Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ହେଲା ରିକ୍ରିଏସନ୍

Smruti Parija
Browse all articles by Smruti Parija
·1 year ago·1 min read
ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ହେଲା ରିକ୍ରିଏସନ୍

ଭୁବନେଶ୍ୱର:  ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ଆଜି ମାମଲାର ତଦନ୍ତ ପାଇଁ ଭରତପୁର ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଘଟଣାଦିନ ରାତିରେ ଥାନାରେ କଣ ଘଟିଥିଲା, ପୋଲିସ ଅଧିକାରୀଙ୍କ ସହ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ରିକ୍ରିଏସନ୍ ହୋଇଛି । 

ଭରତପୁର ଥାନା ପରେ ପଥରଗାଡ଼ିଆ ଯିବେ କ୍ରାଇମବ୍ରାଞ୍ଚ ଟିମ୍ । ଯେଉଁଠାରେ ଥାନାକୁ ଆସିବା ପୂର୍ବରୁ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କର ରାସ୍ତାରେ କିଛି ଯୁବକଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଅନ୍ୟପଟେ ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । 

ଏନେଇ କୋର୍ଟଙ୍କ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ପୀଡ଼ିତା ରାଜି ହେବାରୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ମାଗିଥିବା ସୂଚନା ମିଳିଛି । ଅଦାଲତଙ୍କ ଅନୁମତି ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ଭରତପୁର ଥାନା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ବୈଠକରେ ଆଲୋଚନା ପରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ  ଅନୁରୋଧ କରାଯାଇଛି । ଏଥିସହ  ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ସେହି ଆଧାରରେ ତଦନ୍ତ ଚାଲିଛି ।  

ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା

Sponsored
Crime Branch on Wednesday revisited ground zero to intensify the probe into the assault of an Indian Army officer and the sexual assault on his fiancee at the Bharatpur police station in Bhubaneswar | Argus News