Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗୋ ମାଫିଆ ଓ ପୋଲିସ ମୁହାଁମୁହିଁ, ଏନକାଉଣ୍ଟରେ ଦୁଇ ଗୋଚାଲାଣକାରୀ ଆହତ

Odisha

ଗୋ ମାଫିଆ ଓ ପୋଲିସ ମୁହାଁମୁହିଁ, ଏନକାଉଣ୍ଟରେ ଦୁଇ ଗୋଚାଲାଣକାରୀ ଆହତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗୋ ମାଫିଆ ଓ ପୋଲିସ ମୁହାଁମୁହିଁ, ଏନକାଉଣ୍ଟରେ ଦୁଇ ଗୋଚାଲାଣକାରୀ ଆହତ

ସମ୍ୱଲପୁର:  ସମ୍ବଲପୁରରେ ଗୋ ମାଫିଆଙ୍କୁ ପୋଲିସର ଏନକାଉଣ୍ଟର। ଆଜି ଭୋରରେ ସମ୍ବଲପୁର ସିଟି ଷ୍ଟେସନ ନିକଟରେଗୋମାଫିଆ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସକୁ ଦେଖି ଗୋଚାଲାଣକାରୀ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲେ । ଜବାବରେ ପୋଲିସ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ । ପୋଲିସ ଏନକାଉଣ୍ଟରେ ଦୁଇ ଗୋଚାଲାଣକାରୀ ଆହତ ହୋଇଛନ୍ତି । ଜଣଙ୍କର ବାମ ଗୋଡରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି ।


ସେମାନଙ୍କୁ ବୁର୍ଲା ମେଡିକାଲ ନିଆଯାଇଛି । ଘଟଣାସ୍ଥଳରୁ ପୋଲିସ ୪ଟି ଖୋକା, ଦୁଇଟି ଦେଶୀ ପିସ୍ତଲ ଓ ଗୋଟିଏ କାର ଜବତ ହୋଇଛି । ଆହତ ଦୁଇ ଗୋ ମାଫିଆ ପଶ୍ଚିମବଂଗର ବୋଲି ସୂଚନା ମିଳିଛି । ସେମାନେ ରାଜସ୍ଥାନ ନମ୍ବର ଥିବା ଏକ ଟ୍ରକକୁ ଏସକର୍ଟ କରି ନେଉଥିବା ଅଭିଯୋଗ ହୋଇଛି । ଟ୍ରକରେ ୩୦ରୁ ଅଧିକ ଗାଈ ଓ ଷଣ୍ଢ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଆଠଗଡ଼ ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲରେ ଗୋ ତସ୍କରୀ ମାମଲାରେ ହୋଇଛି ଆଉ ଏକ ବଡ଼ ଖୁଲାସା। କିଭିଳି ଗୋ ମାଫିଆ ସବୁ ଆଇନକୁ ଦଳି ମକଚି ଗୋ ତସ୍କରୀ ଚଳାଇଥିଲେ ଆଉ ପୋଲିସ, ଜଙ୍ଗଲ ବିଭାଗ ଓ ପ୍ରଶାସନ ମୁକ ସାଜିଥିଲା ତାର ବଡ଼ ପ୍ରମାଣ ହେଉଛି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗଢା ହୋଇଥିଲା ଏହି ଗୋ ମାଂସ ପ୍ୟାକେଜିଂ ୟୁନିଟ୍। ଜଙ୍ଗଲ ବିଭାଗ ଅଜାଣତରେ ସଂରକ୍ଷିତ ଜଙ୍ଗଲରେ ଏତେ ବଡ଼ ନିର୍ମାଣ ସମ୍ଭବ କି ? ଖାଲି ସେତିକି ନୁହେଁ ଏଠାରେ ବୋର ୱେଲ ଖୋଳାଯିବ , ବିଦ୍ୟୁତ ସଂଯୋଗ କରାଯିବା ପ୍ରଶାସନର ବିନା ପ୍ରୋତ୍ସାହନରେ ସମ୍ଭବ କି? ଅଭିଯୋଗ ହୋଇଛି ଆଠଗଡ଼, ତିଗିରିଆ, ବାଙ୍କୀ, ବଡ଼ମ୍ବା, ନରସିଂହପୁର ଢେଙ୍କାନାଳ, ନୟାଗଡ଼, ଦଶପଲ୍ଲା, ଗଣିଆ ସମେତ ଆଖପାଖ ଅଞ୍ଚଳରୁ ଗୋରୁ କିଣା ହୋଇ ଏଠାରେ ଜମା କରାଯାଉଥିଲା । ଗୋରୁଙ୍କୁ ହତ୍ୟା କରିବା ଲାଗି ବାଂଲାଦେଶ ଓ ଉତ୍ତରପ୍ରଦେଶରୁ ଆସୁଥିଲେ ଜହ୍ଲାଦ । ଏହି ୟୁନିଟରେ ଲାଗିଥିବା ମେସିନ ସାହାଯ୍ୟରେ ମାଂସ କଟାଯାଇ ପ୍ୟାକେଜିଂ ହେଉଥିଲା।

ବଡ଼ ବଡ଼ କଣ୍ଟେନର ଯୋଗେ ଗୋ ମାଂସ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଗୋଆ, ତାମିଲନାଡୁ ଆଦି ରାଜ୍ୟକୁ ପଠାଯାଉଥିଲା। ସେଠାରେ ପ୍ରୋସେସିଂ କରାଯାଇ ଗୋମାଂସ ମୁସଲିମ ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା। ତିଗିରିଆରୁ ଯାଜପୁର, ଭଦ୍ରକ, ବାଲେଶ୍ବର ହୋଇ ପଶ୍ଚିମବଙ୍ଗ ଯାଉଥିଲା ଗୋମାଂସ କଣ୍ଟେନର। ସପ୍ତାହକୁ ୫-୬ଟି କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିଲା। ପୋଲିସର ସହଯୋଗ ବିନା ଏହା ସମ୍ଭବ ଥିଲା କି ? ଅଭିଯୋଗ ହୋଇଛି ବିଜେଡି ସରକାର ଓ ସ୍ଥାନୀୟ କ୍ଷମତାଶାଳୀ ବିଜେଡି ନେତାଙ୍କ ପ୍ରୋତ୍ସାହନରେ ଚାଲିଥିଲା ଏହି ଗୋ ତସ୍କରୀ।

Argus Whatsapp Channel Mobile Top
Sponsored
cow-mafia-and-police-clash-two-cow-smugglers-injured-in-encounter | Argus News