ଫସି ରହିଛନ୍ତି ଗୋରୁଗୋଠ, ଉଦ୍ଧାର କାର୍ଯ୍ୟ ଜାରି
·10 months ago

Key Points
କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁଗୋଠ
ଜାରି ରହିଛି ଉଦ୍ଧାର କାର୍ଯ୍ୟ
କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁଗୋଠ । ପାଖାପାଖି ୨୦ରୁ ଅଧିକ ଗୋରୁ ଫସି ରହିଥିବା ଅନୁମାନ କରାଯାଉଛି । ଗତକାଲି ପଠାକୁ ଗୋରୁ ଚରିବା ପାଇଁ ଯାଇଥିବାବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା। ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁ ଫସି ରହିଛନ୍ତି। ତେବେ ହୀରାକୁଦ ଗେଟ୍ ଖୋଲା ରହିଥିବା ଯୋଗୁଁ ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଥିବାରୁ ଗୋରୁ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯଥାଶୀଘ୍ର ସମସ୍ତ ଗୋରୁମାନଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ଏଖବର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: