Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

COW MAFIA RAID / ଗୋ- ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ

Bikash Mohanty
Browse all articles by Bikash Mohanty
·5 months ago·3 min read
ଗୋ- ମାଫିଆଙ୍କ  ସମ୍ପତ୍ତି ବାଜ୍ୟାପ୍ତି ହେବ
COW MAFIA

Key Points

ଗୋ ମାଫିଆଙ୍କ ଉପରେ ବଡ଼ ଆକ୍ସନ
ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ ଭୁବନେଶ୍ବରରେ  ରେଡ୍ 
ପୋଲିସର ୪୬ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ
ଗୋ ମାଫିଆଙ୍କ ଉପରେ ବଡ଼ ଆକ୍ସନ । ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ ଭୁବନେଶ୍ବରରେ ଯୋରଦାର ରେଡ୍ । ପୋଲିସର ୪୬ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଛି । ସାବାଡ ହେବେ ଗୋ-ମାଫିଆ  ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି କହିଲେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। 

ଆନ୍ତଃରାଜ୍ୟ ଗୋ-ମାଫିଆ ସେକ ତାଜୁଦ୍ଧିନ ଓରଫ ରାଜନର ଭଦ୍ରକ ଘରେ କେନ୍ଦୁଝର ଓ ଭଦ୍ରକ ପୋଲିସର ମିଳିତ ଚଢଉ ଚାଲିଛି । ପୁରୁଣା ବଜାର ମୁଲାସାହି ସ୍ଥିତ ବାସଭବନ, ସେକ ତାଜୁଦ୍ଧିନ ମାଲିକାନାରେ ଚାଲିଥିବା କସମୋ ବଜାର ଓ ଏକ ନର୍ସିଂ ଇନଷ୍ଟିଚ୍ୟୁଟରେ ମଧ୍ୟ ପୋଲିସ ରେଡ ଚାଲିଛି । ରାଜନର ଘରୁ ନଗଦ ୫୦ ଲକ୍ଷରୁ ଅଧିକ ଟଙ୍କା ମିଳିଛି । ମେସିନ ସାହାଯ୍ୟରେ ଟଙ୍କା ଗଣା ଯାଇଛି। ଏଥି ସହ ସୁନାଗହଣା, ଦୁଇଟି ସ୍କର୍ପିଓ ଗାଡି , ସ୍କୁଟି, ଲାପଟପ, ମୋବାଇଲ ବିପୁଳ ସମ୍ପତିର କାଗଜପତ୍ର ଆଦିକୁ ଜବତ କରାଯାଇଛି ବୋଲି କେଉଁଝର ଏସପି କୁସଲକର ନିତୀନ ଦାଗୁଡ଼ୁ କହିଛନ୍ତି।

ମୟୁରଭଂଜ ଜିଲ୍ଲା କରଞ୍ଜିଆ ଥାନା ଚଢ଼ିଇଭୋଳ ଏବଂ ମଣ୍ଡୁଆ ଗ୍ରାମର ସେକ ୱାସୀମଙ୍କ ଘରେ କେନ୍ଦୁଝର ପୋଲିସ, କରଞ୍ଜିଆ ପୋଲିସ ର ଚଢ଼ାଉ କରିଛି। ଚଢାଉ ସମୟରେ 3ଲକ୍ଷ 50 ହଜାର ଟଙ୍କା ସହିତ ସୁନା 68 ଗ୍ରାମ ରୁପା 314ଗ୍ରାମ ଜବତ କରିଛି ପୋଲିସ, ସାହାରପଡା ଏବଂ କୁଡୁମା ଛକରେ ସେକ ୱାସୀମଙ୍କ ଜୋତା ଦୋକାନ ରହିଛି। କେନ୍ଦୁଝର ପୋଲିସର ଜଣେ ଇନସପେକ୍ଟର, ଜଣେ ସବ ଇନସପେକ୍ଟର ସହିତ ଗୋଟିଏ ପ୍ଲାଟୁନ ପୋଲିସ ଏହି ରେଡ ରେ ସାମିଲ ଅଛନ୍ତି।

ଗୋ ଚାଲାଣ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଫାଣ୍ଡି ଅନ୍ତର୍ଗତ ତେଣ୍ଟୋପୋଷି ଗ୍ରାମରେ ନୟମ, ମୁଜାଫର, ଜାଫର, ରିଆ ଓ ରାଜୁଙ୍କ ସମେତ ପାଞ୍ଚଟି ଘରେ ବଡ ଧରଣର ରେଡ୍ ହୋଇଛି। ଚାଲିଥିବା ବେଳେ ବାଦାମପାହାଡ଼ ଥାନା ଅନ୍ତର୍ଗତ ସୁଲେଇପାଟ ଫାଣ୍ଡି ଅଧୀନ ସାତ ପଉଟିଆ ଗ୍ରାମରେ ଜଣଙ୍କ ଘରେ ଚଢାଉ ହୋଇଛି।

ବେଆଇନ ଗୋ ଚାଲାଣ ଅଭିଯୋଗରେ ମୟୂରଭଂଜ ଜିଲ୍ଲା ବିଶୋଇ ସ୍ଥିତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବାସଭବନରେ ପୋଲିସ ର ଚଢାଉ କରିଛି। ସକାଳୁ ସକାଳୁ କେଉଁଝର ପୋଲିସ୍ ଟିମ୍ ଗୋ ମାଫିଆଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।। ଘର ଭିତରୁ ଗୁରୁତ୍ୱପୂର୍ଣ୍ଣ ଦଲିଲ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳୁଛି । ପୋଲିସ୍ ଅଧିକାରୀମାନେ ପରିବାର ସଦସ୍ୟଙ୍କୁ ପଚରାଉଚରା ମଧ୍ୟ କରୁଥିବା ଜଣାପଡ଼ିଛି। ଚଢ଼ାଉ ବେଳେ ଘରୁ ନଗଦ 3 ଲକ୍ଷ 9 ହଜାର ଟଙ୍କା,35 ଗ୍ରାମ ସୁନା,95 ଗ୍ରାମ ରୂପା ସହ ଗୋଟିଏ ମାହିନ୍ଦ୍ର SUV 300 ଓ ବୁଲେଟ ବାଇକ୍ କୁ ଜବତ କରିଛି ପୋଲିସ।

ଆନନ୍ଦପୁରର ମୋଚିନ୍ଦାରେ ସତୁରା ସାହୁ ଙ୍କ ଘରୁ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଗୋଟିଏ କାର ଜବତ କରିଛି କେଉଁଝର ପୋଲିସ। । ସେହିଭଳି ଘସିପୁରା ଥାନା ଗୁହାଳିଆରୁ ପିକଅପ ଭ୍ୟାନ ସହିତ ବୋଲେରୋ ଜବଦ କରିଛି ପୋଲିସ । ତେବେ ରେଡ ପରେ ଗୋ ମାଫିଆ ସତୁରା ସାହୁ ଫେରାର ଥିବା ଜଣାପଡ଼ିଛି।

କେଉଁଝର ଜିଲ୍ଲା ଘଟଗାଁର ସାନ୍ତରାପୁର ମୁସଲମାନ ବସ୍ତିରେ ଥିବା ଗୋ ମାଫିଆ ଙ୍କ ଘରେ ରେଡ୍ ଜାରି ରଖିଛି ପୋଲିସ୍ ର ସ୍ବତନ୍ତ୍ର ଟିମ୍। ଚଢ଼ାଉ ସମୟରେ ୨୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ସହ ସୁନା ଗହଣା ଜବତ କରିଛି। ଏହା ସହ ବିଭିନ୍ନ କାଗଜପତ୍ର ଜବତ କରିଛି    

ଇଲିଗାଲ ଟ୍ରାନ୍ସପୋଟିଂ ଗୋରୁ ଚାଲାଣ ଅଭିଯୋଗ ରେ ଯାଜପୁର ବରୁଆଁ ଥାନା ଅଞ୍ଚଳ ରେ ଥିବା ସେକ୍ ସରିଫ୍ ଙ୍କ ଘରେ ଚଢ଼ାଉ । ଚଢ଼ାଉ କଲା ଯାଜପୁର ସଦର ଥାନା ପୋଲିସ ସହ କେଉଁଝର ପୋଲିସ ର ମିଳିତ ଉଦ୍ୟମ ରେ ଚାଲିଛି ଚଢ଼ାଉ । ଘଟଣା ସ୍ଥଳରେ ପୋଲିସ ମୁତୟନ । ତେବେ ବେଆଇନ ଭାବେ ବାହାରକୁ ଗୋରୁ ଚାଲାଣ ହେଉ ଥିବା ଅଭିଯୋଗ ପରେ ଆଜି ସକାଳୁ ସକାଳୁ ସେକ୍ ସରିଫ ଙ୍କ ଘରେ ପୋଲିସ ଚଢ଼ାଉ କରିଛି । ତେବେ ପୋଲିସ ର ପ୍ରତିକ୍ରିୟା ପରେ ଘଟଣା ସ୍ପଷ୍ଟ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
COW MAFIA RAID | Major Crackdown on Cow Mafia in Odisha | Argus News