Videos
|
Odisha

ଯୁବତୀଙ୍କୁ ଖଣ୍ଡାରେ ଆକ୍ରମଣ କଲା ସମ୍ପର୍କୀୟ ଭାଇ

Banajyotshna Ray
Browse all articles by Banajyotshna Ray
·1 year ago
ଯୁବତୀଙ୍କୁ ଖଣ୍ଡାରେ ଆକ୍ରମଣ କଲା ସମ୍ପର୍କୀୟ ଭାଇ

ପୁରୀ: ଯୁବତୀଙ୍କୁ ଖଣ୍ଡାରେ ଆକ୍ରମଣ। ପୁରୀ ମାଟିତୋଟା ଛକରେ ଘଟିଛି ଅଘଟଣ । ଗତକାଲି ରାତିରେ ସୋନାଲି ପଲେଇ ନାମକ ଯୁବତୀଙ୍କୁ ଖଣ୍ଡାରେ ଆକ୍ରମଣ କରିଛି ତାଙ୍କ ସମ୍ପର୍କୀୟ ଭାଇ। ଫଳରେ ଯୁବତୀ ଜଣକ ଗୁରୁତର ଆହତ ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ବାସେଳୀସାହି ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଘଟଣା ଘଟିଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି। ଯୁବତୀଙ୍କର ମେଡିକାଲରେ ଚିକିତ୍ସା ଚାଲିଥିବାବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସାମାନ୍ୟ ଭଲ ଅଛି। ଯୁବତୀଙ୍କ ପରିବାର ଲୋକେ ଏ ଘଟଣା ପରେ ଭୟଭୀତ ହୋଇପଡିଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cousin attack young woman with sword | Argus News