କୋରାପୁଟ ଓ କଳାହାଣ୍ଡିର ଦୁଇ ଶିକ୍ଷକଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Key Points
OTET ପ୍ରଶ୍ନପତ୍ର ଲିକ୍ ମାମଲା
କ୍ରାଇମବ୍ରାଞ୍ଚ ପଞ୍ଝାରେ ପୁଣି ଦୁଇ ଶିକ୍ଷକ
କୋରାପୁଟ ଓ କଳାହାଣ୍ଡିର ଦୁଇ ଶିକ୍ଷକଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
OTET ପ୍ରଶ୍ନପତ୍ର ଲିକ୍ ମାମଲା । କ୍ରାଇମବ୍ରାଞ୍ଚ ପଞ୍ଝାରେ ପୁଣି ଦୁଇ ଶିକ୍ଷକ । କୋରାପୁଟ ଓ କଳାହାଣ୍ଡିର ଦୁଇ ଶିକ୍ଷକଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଏହା ସହ ଗିରଫ ସଂଖ୍ୟା ୮କୁ ବୃଦ୍ଧି । ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମୂଳ ପ୍ରଶ୍ନପତ୍ରର ହାତ ଲେଖା ନକଲ ପ୍ରସ୍ତୁତ ହୋଇଥିଲା । ନକଲ ପ୍ରସ୍ତୁତ କରିଥିଲେ ଉଭୟ ଶିକ୍ଷକ। କାଗଜରେ ପ୍ରଶ୍ନ ସହ ଉତ୍ତର ମଧ୍ୟ ଲେଖି ଥିଲେ ।
ହାତ ଲେଖା ନକଲକୁ ଓଡ଼ିଆରେ ଅନୁବାଦ ମଧ୍ୟ କରାଯାଇ ଥିଲା। ବିଜୟ ମିଶ୍ରଙ୍କଠାରୁ ପ୍ରଶ୍ନପତ୍ର ଏହି ଦୁଇ ଶିକ୍ଷକଙ୍କୁ ମିଳିଥିଲା । ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ବୋର୍ଡ ଉପ ସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି କରିଥିଲେ । ଏହା ପରେ ଶିକ୍ଷକ ସଙ୍ଘ ନେତା ବିଜୟ ମିଶ୍ରଙ୍କୁ ବିକ୍ରି କରିଥିଲେ । ଦୁଇ ଦିନ ତଳେ ଜିତନ ଓ ବିଜୟ ମିଶ୍ରଙ୍କ ସହ ମୋଟ ୬ ଜଣ ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
📱 Get Argus News App
✨ଏହି ମାମଲାରେ କ୍ରାଇମ୍ବ୍ରାଞ୍ଚ DIGଙ୍କ ବଡ଼ ବୟାନ । ସନ୍ଦେହ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆସିବେ ନିହାର ମହାନ୍ତି । ନିହାରଙ୍କ ଲାପ୍ଟପ୍କୁ କିପରି ଆସିଲା ପ୍ରଶ୍ନପତ୍ର, ତଦନ୍ତ ହେବ । ପରୀକ୍ଷା ନିୟନ୍ତ୍ରଣ ଦାୟିତ୍ଵରେ ନାହାନ୍ତି ଉପସଭାପତି ନିହାର ମହାନ୍ତି । ପ୍ରଶ୍ନପତ୍ର କାହିଁକି ଲିକ୍ ହେଲା ତଦନ୍ତ ଚାଲିଛି । ପ୍ରଶ୍ନପତ୍ର ଲିକ୍ ପଛରେ ଶିକ୍ଷକଙ୍କ ହାତ ରହିଛି । କେମିତି ମିଳିଲା ପାସ୍ୱାର୍ଡ, ତଦନ୍ତ ଚାଲିଛି । ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କ୍ରାଇମ୍ବ୍ରାଞ୍ଚ DIG । ଅନ୍ୟ ଜଣେ ଅଭିଯୁକ୍ତ ଶିକ୍ଷକ ଭବାନୀପାଟଣା ଅଞ୍ଚଳର ପ୍ରଶାନ୍ତ ଖମାରୀ ଗିରଫ । ସମ୍ପୃକ୍ତ ଶିକ୍ଷକ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିଥିଲେ । ଗୁଗଲ୍ ଟ୍ରାନ୍ସଲେଟ୍ର ମଧ୍ୟ ସହାୟତା ନେଇଥିଲେ ସେହି ଶିକ୍ଷକ । ତାଙ୍କ ହସ୍ତାକ୍ଷରକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । ଅଭିଯୁକ୍ତଙ୍କ ପାଖକୁ ୯୯ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଛି । ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।