ଦୀପାଳୀ- ବିଶାଳଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟାକାଣ୍ଡ କୁ ନେଇ ପୁଣି କ୍ରାଇମବ୍ରାଞ୍ଚର ତନାଘନା । ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ହାଜିରା ପାଇଁ ନୋଟିସ । ନବ ଦାସ ଙ୍କ ହତ୍ୟାକାଣ୍ଡର ଦେଢ଼ ବର୍ଷ ପରେ ପୋଲିସ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ଝିଅ ଦୀପାଳି ଦାସ । ବୟାନ ବାଜି ରେ କରିଥିଲେ ସିବିଆଇ ତଦନ୍ତ ଦାବି । ତେବେ ଦୀପାଳି ଙ୍କ ସେହି ଅଭିଯୋଗ ପରେ ଏବେ ନୂଆ ମୋଡ଼ ନେଇଛି ନବ ଦାସ ଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ । ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳଙ୍କୁ କ୍ରାଇମ୍ବ୍ରାଞ୍ଚ୍ ନୋଟିସ୍ କରିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ସେମାନେ କ୍ରାଇମ୍ବ୍ରାଞ୍ଚ୍ରେ ହାଜର ହେବାକୁ ନୋଟିସ୍ ରେ କୁହାଯାଇଛି।
କ୍ରାଇମ୍ବ୍ରାଞ୍ଚ୍ ତଦନ୍ତକୁ ନେଇ ସେମାନଙ୍କ କିଛି କହିବାର ଥିଲେ ବା ଆପତ୍ତି ଥିଲେ, ସେମାନେ ସେଦିନ ଜଣାଇପାରିବେ ବୋଲି ମଧ୍ୟ କୁହାଯାଇଛି। କ୍ରାଇମ୍ବ୍ରାଞ୍ଚ୍ର ନୋଟିସ୍ ପରେ ଏବେ ସମସ୍ତ ଙ୍କ ନଜର ଦୀପାଳି ଓ ବିଶାଳ କ୍ରାଇମ୍ବ୍ରାଞ୍ଚ୍କୁ କ’ଣ କହିବେ ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି ? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ? ଏମିତି ବିଭିନ୍ନ ପ୍ରଶ୍ନକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ରାଜନୀତି ବି ବେଶ ସରଗରମ ହୋଇଛି ।
ପୂର୍ବରୁ ନବ ଦାସ ଙ୍କ ହତ୍ୟାକାଣ୍ଡ ପଛରେ ପାଣ୍ଡିଆନ ଥିବା କହିଥିଲେ ତତ୍କାଳୀନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନର ଶାସକ ଦଳ ବିଧାୟକ ଜୟ ନାରାୟଣ ମିଶ୍ର । ନବ ଦାସ ଙ୍କ ହତ୍ୟାକାଣ୍ଡ ପୂର୍ବ ଏବଂ ପରର ପାଞ୍ଚ ଦିନ କଲ ରେକର୍ଡ ଯାଞ୍ଚ ପାଇଁ କରିଥିଲେ ଦାବି । ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଆଣିଥିଲେ ସମାନ ଧରଣର ଅଭିଯୋଗ ।
ସିବିଆଇ ତଦନ୍ତ ପାଇଁ ଗଣମାଧ୍ୟମରେ ଦାବି କରୁଥିବା ଦୀପାଳି ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ଲିଖିତ ଭାବେ ସରକାର ଙ୍କୁ ଆଜି ପର୍ଯ୍ୟନ୍ତ ଜଣାଇଲେ ନାହିଁ । ଆଉ ଏବେ କ୍ରାଇମବ୍ରାଞ୍ଚ ସାମ୍ନା ରେ କଣ କହୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ।