Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମ୍‌ବ୍ରାଞ୍ଚ DIGଙ୍କ ବଡ଼ ବୟାନ

Ritu Das
Browse all articles by Ritu Das
·11 months ago·2 min read
OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମ୍‌ବ୍ରାଞ୍ଚ DIGଙ୍କ ବଡ଼ ବୟାନ

Key Points

OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମ୍‌ବ୍ରାଞ୍ଚ DIGଙ୍କ ବଡ଼ ବୟାନ

ସନ୍ଦେହ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି

ତଦନ୍ତ ପରିସରକୁ ଆସିବେ ନିହାର ମହାନ୍ତି

ପରୀକ୍ଷା ନିୟନ୍ତ୍ରଣ ଦାୟିତ୍ଵରେ ନ ଥାଇ ବି ତାଙ୍କ ଲାପଟପକୁ କେମିତି ଆସିଲା ପ୍ରଶ୍ନପତ୍ର?


OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ହାବୁଡରେ ପଡିଛନ୍ତି ଭବାନୀପାଟଣାର ଶିକ୍ଷକ ପ୍ରଶାନ୍ତ ଖମାରୀ। ଅଭିଯୁକ୍ତ ଶିକ୍ଷକ ବିଜୟ ମିଶ୍ରଙ୍କ ପାଖରୁ 99 ହଜାର ଟଙ୍କା ଦେଇ ପ୍ରଶ୍ନପତ୍ର କିଣିଥିଲେ ପ୍ରଶାନ୍ତ। ତା ପରେ ପ୍ରଶ୍ନପତ୍ରକୁ ଇଂରାଜୀରୁ ଓଡିଆକୁ ଅନୁବାଦ କରିଥିଲେ। ପ୍ରଶାନ୍ତ ଗିରଫ ହେବା ପରେ ଗରିଫଦାରୀ ସଂଖ୍ୟା 7ରେ ପହଞ୍ଚିଛି। ତେବେ ସନ୍ଦେହ ଘେରକୁ ଆସିଛନ୍ତି ବୋର୍ଡ ଉପସଭାପତି ନିହାର ମହାନ୍ତି। ପରୀକ୍ଷା ନିୟନ୍ତ୍ରଣ ଦାୟିତ୍ବରେ ନ ଥାଇ ବି ତାଙ୍କ ଲାପଟପକୁ କେମିତି ଆସିଲା ପ୍ରଶ୍ନ ପତ୍ର। ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି। କ୍ରାଇମବ୍ରାଞ୍ଚ ସ୍କାନରକୁ ଆସିବା ପରେ ବିବାଦ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି । ଅର୍ଗସ ହାତରେ ଲାଗିଛିଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । ନିର୍ବାଚନ କମିଶନଙ୍କ ଚିଠି ଖୋଲିଲା ନିହାର ଓ ପୂର୍ବ ସରକାରର ପୋଲ। ନିହାର ମହାନ୍ତିଙ୍କୁ ଘଣ୍ଟ ଘୋଡାଇ ରଖିଥିଲେ ପୂର୍ବ ସରକାର ।


୨୦୨୪ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ତାଙ୍କ ବଦଳି ପାଇଁ କହିଥିଲେ । ୧୦ ବର୍ଷରୁ ଅଧିକ ସମୟ ଧରି ବୋର୍ଡ ଅଫିସରେ ଥିବାରୁ ବଦଳି ପାଇଁ କହିଥିଲେ । ହେଲେ ହୋଇ ନ ଥିଲା ବଦଳି.. ଅଭିଯୋଗ,୧୪ ବର୍ଷ ଧରି ବୋର୍ଡ ଅଫିସକୁ ନିୟନ୍ତ୍ରଣରେ ରଖିଛନ୍ତି ନିହାର ମହାନ୍ତି । ପିଲାଙ୍କ ଭବିଷ୍ୟତ ସହ ଖେଳି ନିଜେ ହେଉଥିଲେ କି ମାଲାମାଲ୍ ? ପ୍ରଶ୍ନପତ୍ର ଲିକର ତଦନ୍ତ ଭିତରେ ଅଗଷ୍ଟ 31 ତାରିଖରେ ସ୍ଵତନ୍ତ୍ର OTET ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୁଚନା ଦିଆଯାଇଛି। ଦୁଇଟି ସିଟିଂରେ ପେପର1 ଓ 2 ପରୀକ୍ଷା ହେବ। 22 ତାରିଖ ରେ ଆଡ଼ମିଟକାର୍ଡ ଅନଲାଇନ ରେ ପାଇବେ ପରୀକ୍ଷାର୍ଥୀ। ସେପଟେ ପ୍ରଶ୍ନପତ୍ର ଲିକ ମାମଲାରେ ନିହାର ମହାନ୍ତିଙ୍କୁ ତୁରନ୍ତ ଅପସାରଣ ପାଇଁ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟ ଦାବି କରିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କାହାରିକୁ ବି ଛଡା ଯିବନି। ଜୁଲାଇ ୨୦ରେ ହେବାର ଥିଲା ଓଟିଇଟି ପରୀକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିରେ ୭୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତେ। ୧୯ ତାରିଖ ରାତିରେ ପ୍ରଶ୍ନପତ୍ର ଲିକ ହେବାର ଖବର ଆସିବା ପରେ କର୍ତ୍ତୃପକ୍ଷ ସେହି ରାତିରେ ହିଁ ପରୀକ୍ଷା ବାତିଲ କରିଥିଲେ। ୩୦ତାରିଖରେ କ୍ରାଇମବ୍ରାଞ୍ଚ ପ୍ରଥମେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ସହ ୬ଜଣଙ୍କୁ ଗରିଫ କରିଥିଲା। ଡାଟା ଏଣ୍ଟ୍ରି ଅପରେଟର ବୋର୍ଡ ଉପସଭାପତିଙ୍କ ଲାପଟପରୁ ନେଇଥିଲେ ପ୍ରଶ୍ନପତ୍ର। ତାଙ୍କୁ ଲାପଟପର ପାସୱାର୍ଡ କିଏ ଦେଲା ଓ ଉପସଭାପତିଙ୍କ ଲାପଟପକୁ କେମିତି ପ୍ରଶ୍ନପତ୍ର ଗଲା ତାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ।

Sponsored
crime-branch-digs-big-statement-on-otet-question-paper-leak-case | Argus News