Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଣି ପରିବହନରେ 50 କୋଟି ଘୋଟାଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କରୁଛି ଖୋଳତାଡ

Ritu Das
Browse all articles by Ritu Das
·1 year ago·2 min read
ଖଣି ପରିବହନରେ 50 କୋଟି ଘୋଟାଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କରୁଛି ଖୋଳତାଡ

କେନ୍ଦୁଝର ଜିଲ୍ଲା ଶୁଆକାଟି OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବଡ ଘୋଟାଲା...ବର୍ଷ ବର୍ଷ ଧରି ଚାଲିଥିଲା ଲୁଟ। ଅଭିଯୋଗ ହେଉଥିଲା। ହେଲେ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଯୋଗୁ କେହି ଶୁଣୁ ନ ଥିଲେ। ସରକାର ପରିବର୍ତ୍ତନ ପରେ ଆକ୍ସନ ମୋଡକୁ ଆସିଛି କ୍ରାଇମବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖା। ଆଜି ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ରଙ୍କୁ ଏହି ମାମଲାରେ ମାରଥନ ଜେରା କରିଛି ଇଓଡବ୍ଲ୍ୟୁ। ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର ହେଉଛନ୍ତି କେନ୍ଦୁଝରର ବିଜେଡି ନେତା। ରାଜ୍ୟ ବିଜେଡି ଯୁବ ଉପସଭାପତି ଲୋକଙ୍କ ଅଭିଯୋଗ ରାଜା ହେଉଛନ୍ତି ବବି ଓ ପାଣ୍ଡିଆନଙ୍କ ଡାହାଣ ହାତ। ବିଜେଡିର ଏଟିଏମ କହିଲେ ଭୁଲ ହେବନି। ଏବେ ଆସନ୍ତୁ ଦେଖିବା ରାଜାଙ୍କ ନେଟୱାର୍କରେ କେମିତି ହେଉଥିଲା ଲୁଟ। ‘ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି’ ପଞ୍ଜିକୃତ ହୋଇଥିଲା 2006ରେ। ୨୦୧୭-୧୮ରୁ ୨୦୨୩-୨୪ରେ ଏଥିରେ ପ୍ରବେଶ କଲେ କିଛି ପ୍ରଭାବଶାଳୀ ଲୋକ।


ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପାରିପାର୍ଶିକ ବିକାଶ, , ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଏମାନେ ଆତ୍ମସାତ କରିଥିଲେ କୋଟି କୋଟି ଟଙ୍କା । ଏହି ସଂସ୍ଥା ଲୁହାପଥର ଲୋଡିଂ ପାଇଁ ଏଜେନ୍ସି ଗୁଡ଼ିକଠାରୁ ଟନ୍ ପିଛା ୬୦ ଟଙ୍କା ନେଉଥିଲା। ଯାହା ଅନ୍ୟ କୌଣସି ଲୋଡିଂ ଏଜେନ୍ସି ତୁଳନାରେ ଅଧିକ। ଏହା ବାଦ ଟେଣ୍ଡର, କାର୍ଯ୍ୟାଦେଶ, ୟୁସି, ଭାଉଚର ଇତ୍ୟାଦି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଦେଖାଇ ଲୁଟ କରୁଥିଲେ ଟଙ୍କା। ଏମାନଙ୍କ ପଛରେ ଥିଲା ବିଜେଡି ବଡନେତାଙ୍କ ଆଶୀର୍ବାଦ। ପୁଣି ଡେ ବୁକ୍, ଲେଜର, ହାଜିରା ବହିରେ ନ ଲେଖି ଟଙ୍କା ଉଠାଯାଉଥିଲା। ୨୦୧୨ରୁ ଏହି ଏଜେନ୍ସିର କୌଣସି ଅଡିଟ୍ ହୋଇନଥିଲା। ୨୦୨୨ରେ ସଂସ୍ଥାର ଅଡିଟ ହେବାରୁ ଅର୍ଥ ଆତ୍ମସାତ ଘଟଣା ପଦାକୁ ଆସିଥିଲା। ବିଶ୍ୱନାଥ ରାଉଳଙ୍କ ଲିଖିତ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ପ୍ରଭାବ ବିସ୍ତାର କରି ତଦନ୍ତକୁ ବାଟ ବଣା କରିଦେଇଥିଲେ ରାଜା ଓ ତାଙ୍କ ସହଯୋଗୀ। ସରକାର ପରିବର୍ତ୍ତନ ହେବା ପରେ ଫେବୁଆରୀ 9 ତାରିଖରେ ଏଜେନ୍ସିର ସମ୍ପାଦକ ଉତ୍କଳ ଦାସ ଓ ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଖଣି ଦୁର୍ନୀତିର ମାଫିଆଙ୍କ ବିରୋଧରେ ସରକାର ଆକ୍ସନ ନେବେ। ପରେ ଜୋର ଦାର ତଦନ୍ତ ହୋଇଥିଲା ଇଓଡବ୍ଲ୍ୟୁର ତଦନ୍ତ। ଲୋକଙ୍କ ଅଭିଯୋଗ ସବୁ ଖଣିର ଟ୍ରାନସପୋର୍ଟିଂ ଓ ଲୋଡିଂ ଚାଲିଥିଲା ରାଜା ଚକ୍ରଙ୍କ କଣ୍ଟ୍ରୋଲରେ। କୋଟି କୋଟି ଟଙ୍କା ଚାନ୍ଦା, କ୍ୟାସରେ ଆଦାୟ ହେଉଥିଲା ଏବଂ ଯାଉଥିଲା ତୃତୀୟ ମହଲାକୁ। ଏବେ ନଜର ରାଜା ଚକ୍ରଙ୍କ ଉପରେ କି ଆକ୍ସନ ନେଉଛି ଇଓଡବ୍ଲ୍ୟୁ।

Sponsored
Crime Branch EOW is investigating a 50 crore scam in mineral transportation. | Argus News