Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ATMରେ କାର୍ଡ ରହିଗଲେ ହୋଇଯାଆନ୍ତୁ ସାବଧାନ ! ହେଲ୍ପଲାଇନ୍‌କୁ ଫୋନ୍ ପୂର୍ବରୁ କରନ୍ତୁ ଯାଞ୍ଚ...

Sushanta Sahoo
Browse all articles by Sushanta Sahoo
·1 year ago·2 min read
ATMରେ କାର୍ଡ ରହିଗଲେ ହୋଇଯାଆନ୍ତୁ ସାବଧାନ ! ହେଲ୍ପଲାଇନ୍‌କୁ ଫୋନ୍ ପୂର୍ବରୁ କରନ୍ତୁ ଯାଞ୍ଚ...

ଭୁବନେଶ୍ଵର: ଏଟିଏମ୍‌ରେ ଲଗାଉଥିଲେ ଫେବିକ୍ଵିକ୍ । ହେଲ୍ପଲାଇନ୍‌ରେ ଚିପକାଇ ଦେଉଥିଲେ ନିଜ ନମ୍ବର । ଟାର୍ଗେଟ୍‌ରେ ରହୁଥିଲା ସୁରକ୍ଷାକର୍ମୀ ନଥିବା ଏଟିଏମ୍ । ଲୁଟ୍ ପାଇଁ ଏମିତି ଯୋଜନା କରୁଥିଲେ ଯେ କେହି ଯେମିତି ଟେର୍ ନ ପାଇବ । ଆଉ ଏଥିରେ ଏମାନଙ୍କୁ ସଫଳତା ବି ମିଳୁଥିଲା । ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ପୁରା ପ୍ରି-ପ୍ଲାନ୍ ସହ ଏଟିଏମ୍ ଲୁଟ୍ କରୁଥିଲା ଗ୍ୟାଙ୍ଗ । ବଡ଼ଗଡ଼ ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର ପରେ ଲୁଟେରା ଗ୍ୟାଙ୍ଗର ବ୍ଲୁ-ପ୍ରିଣ୍ଟ ବାବଦରେ ତଥ୍ୟ ରଖିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।


ପୋଲିସ କମିଶନରଙ୍କ ଅନୁସାରେ, ଏହି ଏଟିଏମ୍ ଲୁଟେରା ଗ୍ୟାଙ୍ଗ ଦେଶ ସାରା ବୁଲି ବୁଲି ଲୁଟ୍ କରୁଥିଲେ । ବଡ଼ଗଡ଼ ଥାନା ଅଞ୍ଚଳରେ ପୋଲିସ ଏନ୍‌କାଉଣ୍ଟରରେ ଦୀପକ ଆହତ ହୋଇଥିବା ବେଳେ ପୋଲିସ ତାର ୨ ସହଯୋଗୀ ଦୀପକ ପାଣ୍ଡେ ଓ ଅଭିଷେକ ସିଂଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗ ବିରୋଧରେ ବିହାରରେ ୨, ଝାଡ଼ଖଣ୍ଡରେ ଗୋଟିଏ ଏବଂ ଓଡ଼ିଶାରେ ରହିଛି ୪ଟି ମାମଲା ।


ଓଡ଼ିଶାର କେବଳ କ୍ୟାପିଟାଲ ସିଟି ଭୁବନେଶ୍ଵର ନୁହେଁ ଗ୍ୟାଙ୍ଗ ଟାର୍ଗେଟ୍‌ରେ ଥିଲା ଧାର୍ମିକ ଓ ପର୍ଯ୍ୟଟନର ପେଣ୍ଠସ୍ଥଳୀ ପୁରୀ । ଶନିବାର ପୁରୀରେ ଟଙ୍କା ଲୁଟିବା ପରେ ଗ୍ୟାଙ୍ଗ ଭୁବନେଶ୍ଵର ଆସିଥିଲା । ବ୍ରହ୍ମେଶ୍ଵର ପାଟଣା ଅଞ୍ଚଳରେ ଲୁଟ୍ ଯୋଜନା କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପୋଲିସକୁ ଦେଖି ପ୍ରଥମେ ଗୁଳି କରିଥିଲେ ଲୁଟେରା । ଆଉ ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ଦୀପକ କୁମାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେମିତି କରୁଥିଲେ ଲୁଟ୍ ?


ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଦେଇଥିବା ସୂଚନା ଅନୁସାରେ, ଏମାନଙ୍କ ଟାର୍ଗେଟ୍‌ରେ ରହୁଥିଲା ସୁରକ୍ଷାକର୍ମୀ ରହୁ ନଥିବା ଏଟିଏମ୍ । ଲୁଟେରା ପ୍ରଥମେ ଏଟିଏମ୍ ମେସିନ୍‌ରେ ଫେବିକ୍ଵିକ୍ ଲଗାଇ ଦେଉଥିଲେ । ଏହା ପରେ ଟଙ୍କା ଉଠାଇବାକୁ ଗ୍ରାହକ ଏଟିଏମ୍ କାର୍ଡ ଭର୍ତ୍ତି କରିବା ବେଳେ ଅଠାରେ କାର୍ଡ ଲାଖି ଯାଏ ।


ପୂର୍ବ ଯୋଜନା ଅନୁସାରେ, ଲୁଟେରା ଏଟିଏମ୍ ଭିତରେ ହେଲ୍ପ ଲାଇନ୍‌ରେ ତାଙ୍କ ନମ୍ବରକୁ ବି ଆଗୁଆ ଲଗାଇ ଦିଅନ୍ତି । ଆଉ ଏଟିଏମ୍ କାର୍ଡ ଲାଖି ଯିବା ପରେ ହେଲ୍ପ ଲାଇନ୍‌କୁ ଫୋନ୍ କରନ୍ତି ଗ୍ରାହକ । ସେପଟେ ଲୁଟେରା ହେଲ୍ପ ଲାଇନ୍‌ରେ ସାହାଯ୍ୟ ବାହାନାରେ ଅତି ଚତୁରତାର ସହ ପାସୱାର୍ଡ ମାଗି ଟଙ୍କା ଉଠାଇ ଫେରାର୍ ହୋଇ ଯାଉଥିଲେ । ଆଉ ଭୁବନେଶ୍ଵର ଆସି ସମାନ ଢଙ୍ଗରେ ଲୁଟ୍ ପାଇଁ ଯୋଜନା ବେଳେ ପୋଲିସ ଗୁଳିରେ ଜଖମ ହୋଇଛନ୍ତି ।

Sponsored
CP Describes How Lootera Targets ATM | Argus News