ରୋଗୀଙ୍କଠାରୁ ଟଙ୍କା ଶୋଶୁଛନ୍ତି ବୋଲି ଘରୋଇ ହସ୍ପିଟାଲ ଗୁଡ଼ିକୁ ନିନ୍ଦା କଲେ କୋର୍ଟ

Key Points
ଅନାବଶ୍ୟକ ଚିକିତ୍ସା କରୁଛନ୍ତି, ଟେଷ୍ଟ ନାଁରେ ଟଙ୍କା ଲୁଟୁଛନ୍ତି ।
ଏଭଳି ଭୁଲ କ୍ଷମଣୀୟ ନୁହେଁ ।
ଏକ ମାମଲାର ଶୁଣାଶି ବେଳେ ଏମିତି କିଛି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ ସିଧା ସିଧା କହିଛନ୍ତି, କିଛି ଘରୋଇ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ପାଇଁ ସବୁ ପ୍ରକାର ସୁବିଧା ନାହିଁ । କିନ୍ତୁ ସେମାନେ ରୋଗୀଙ୍କୁ ମିଛ ସତ କହି ମେଡିକାଲରେ ଆଡମିଶନ କରାଇଦେଉଛନ୍ତି । ଆଉ ତାପରେ ନାନା ଅନାବଶ୍ୟକ ଟେଷ୍ଟ ସବୁ କରାଇ ଟଙ୍କା ଲୁଟୁଛନ୍ତି । ଏହା କୌଣସି ମଧ୍ୟ କ୍ଷମଣୀୟ ନୁହେଁ । ଏହା ଅବୈଧ ରୋଜଗାରର ମାମଲା।
ଘରୋଇ ମେଡିକାଲ ଗୁଡ଼ିକରେ ସମ୍ପୃକ୍ତ ରୋଗର ଡାକ୍ତର ଉପଳବ୍ଧ ନଥିଲେ ବି ରୋଗୀଙ୍କୁ ମିଛ କହି ରଖାଯାଉଛି । ସେମାନଙ୍କ ରୋଗ ସାଂଘାତିକ କହି ଡରାଯାଉଛି । ଉକ୍ତ ରୋଗର ଡାକ୍ତର ମିଳିବା ପରେ ଚିକିତ୍ସା ହେଉଛି । ଆଉ ଶେଷରେ ରୋଗୀଙ୍କୁ ମୋଟା ଅଙ୍କର ବିଲ୍ ଧରାଇ ଦିଆଯାଉଛି । ରୋଗୀଙ୍କୁ ଆଗୁଆ ଆଡମିଶନ କରି ତାଙ୍କୁ ଲୁଟ କରାଯାଉଛି ।
ଘରୋଇ ହସ୍ପିଟାଲ ଗୁଡ଼ିକ ରୋଗୀଙ୍କୁ ଭଲ ସେବା ଦେବା ବଦଳରେ ସେମାନଙ୍କୁ ATM ଭଳି ବ୍ୟବହାର କରୁଛନ୍ତି । ତେଣୁ ଏଣିକି ପର୍ଯ୍ୟାପ୍ତ ସୁବିଧା ବିନା ଡାକ୍ତରଖାନା ଖୋଲିବା ଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି।
ଆଲ୍ଲାହାବାଦ ହାଇକୋର୍ଟ ଯେଉଁ ମାମଲାର ଶୁଣାଣି କରୁଥିଲେ, ସେଥିରେ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ରୋଗୀଙ୍କ ପରିବାର ଲୋକେ ଅପରେସନ୍ ପାଇଁ ସଙ୍ଗେ ସଙ୍ଗେ ରାଜି ନଥିଲେ, ତେଣୁ ଚିକିତ୍ସାରେ ବିଳମ୍ବ ହେଲା । ହେଲେ ଖଣ୍ଡପୀଠ, ମେଡିକାଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ଆଉ ତାଙ୍କୁ ତାଗିଦ୍ କରିଥିଲେ.. ଖଣ୍ଡପୀଠ କହିଥିଲେ ପରିବାର ଲୋକେ ଅପରେସନ୍ ପାଇଁ ପରିବାର ଲୋକେ ସଙ୍ଗେ ସଙ୍ଗେ ଅନୁମତି ଦେଇଥିଲେ । କିନ୍ତୁ ଆପଣଙ୍କ ପାଖରେ ଡାକ୍ତର ନଥିବାରୁ ଆପଣ ବିଳମ୍ବ କଲେ । ଏହା ସମ୍ପୂର୍ଣ୍ଣ ଅବହେଳା ଏବଂ ଅବୈଧ ରୋଜଗାରର ମାମଲା।
ଜଣେ ଡାକ୍ତରଙ୍କୁ କେବଳ ସେତେବେଳେ ସୁରକ୍ଷା ଦେବା ଆବଶ୍ୟକ ଯେତେବେଳେ ସେ ସମ୍ପୂର୍ଣ୍ଣ ହୃଦୟର ସହିତ କାମ କରୁଛନ୍ତି। ତଥାପି, ଯଦି କୌଣସି ଭୁଲ ହୁଏ, ତେବେ ଏହାକୁ ମାନବିକ କାରଣ ଭାବରେ ବିଚାର କରି ଅଣଦେଖା କରାଯାଇପାରିବ। କିନ୍ତୁ ଅବହେଳାର ଏପରି ମାମଲାରେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ।
ତେବେ ଅହ୍ଲାବାଦ୍ ହାଇକୋର୍ଟଙ୍କ ଏଭଳି ତାଗିଦ୍ ପରେ ଘରୋଇ ହସ୍ପିଟାଲଗୁଡ଼ିକ କେତେ ସୁଧୁରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।