Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କରୋନା ଭାଇରସ୍‌ର ନୂଆ ରୂପ JN-1 ଭାରିଆଣ୍ଟ

Smruti Parija
Browse all articles by Smruti Parija
·1 year ago·2 min read
କରୋନା ଭାଇରସ୍‌ର ନୂଆ ରୂପ JN-1 ଭାରିଆଣ୍ଟ

Key Points

କ'ଣ ଏହି JN-1 ଭାରିଆଣ୍ଟ ?

କେତେ କ୍ଷତିକାରକ JN-1 ଭାରିଆଣ୍ଟ ? କ'ଣ ଏହାର ଲକ୍ଷଣ ?


କରୋନାର ଭୟାବହତା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଡରାଇଲାଣି ଭୂତାଣୁ ଭୟ । କରୋନାର JN-1 ଭାରିଆଣ୍ଟକୁ ନେଇ ଏସିଆ ମହାଦେଶରେ ହଲ୍‌ଚଲ୍ । ୨୦୨୦ରେ କରୋନା ଭୂତାଣୁ ଅନେକଙ୍କ ଜୀବନ ନେଇଛି । ଲୋକଙ୍କ ଜୀବିକାରେ ମଧ୍ୟ ବାଧା ସୃଷ୍ଟି କରିଥିଲା । ବର୍ତ୍ତମାନ ଚୀନ, ସିଙ୍ଗାପୁର, ହଂକଂ ଓ ଥାଇଲ୍ୟାଣ୍ଡରେ ବେଲଗାମ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର କାରଣ ହେଉଛି JN-1 ଭାରିଆଣ୍ଟର ଦ୍ରୁତ ଗତିରେ ସଂକ୍ରମଣ ।


୩ ମେ ସୁଦ୍ଧା ସପ୍ତାହେ ମଧ୍ୟରେ ସିଙ୍ଗାପୁରରେ ୧୪ ହଜାର୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ସପ୍ତାହରେ ୧୧ ହଜାର ୧୦୦ରେ ପହଁଚିଥିଲା ଏହି ସଂଖ୍ୟା । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି । ଏନେଇ ଲୋକଙ୍କୁ ଅଧିକ ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ । ହଂକଂରେ ମଧ୍ୟ କରୋନା ସଂକ୍ରମଣ ବଢିଚାଲିଛି । ଗତ ଏକ ସପ୍ତାହରେ ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହେଲଥ୍‌ ଅଫିସର । ଭାରତରେ ବର୍ତ୍ତମାନ ଭୂତାଣୁ ଭୟ କମ୍ ରହିଥିଲେ ମଧ୍ୟ ଲୋକେ ସତର୍କ ହେବା ଜରୁରୀ ହୋଇ ପଡିଛି ।


ତେବେ କଣ ଏହି JN-1 ଭାରିଆଣ୍ଟ ?


କୋରୋନା ଭାଇରସ୍‌ର ନୂଆ ରୂପ ହେଉଛି JN-1 ଭାରିଆଣ୍ଟ । ଯାହା ଓମିକ୍ରନ ସହ ଜଡ଼ିତ । ଏହା BA.2.86 ନାମକ ପୂରୁଣା ଭାରିଆଣ୍ଟରୁ ଉତ୍ପତ୍ତି ହୋଇଛି । ୨୦୨୩ର ଶେଷ ଆଡ଼କୁ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହା ପରେ ଏହା ଆମେରିକା, ୟୁକେ, ଭାରତ, ସିଙ୍ଗାପୁର ଓ ହଂକଂରେ ବ୍ୟାପିବାରେ ଲାଗିଥିଲା । ଏହି ଭୂତାଣୁ ଶରୀର ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ଭେଦ କରିପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେତେ କ୍ଷତିକାରକ JN-1 ଭାରିଆଣ୍ଟ ? କ'ଣ ଏହାର ଲକ୍ଷଣ ?


ଏହି ଭାରିଆଣ୍ଟ ଓମିକ୍ରନର ପୁରୁଣା ଭାରିଆଣ୍ଟ ପରି । ଏଥିରେ ଗୁରୁତର ରୋଗ ହେବାର ଆଶଙ୍କା ବହୁତ କମ୍। ଲୋକଙ୍କ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ଲକ୍ଷଣ ଦେଖିବାକୁ ମିଳିଥାଏ । ଏଥିରେ ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା, ହାଲୁକା ଜ୍ୱର, ଥକାପଣ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ଭୂତାଣୁର ସଂକ୍ରମଣ କ୍ଷମତା ଅଧିକ ରହିଛି ଯାହା ଚିନ୍ତାର କାରଣ ପାଲଟିଛି । ତେବେ ସତର୍କତା ହିଁ କରୋନା ସଂକ୍ରମଣକୁ ରୋକିପାରିବ ।



Sponsored
covid-19-cases-rising-again-know-all-about-jn1-strain-and-its-symptoms | Argus News