Videos
|
Odisha

ଖାଲ ଖମାରେ ପାଣି ଭରି କୁତ୍ରିମ ପୋଖରୀ ସୃଷ୍ଟି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖାଲ ଖମାରେ ପାଣି ଭରି କୁତ୍ରିମ ପୋଖରୀ ସୃଷ୍ଟି

Key Points

କଇରାସି-ଗୁଣ୍ଡୁରିପଲ୍ଲୀ ରାସ୍ତା ପାଲଟିଛି ମରଣଜନ୍ତା
ମରାମତି ଅଭାବରୁ ବର୍ଷା ଦିନେ ସ୍ଥିତି ଅଧିକ ବେହାଲ୍
ଖାଲ ଖମାରେ ପାଣି ଭରି କୁତ୍ରିମ ପୋଖରୀ ସୃଷ୍ଟି

ରାସ୍ତାର ଅବସ୍ଥା ଏଭଳି । ନଜର ହଟିଲେ ମାତ୍ରେ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କୈରାଶି ଛକଠୁ ବାଦପଲ୍ଲୀ ପଞ୍ଚାୟତ ଗୁଣ୍ଡୁରୀପଲ୍ଲୀ ଗାଁକୁ ସଂଯୋଗ କରୁଥିବା ୯ କିମି ରାସ୍ତା। ପିଏମ୍ ସଡ଼କ ଯୋଜନା ମାଧ୍ୟମରେ ୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ୨୦୧୭ ମସିହା ସେପ୍ଟେମ୍ବର ୨୦ରେ ସରିଥିଲା । ରକ୍ଷଣାବେକ୍ଷଣ ୨୦୨୨ ମସିହା ସେପ୍ଟେମ୍ବର ମାସ ୨୦ ତାରିଖ ମଧ୍ୟରେ କରିବାକୁ ଧାର୍ଯ୍ୟ ହୋଇଥିଲା । ମାତ୍ର ମରାମତି ଅଭାବ ଯୋଗୁଁ ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତା ସାରା ଖାଲଖମା ଭର୍ତ୍ତି ।ରାସ୍ତା ଉପରୁ ପିଚୁ, ଗୋଡି, ମାଟି ଓ ମୋରମ ଉଠି ରାସ୍ତା ସାରା ଗର୍ତ୍ତ ସୃଷ୍ଟି ହୋଇଛି ।ସାମାନ୍ୟ ବର୍ଷାରେ କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି ହୋଇ ଯାତାୟତରେ ବାଧା ସୃଷ୍ଟି ହେଉଛି ।

ଏହି ରାସ୍ତା ଉପରେ ବାଦପଲ୍ଲୀ, ଖୋଜାପଲ୍ଲୀ, ଭିକାପଡା, କୈରାଶି, ଆଇତିପୁର ପଞ୍ଚାୟତବାସୀ ଦୈନଦିନ ଯାତାୟତ ପାଇଁ ନିର୍ଭର କରନ୍ତି । ପ୍ରାୟ ୨୫ ଖଣ୍ଡ ଗାଁର ଲୋକଙ୍କ ଏହି ରାସ୍ତା ଜୀବନରେଖା । ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ରାସ୍ତାର ପୁନଃନିର୍ମାଣ ପାଇଁ ଦାବି ଜଣାଇଥିବା ସତ୍ତ୍ବେ ଧ୍ୟାନ ଦିଆଯାଉନାହିଁ ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ୮ ବର୍ଷ ତଳର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ କେବେ ମରାମତି ହେବ ଓ ନୂତନ ରାସ୍ତା ନିର୍ମାଣ ହେବ ତା ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
creating-artificial-ponds-by-filling-water-in-shallow-ditches | Argus News