Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଷ୍ଟେଟମେଣ୍ଟ ରେକର୍ଡ ପାଇଁ ନବ ଘରେ କ୍ରାଇମବ୍ରାଞ୍ଚ ଟିମ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଷ୍ଟେଟମେଣ୍ଟ ରେକର୍ଡ ପାଇଁ ନବ ଘରେ କ୍ରାଇମବ୍ରାଞ୍ଚ ଟିମ

ନୂଆ ମୋଡ଼ ନେଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ନବ ଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରି-ଓପନ ହେଲା ମର୍ଡର ଫାଇଲ । ନୂଆ ସରକାରଙ୍କ ନୂଆ ଟିମ ନୂଆ ଅନ୍ଦାଜ ରେ ଆରମ୍ଭ କଲେ ତଦନ୍ତ । ନବ ଙ୍କ ଘରେ ପହଞ୍ଚି ଷ୍ଟେଟମେଣ୍ଟ ରେକର୍ଡ କଲା କ୍ରାଇମବ୍ରାଞ୍ଚ ଟିମ । ବୟାନ ରେକର୍ଡ ପରେ କ୍ରାଇମବ୍ରାଞ୍ଚ ଟିମ କହିଛି ତଦନ୍ତ ପରିସରକୁ ଯିଏ ଆସିବେ ସମସ୍ତଙ୍କୁ ପଚରା ଉଚରା କରାଯିବ ।ବୟାନ ଦେବା ପରେ ଦୀପାଳି କହିଛନ୍ତି ଠିକ ଭାବରେ ତଦନ୍ତ ହେବ ବୋଲି ସେ ଆଶା ରଖିଛନ୍ତି ।

ଏପଟେ ବିଧାନସଭାରେ ବି ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ନବ ଦାସ ହତ୍ୟା କାଣ୍ଡରେ ବିଜେଡି ତାଙ୍କ ପରିବାର କୁ ନ୍ୟାୟ ଦେଇ ପାରି ନଥିଲା । ତଦନ୍ତ ବାଟବଣା କରିଥିଲେ ପୂର୍ବ ସରକାର । ଯେଉଁ ଭଳି ତଦନ୍ତ ହେବା କଥା ନ୍ୟାୟ ମିଳିବା କଥା ଦେଇ ପାରିଲେନି । ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ । ଆମ ସରକାରକୁ ଲେଖିକି ଦେବା ପରେ ଆଜି ଠାରୁ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତଦନ୍ତ ର ଅନେକ ଦିଗ ବନ୍ଦ ଥିଲା । ଯେଉଁଠି ଯେଉଁଠି ଲିଙ୍କ ଅଛି open ହବ । ଆଇନ ମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

ଦିନ ଦ୍ୱିପହରରେ ପୋଲିସ ଗୁଳିରେ ଟଳିପଡ଼ିଥିଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ହତ୍ୟାକୁ ଇତିମଧ୍ୟରେ ୨ ବର୍ଷ ଅତିକ୍ରମ କରିଛି । ହେଲେ ତାଙ୍କର ପ୍ରକୃତ ହତ୍ୟାକାରୀ କିଏ ତାକୁ ନେଇ ଆଜି ବି ଲାଗି ରହିଛି ସସ୍ପେନ୍ସ। ତଦନ୍ତ କୁ ନେଇ ଲାଗି ରହିଛି ନାନା କଳ୍ପନା ଜଳ୍ପନା । ଏହାରି ଭିତରେ ନବ ଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆରମ୍ଭ ହୋଇଛି ସାନି ତଦନ୍ତ । ତେବେ ଦେଖିବାର କଥା ନବୀନଙ୍କ କ୍ରାଇମବ୍ରାଞ୍ଚ ଟିମ ଦୁଇ ବର୍ଷ ଧରି ତଦନ୍ତ କୁ ବାଟମାରଣା କରିଥିବା ବେଳେ ମୋହନ ଙ୍କ କ୍ରାଇମବ୍ରାଞ୍ଚ ଟିମ କେବେ ସୁଦ୍ଧା ପ୍ରକୃତ ସତ୍ୟ ଉପରୁ ପରଦା ହଟାଇ ପାରୁଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
crime-branch-team-at-naba-das-house-to-record-statement | Argus News