Videos
|
Odisha

୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଗାଈ ପେଟରୁ ବାହାରିଲା ୫୦ କେଜି ପଲିଥିନ୍

Rashmita Mishra
Browse all articles by Rashmita Mishra
·1 year ago·1 min read
୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଗାଈ ପେଟରୁ ବାହାରିଲା ୫୦ କେଜି ପଲିଥିନ୍

Key Points

ଗାଈ ପେଟରୁ ବାହାରିଲା ୫୦ କିଲୋ ପଲିଥିନ ଜରି । ୨ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ କରି ଡାକ୍ତର କଲେ ଅପରେସନ। ୮ ତାରିଖ ସକାଳେ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ଗାଈ ପେଟରୁ ଅଳିଆ ଜରି ବାହାର କରାଯାଇଥିଲା।

ଗାଈ ପେଟରୁ ବାହାରିଲା ୫୦ କେଜିର ପଲଥିନ୍। ଗଞ୍ଜାମ ଜିଲ୍ଲା ହିଲ୍‌ପାଟଣା ବଡ଼ସାହିରେ ଗାଈ ପେଟରୁ ବାହାରିଲା ୫୦ କିଲୋ ପଲିଥିନ ଜରି । ୨ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ କରି ଡାକ୍ତର କଲେ ଅପରେସନ। ୮ ତାରିଖ ସକାଳେ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ଗାଈ ପେଟରୁ ଅଳିଆ ଜରି ବାହାର କରାଯାଇଥିଲା।

ସୂଚନା ଅନୁଯାୟୀ, ଗତ ତିନି ଦିନ ତଳେ ଏକ ଗାଈ ହିଲ୍‌ପାଟଣା ବଡ଼ସାହି ମୁଖ୍ୟରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଲୋକେ ପଶୁ ସହାୟତା ନମ୍ବର ୧୯୬୨କୁ ଯୋଗାଯୋଗ କରିଥିଲେ । ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରିଥିଲେ ବି କୌଣସି ସୁଧାର ଆସିନଥିଲା।

ବର୍ଷା କାକରରେ ପଡ଼ି ଗାଈଟି ଛଟପଟ ହେଉଥିବା ଦେଖି ସ୍ୱେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ଗାଈଟିର ଚିକିତ୍ସା ପାଇଁ ଚିକିତ୍ସା ଅଧିକାରୀ ଅଞ୍ଜନ ଦାସଙ୍କୁ ଜଣାଇବା ପରେ ଗାଈକୁ ଘଟଣାସ୍ଥଳରୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗାଈର ପେଟ ଯନ୍ତ୍ରଣା ହେଉଥିବା ଜାଣି ଡାକ୍ତର ଅସ୍ତ୍ରୋପଚାର କରିଥିଲେ ।


ଆଶ୍ଚର୍ଯ୍ୟର କଥା ଅସ୍ତ୍ରୋପଚାର ପରେ ଗାଈ ପେଟରୁ ପାଖାପାଖି ୫୦ କିଲୋ ଓଜନର ପଲିଥିନ୍ ବାହାରିଥିଲା। ଯାହାକୁ ଦେଖି ପଶୁ ଚିକିତ୍ସାଳୟର କର୍ମଚାରୀ ଓ ପଶୁପ୍ରେମୀ ତାଜୁବ୍ ହୋଇଯାଇଥିଲେ । ଡାକ୍ତର କରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ଗାଈଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧ ହୋଇଥିବା ପଲିଥିନ୍‌ର ବିକ୍ରି ଓ ବ୍ୟବହାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: