Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନବଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍, ବୟାନ ରେକର୍ଡ କରୁଥିବା ସୂଚନା

Odisha

ନବଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍, ବୟାନ ରେକର୍ଡ କରୁଥିବା ସୂଚନା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ନବଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍, ବୟାନ ରେକର୍ଡ କରୁଥିବା ସୂଚନା

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ନବଙ୍କ ସରବାହାଲ ସ୍ଥିତ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ନବଙ୍କ ହତ୍ୟାକୁ ୨ ବର୍ଷ ବିତିଥିବା ବେଳେ ଏବେ ବି ଅନେକ ପ୍ରଶ୍ନର ଉତ୍ତର ମିଳିନି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ବୟାନ ରେକର୍ଡ ପାଇଁ ନବଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ।


ସରବାହାଲ ଘରେ ପୁଅ ବିଶାଳ, ଝିଅ ଦିପାଳୀ ଓ ସ୍ତ୍ରୀ ମିନତୀଙ୍କ ବୟାନ କ୍ରାଇମବ୍ରାଞ୍ଚ ରେକର୍ଡ କରୁଥିବା ସୂଚନା ମିଳିଛି । ଏହା ପୂର୍ବରୁ ମାର୍ଚ୍ଚ ୩ରେ ନବଙ୍କ ପୁଅ ବିଶାଳ ଓ ଝିଅ ଦିପାଳୀଙ୍କୁ ହାଜର ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍ ଦେଇଥିଲେ ବି ଉଭୟ ହାଜର ହୋଇ ନଥିଲେ । ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୟାନ ରେକର୍ଡ ଲାଗି ନବଙ୍କ ଘରେ ପହଞ୍ଚିଛି ।


ନବଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପରିବାର ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏପରିକି ନବଙ୍କ ପତ୍ନୀ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚିଠି ଲେଖିଥିଲେ । ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରୁ ବୋଲି ପରିବାର ଗଣମାଧ୍ୟମରେ ଦାବି କରୁଥିଲେ ହେଁ ଲିଖିତ ଭାବେ ସରକାରଙ୍କୁ ଜଣାଉ ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାରି ଭିତରେ କ୍ରାଇମବ୍ରାଞ୍ଚ ନବଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରୁଛି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ (ତଦନ୍ତ ଅଧିକାରୀ) ସହିତ କ୍ରାଇମବ୍ରାଞ୍ଚ ଡିଏସପି ଦୀପ୍ତିମୟୀ ମଲ୍ଲିକ ନବ ଦାସଙ୍କ ସରବାହାଲ ଘରେ ଉପସ୍ଥିତ ରହି ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି ।

Sponsored
Crime Branch Records Statement Of Late Naba Das Family Members | Argus News