଆଚାର୍ଯ୍ୟ ବିହାରଡବଲ୍ ମର୍ଡର ମାମଲାରେ ୧୨ ବର୍ଷ ପରେ ରାୟ ପ୍ରକାଶ ପାଇଛି । ୪ ଜଣ ଦୋଷୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ ।
୨୦୧୨ ସେପ୍ଟେମ୍ବର ୧୩ ତାରିଖ । ପଶ୍ଚିମ ଓଡ଼ିଶାର କିଛି ଜଣ ଯୁବକ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଘର ଭଡ଼ା ଖୋଜୁଥିଲେ । ଘର ଭଡ଼ା ଖୋଜିବା ପରେ ଚୋରି ଉଦ୍ଦେଶ୍ୟରେ ଘରେ ପଶିବା ସହ ୭୫ ବର୍ଷୀୟ ଜ୍ୟୋସ୍ନାଦେବୀ ପାଣିଗ୍ରାହୀଙ୍କୁ ଏକ ତାରରେ ହତ୍ୟା କରିଥିଲେ । ତାଙ୍କ ସ୍ଵାମୀ କୃଷ୍ଣବିହାରୀଙ୍କୁ ଏଗ ଛୋଟ ଗ୍ୟାସ୍ ସିଲିଣ୍ଡରରେ ପିଟି ପିଟି ଲହୁଲୁହାଣ କରିଥିଲେ ।
📱 Get Argus News App
✨ଏହା ପରେ ପ୍ରାୟ ୩ ମାସ ଧରି ମେଡିକାଲ୍ ବେଡ୍ରେ ମରଣ ସହ ଲଢ଼ିଥିଲେ କୃଷ୍ଣବିହାରୀ । ହେଲେ ଭାଗ୍ୟ ସାଥ ଦେଇ ନଥିଲା, ସେ ଆଖି ବୁଜିଥିଲେ । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫମାନେ ହେଲେ ବିଜୟ ଯାଦବ, ରଣଜିତ ଜେନା, ପ୍ରିୟରଞ୍ଜନ ପତି ଓ ବୁଟୁ ଜେନା ।
ବିଜୟ ଯାଦବ ବିବିଏ ଛାତ୍ର ହୋଇଥିବା ବେଳେ ରଣଜିତ ଜେନା ଓ ପ୍ରିୟରଞ୍ଜନ ପତି ଏମବିଏ ପଢ଼ୁଥିଲେ । ମାମଲାର ଅନ୍ୟତମ ଦୋଷୀ ବୁଟୁ ଜେନା ଜଣେ ଦୋକାନୀ । ୪ ଅଭିଯୁକ୍ତଙ୍କୁ ଅତିରିକ୍ତ ଦୌରା ଜଜ-୩ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।