ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବ୍ରିଜର ଫାଟ

ବ୍ରିଜ ହେଉଛି କୋଷାଗୁମୁଡା ବ୍ଲକର ବଡଗୁମୁଡା-ଏକୋରୀ ରାସ୍ତା। ରାସ୍ତା ମଝିରେ ପଡେ ଭାସ୍କେଲ ନଦୀ। ଯାହା ଉପରେ ୩ ବର୍ଷ ତଳେ ଏହି ପୋଲ ନିର୍ମାଣ ହୋଇଥିଲା। ୨୦୨୧ ମସିହାରେ ଏହି ବ୍ରିଜ ନିର୍ମାଣ ହୋଇଥିଲା । ମାତ୍ର ନିର୍ମାଣର ତିନି ବର୍ଷ ନପୁରୁଣୁ ବ୍ରିଜ ର ତଳିଆ ଅଂଶ ଭାଙ୍ଗିଗଲାଣି। ବ୍ରିଜର ବିଭିନ୍ନ ସ୍ଥାନ ଭାଙ୍ଗି ଆଁ କରିଛି ଯାହା ଫଳରେ ବିପଦମୁହାଁ ଅଞ୍ଚଳବାସୀ lବହୁ ଦାବି ପରେ ଭାସ୍କେଲ ନଦୀ ଉପରେ ବ୍ରିଜ ନିର୍ମାଣ ହୋଇଥିଲା। ଏହି ବ୍ରିଜ ବଡ ଗୁମୁଡା, ଏକୋରୀ, କୋଷାଗୁମୁଡା ବ୍ଲକ ଓ ଡାବୁଗାଁ ବ୍ଲକ ସଂଜଗ କରୁଛି । ବ୍ରିଜ ପାଇଁ ଅଞ୍ଚଳରେ ଚାରି ଚକିଆ ଓ ଭାରିଯାନ ସବୁ ଚଳାଚଳ କରିବାରେ ସୁବିଧା ହୋଇଥିଲା ।
ମାତ୍ର ବାଲି ଚୋରାଚାଲଣ ବ୍ରିଜ ପାଇଁ କାଳ ସାଜିଲା। ପ୍ରତିଦିନ ନଦୀ ପଠାରୁ ବେଆଇନ ଗାଡିବାଲି ଚୋର ଚାଲାଣ ହେଉଛି l ଯାହାଫଳରେ ବ୍ରିଜ ତଳିଆ ଅଂଚଳ ବଡଗାତ ହୋଇ ବ୍ରିଜ ଧସେଇ ପଶିବା ସହ ଭାଙ୍ଗିଯାଇଛି l ବାଲି ମାଫିଆ ମାନଙ୍କ ପାଇଁ ଆଜି ଏହି ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଥିବା ଅଭିଯୋଗ ହୋଇଛି l ଦୁର୍ଗମରେ ବ୍ରିଜ ସମସ୍ୟାର ସମାଧଆନ ସିନା ହେଲା ହେଲେ ଲାଗି ପାରିଲାନି ବାଲି ଚୋରା ଚାଲଣରେ ରୋକ୍। ଫଳରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ ଏବେ ଅସୁରକ୍ଷିତ। ଏହାର ମରାମତି ସହ ବାଲି ଚୋରାଚାଲଣ ଉପରେ ରୋକ ନ ଲଗାଇଲେ ଏହି ବ୍ରିଜ ଅଳ୍ପ ଦିନରେ ଭୁଷୁଡିଯିବ।