Videos
|
Odisha

ପୂର୍ବ ସରକାରରେ ଗୋ ମାଫିଆଙ୍କୁ ମିଳୁଥିଲା ପ୍ରୋତ୍ସାହନ: ଗୋପାଳନ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୂର୍ବ ସରକାରରେ ଗୋ ମାଫିଆଙ୍କୁ ମିଳୁଥିଲା ପ୍ରୋତ୍ସାହନ: ଗୋପାଳନ ମନ୍ତ୍ରୀ

Key Points

ତିଗିରିଆ ଗୋ ତସ୍କରୀ ନେଇ ଗୋପାଳନ ମନ୍ତ୍ରୀଙ୍କ ବଡ଼ ବୟାନ
କହିଲେ ପୂର୍ବ ସରକାରରେ ଗୋ ମାଫିଆଙ୍କୁ ମିଳୁଥିଲା ପ୍ରୋତ୍ସାହନ
ସ୍ଥାନୀୟ ନେତା ଓ ପୋଲିସର ବିନା ସହଯୋଗରେ ଏହା ନୁହେଁ ସମ୍ଭବ
ମନ୍ତ୍ରୀ କହିଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଛି ନିର୍ଦ୍ଦେଶ
ଜଙ୍ଗଲ ଭିତରେ ନର୍ମିତ କଂସେଇଖାନାର ବୈଧ୍ୟତା ଯାଞ୍ଚ କରୁଛି ପ୍ରଶାସନ
ବିଦ୍ୟୁତ ବିଭାଗ କହିଲା ଇଲେକ୍ଟ୍ରି ସଂଯୋଗ ବେଆଇନ ଥିଲେ ନିଆଯିବ ଆକ୍ସନ
ଗୋ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତେଜିଲା ଦାବି

ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲରେ ଗୋତସ୍କରି ଘଟଣାରେ ପୂର୍ବ ସରକାରକୁ ଟାର୍ଗେଟ କଲେ ଗୋ ପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍। କହିଛନ୍ତି ସେଠାରେ ଗୋ ମାତାଙ୍କର ହାଡ ଓ ଚର୍ମ ଯେଉଁ ଭଳି ଗଦା ହୋଇଛି ସ୍ଥାନୀୟ ନେତା ଓ ବିନା ପୋଲିସ ସହାୟତାରେ ଏହା ସମ୍ଭବ ନୁହେଁ । ସମସ୍ତଙ୍କ ପ୍ରୋତ୍ସାହନରେ ଗୋ ମାଫିଆମାନେ ମାତିଥିଲେ । ସମସ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ।

ସେପଟେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏତେବଡ଼ କଂସେଇଖାନା ନିର୍ମାଣ ସହ ସେଠାକୁ ବିଦ୍ୟୁତ ସଂଯୋଗ କିପରି ଦିଆଯାଇଥିଲା ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁହଁ ଖୋଲିଛି ବିଦ୍ୟୁତ ବିଭାଗ ସେକ୍ସନ ଯନ୍ତ୍ରୀ କହିଛନ୍ତି ଯଦି ବେଆଇନ ଭାବେ ବିଦ୍ୟୁତ ସଂଯୋଗ ଦିଆଯାଇଥିବ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସେହିପରି ବେଆଇନ୍ ନିର୍ମାଣ ନେଇ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ତହସିଲଦାର। ସେପଟେ ଏ ଘଟଣାରେ ସଂପୃକ୍ତ ଗୋ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ତିଗିରିଆ ଥାନାରେ ଦାବି କରାଯାଇଛି।


ଏ ଘଟଣାରେ କେତେକଙ୍କୁ ଗିରଫ କରାଯାଇଥିବା ନେଇ ଗୋପାଳନ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବାରମାଣ ସଂରକ୍ଷିତ ଜଙ୍ଗଲକୁ ଗୋମାଫିଆ ମାନେ କବଜା କରି ଦୀର୍ଘ ବର୍ଷ ଧରି ଚଲାଇଆସିଥଲେ ବେଆଇନ୍ କାରବାର। ଏଥିରେ ସ୍ଥାନୀୟ ପ୍ରଶାସନ ଓ ରାଜନେତା ଓ ପୋଲିସର ସଂପୃକ୍ତି ନେଇ ମନ୍ତ୍ରୀଙ୍କ ବୟାନ ପରେ ଏବେ ଅପେକ୍ଷା ରାଜ୍ୟ ସରକାର କେବେ ନେଉଛନ୍ତି ବଡ଼ ଆକ୍ସନ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cow mafia was given incentives in previous government | Argus News