OTET ପ୍ରଶ୍ନପତ୍ର ଲିକ ନେଇ କ୍ରାଇମବ୍ରାଞ୍ଚକୁ ମିଳୁଛି ନୂଆ ଲିଙ୍କ୍

Key Points
OTET ପ୍ରଶ୍ନପତ୍ର ଲିକ ନେଇ କ୍ରାଇମବ୍ରାଞ୍ଚକୁ ମିଳୁଛି ନୂଆ ଲିଙ୍କ
ଜେରା ସମୟରେ ବୋର୍ଡ ସହ ଜିଲ୍ଲା ବାହାରର ଲିଙ୍କ ପାଇଛି କ୍ରାଇମବ୍ରାଞ୍ଚ
ଜିତନ ଓ ବିଜୟଙ୍କ ସହ ବୋର୍ଡର ଅନ୍ୟ କର୍ମଚାରୀଙ୍କୁ ମୁହାଁମୁହିଁ ଜେରା
ପେନଡ୍ରାଇଭ ନେଇ କ୍ରାଇମବ୍ରାଞ୍ଚକୁ ଭୁଆଁ ବୁଲାଉଛି ଜିତନ ମହାରାଣା
ପେନଡ୍ରାଇଭରେ ଅନେକ ଗୁପ୍ତ ତଥ୍ୟ ରଖିଥିବା ନେଇ କ୍ରାଇମବ୍ରାଞ୍ଚର ସନ୍ଦେହ
ନୂଆ ଇନପୁଟ ପାଇବା ପରେ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ସାମ୍ନା ସାମ୍ନି ଜେରା କରିଛି ତଦନ୍ତକାରୀ ଟିମ। ଦ୍ବିତୀୟ ଦିନରେ ଜିତନ ଓ ବିଜୟଙ୍କ ସହ ମାଧ୍ୟମିକ ଶିକ୍ଷା ପରିଷଦର ଅନ୍ୟ କର୍ମଚାରୀଙ୍କ ସହ ସାମ୍ନା ସାମ୍ନି ଜେରା କରୁଛି କ୍ରାଇମବ୍ରାଞ୍ଚ।
ବୋର୍ଡର ଅନ୍ୟ କର୍ମଚାରୀଙ୍କ ନିକଟରେ OTET ପ୍ରଶ୍ନପତ୍ର ଲିକ୍ ନେଇ କଣ ରହିଛି ତଥ୍ୟ? କେବେଠାରୁ ସେମାନେ ଜିତନ ମହାରଣାଙ୍କୁ ଜାଣିଛନ୍ତି? ନିଲମ୍ବିତ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ଓ ଜିତନ ମହାରଣାଙ୍କ ସହ ବୋର୍ଡର ଅନ୍ୟ କେଉଁ କର୍ମଚାରୀଙ୍କ କି ସମ୍ପର୍କ ରହିଛି? ଏଭଳି ପ୍ରଶ୍ନ ବାଣରେ ଅଭିଯୁକ୍ତଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଜେରା ସମୟରେ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍।
📱 Get Argus News App
✨ଅନ୍ୟପଟେ କ୍ରାଇମବ୍ରାଞ୍ଚକୁ ଏଯାଏଁ ପେନଡ୍ରାଇଭ ଦେଇନାହିଁ ଜିତନ। ପେନଡ୍ରାଇଭ କୁ ନେଇ କ୍ରାଇମବ୍ରାଞ୍ଚକୁ ଭୁଆଁ ବୁଲାଉଛି ଅଭିଯୁକ୍ତ ଜିତନ। ଜିତନ ପେନଡ୍ରାଇଭରେ OTET ପ୍ରଶ୍ନପତ୍ର ସହ ଆହୁରି କିଛି ଅନେକ ତଥ୍ୟ ରଖିଥାଇ ପାରେ ବୋଲି ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ୍। ସେପଟେ ମାଲକାନଗିରି ଜିଲ୍ଲାରେ ୨୦୨୨ ମସିହାରେ ହୋଇଥିବା OTET ପ୍ରଶ୍ନପତ୍ର ଲିକ୍ ମାମଲା ସହ ପୂର୍ବରୁ ବୋର୍ଡ ଦ୍ଵାରା ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାର ଖୋଳତାଡ କରୁଛି ତଦନ୍ତକାରୀ।