Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ମାମଲା: ରାଜା ଚକ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Odisha

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ମାମଲା: ରାଜା ଚକ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ମାମଲା: ରାଜା ଚକ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Key Points

ବନ୍ଧା ହେଲେ ବିଜେଡି ନେତା ସୌମ୍ୟ ଶଙ୍କର ଓରଫ ରାଜା ଚକ୍ର

ରାଜାଙ୍କ ୪୨ଟି ବଡ଼ ଗାଡ଼ି ସହ ୨ଟି ଯାତ୍ରୀବାହୀ ଗାଡ଼ି ଜବତ

କଟକ: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବନ୍ଧା ହେଲେ ବିଜେଡି ନେତା ସୌମ୍ୟ ଶଙ୍କର ଓରଫ ରାଜା ଚକ୍ର । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଓଏମ୍‌ସି ଖଣି ଅଞ୍ଚଳର ୧୧ ଗାଁର ଲୋକେ ମିଶି ଏକ ସମବାୟ ସଂସ୍ଥା ଗଠନ କରିଥିଲେ । ଆଉ EOW ତଦନ୍ତରେ ଖୋଲିଛି ରାଜା ଚକ୍ରର କଳା ଚିଠା । ସପ୍ତାହରୁ ଅଧିକ ଦିନର ମାରାଥନ ରେଡ୍ ପରେ ରାଜା ଚକ୍ରକୁ ଆଜି କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା । ପଚରା ଉଚରା ପରେ ରାଜା ଚକ୍ରକୁ ଗିରଫ କରା ଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।


୧୧ଗାଁର ଲୋକ ମିଶି କରିଥିଲେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି । ଉଦ୍ଦେଶ୍ୟ ଥିଲା ଲୋଡିଂରୁ ଯାହା ଲାଭ ମିଳିବ ତାହା ଅଞ୍ଚଳର ବିକାଶରେ ଖର୍ଚ୍ଚ ହେବ । ତେବେ ଲାଭ ଅର୍ଥକୁ କିଛି ପ୍ରଭାବଶାଳୀ ଲୋକ ଚଳୁ କରୁ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଆରମ୍ଭ କରିଥିଲା ଛାନଭିନ୍ । ବିଭିନ୍ନ ବ୍ୟାଙ୍କରେ ଥିବା ୧୭ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରାଯାଇଥିଲା ।


୨୦୧୭-୨୦୧୮ରୁ ନେଇ ୨୦୨୪ ଯାଏଁ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏଜେନ୍ସି ଖାତାରେ ୧୮୭ କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛି । କିନ୍ତୁ ସଂସ୍ଥାର ଖାତା ୨୦୧୨-୧୩ରୁ ଅଡିଟ୍ ହୋଇ ନାହିଁ । ୨୦୧୭-୨୦୧୮ରେ ଲୋଡିଂ ରେଟ୍ ୪୦ ଟଙ୍କା ଥିବା ବେଳେ ଏବେ ୬୦ ଟଙ୍କା ରହିଛି । ସମବାୟ ସମିତିର ସଭାପତି ମାନସ ଦାସ ଓ ଉତ୍କଳ ବାରିକ ଅନ୍ୟମାନଙ୍କ ସହ ମିଶି ଟଙ୍କା ହଡ଼ପ କରିଛନ୍ତି ।


ଅଞ୍ଚଳର ବିକାଶ ପାଇଁ ଟଙ୍କା ଖର୍ଚ୍ଚ କରାଯାଇ ଥିବା ନାଁରେ ସଂସ୍ଥାର ଲାଭ କମ କରାଇବା ସହ ଆୟକର ଆଇନର ଉଲ୍ଲଂଘନ କରିଛନ୍ତି । ୨ ବ୍ଲକରେ ବିକାଶ ଲାଗି ୩୪ କୋଟି ଖର୍ଚ୍ଚ ହୋଇଥିବା ଦର୍ଶାଇଥିବା ବେଳେ ସ୍ଥାନୀୟ ବିଡିଓ କହିଛନ୍ତି କୌଣସି ବିକାଶ ହୋଇନି । ଓଏମସି ଅଞ୍ଚଳରେ ବି କୌଣସି ବିକାଶ ହୋଇନି । ଏଜେନ୍ସି ୯.୧ କୋଟି ମା' କାଳୀ ପେଟ୍ରୋଲ୍ ପମ୍ପକୁ ଦେଇଥିବା ବେଳେ ପେଟ୍ରୋଲ୍ ପମ୍ପ ମାଲିକ କହିଛନ୍ତି ମୁଁ ଗନ୍ଧମାର୍ଦ୍ଦନ ଏଜେନ୍ସିକୁ ତେଲ ଦେଇନି । ମୁଁ ରାଜା ଚକ୍ରଙ୍କ ଗାଡ଼ିକୁ ତେଲ ଦେଉଥିଲି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉକ୍ତ ଅଞ୍ଚଳରେ ପ୍ରଭାବ ବିସ୍ତାର ପାଇଁ ରାଜା ଚକ୍ର ବିଗତ କିଛି ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ବାଣ୍ଟିଥିବା ଜଣାପଡ଼ିଛି । ୭୪ କୋଟି ଟଙ୍କା ଲୋଡିଂ ବାବଦରେ ଖର୍ଚ୍ଚ ହୋଇଥିବା ଏଜେନ୍ସି କହୁଛି । କିନ୍ତୁ ତାହା ମାଷ୍ଟର ରୋଲ୍ ସହ ମେଳ ଖାଉନି । ଏଜେନ୍ସି କହୁଛି ୮୨ କର୍ମଚାରୀ ଥିବା ବେଳେ ଇପିଏଫ୍ କଟୁଛି । କିନ୍ତୁ ସେମାନଙ୍କ ତୁଳନାରେ ଅଧିକ ଖର୍ଚ୍ଚ ହୋଇଛି । ମେସିନ୍ ଲୋଡିଂ କରି ଶ୍ରମିକ କାମ କରୁଥିବା ସଂସ୍ଥା କହୁଥିଲା ।


ସଂସ୍ଥାର ଅଡିଟ୍ ହେଲା ପରେ ହିଁ ଆହୁରି ତଥ୍ୟ ଆସିବ ବୋଲି କହିଛନ୍ତି, କ୍ରାଇମବ୍ରାଞ୍ଚ ଡିଜି । ସମବାୟ ଅଧିକାରୀ ଠିକ୍‌ରେ ଅଡିଟ୍ କରିଥିଲେ ସେତେବେଳେ ହିଁ ଏ କଥା ସାମ୍ନାକୁ ଆସି ପାରିଥାନ୍ତା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଅର୍ଥକୁ ବାଟମାରଣା କରିବା ଲାଗି ରାଜା ୪ଟି ସଂସ୍ଥା ଖୋଲିଥିଲେ । ଶଙ୍କର ମିନେରାଲ, ଶଙ୍କର ଟ୍ରାନ୍ସପୋର୍ଟିଂ, ଶଙ୍କର ରୋଡୱେଜ, ଶଙ୍କର ପ୍ରୋଜେକ୍ଟ କରିଥିଲେ ।


ରାଜାଙ୍କ ୪୨ଟି ବଡ଼ ଗାଡ଼ି ସହ ୨ଟି ଯାତ୍ରୀବାହୀ ଗାଡ଼ି ଜବତ ହୋଇଛି । ବିଭିନ୍ନ ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କା ସିଜ୍ କରାଯାଇଛି । ରାଜାଙ୍କ ଏତେ ବଡ଼ ସାମ୍ରାଜ୍ୟ ପଛରେ ଆଉ କିଏ ଅଛନ୍ତି ? ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା କହିଛନ୍ତି ଡିଜି ।


Sponsored
Crime Branch Arrested Raja Chakra On Gandhamardan Mines Loading Case | Argus News