ଦ୍ଵିତୀୟ ଦିନରେ FM କଲେଜରେ କ୍ରାଇମବ୍ରାଞ୍ଚ ୱିମେନ୍ ୱିଙ୍ଗର ତଦନ୍ତ

Key Points
ଭୁବନେଶ୍ବର ଏମସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଲେଶ୍ବର ପୀଡ଼ିତା
୮ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତତ୍ବାବଧାନରେ ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା
କେଉଁ ପରିସ୍ଥିତିରେ ଆତ୍ମାହୁତି ଉଦ୍ୟମ କଲେ ଛାତ୍ରୀ ?, ଗ୍ରାଉଣ୍ଡରେ ଚାଲିଛି ତଦନ୍ତ
ଦ୍ବିତୀୟ ଦିନରେ FM କଲେଜରେ କ୍ରାଇମବ୍ରାଞ୍ଚ ୱିମେନ୍ ୱିଙ୍ଗ ର ତଦନ୍ତ
ଭୁବନେଶ୍ଵର ଏମସ୍ ICU ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଲେଶ୍ଵର ପୀଡ଼ିତା । ୮ ଜଣିଆ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତତ୍ବାବଧାନରେ ଚାଲିଛି ଚିକିତ୍ସା । AIIMSରେ ଝିଅକୁ ଦେଖିବା ପରେ ପୀଡ଼ିତାଙ୍କ ବାପା କହିଛନ୍ତି- ଝିଅ ଅବସ୍ଥା ଗୁରୁତର ରହିଛି, ଡ଼ାଇଲେସିସ୍ ଆରମ୍ଭ ହୋଇସାରିଛି । ଡାକ୍ତର ଉନ୍ନତ ଚିକିତ୍ସା ଦେବାକୁ ଚେଷ୍ଟା କରୁଛନ୍ତି । ସହଯୋଗ କରୁଛନ୍ତି ରାଜ୍ୟ ସରକାର । `ଏବେ ଭଗବାନ ଭରସା' ।
ସେପଟେ କେଉଁ ପରିସ୍ଥିତିରେ ଏଫଏମ୍ କଲେଜରେ ଘଟିଲା ଏଭଳି ଘଟଣା, କାହିଁକି ଆତ୍ମାହୁତି ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେଲେ ଛାତ୍ରୀ, ଗ୍ରାଉଣ୍ଡରେ ଚାଲିଛି ଖୋଳତାଡ଼ । ଦ୍ଵିତୀୟ ଦିନରେ ବାଲେଶ୍ଵର FM କଲେଜରେ କ୍ରାଇମବ୍ରାଞ୍ଚ ୱିମେନ୍ ୱିଙ୍ଗର ତଦନ୍ତ ।
ପ୍ରାଥମିକ ପର୍ଯ୍ୟାୟରେ ନିଲମ୍ବିତ ପ୍ରିନ୍ସିପାଲ ଓ ଅନ୍ୟ ICC କମିଟି ତଦନ୍ତ ପରିସରଭୁକ୍ତ ହୋଇସାରିଛନ୍ତି। ପୁନର୍ବାର ସମସ୍ତଙ୍କୁ ଡକାଯାଇ ତଦନ୍ତ ପରିସରଭୁକ୍ତ କରାଯିବ । ପ୍ରାଥମିକ ପର୍ଯ୍ୟାୟର ତଦନ୍ତ ରିପୋର୍ଟ ହେଡ ଡିପାଟମେଣ୍ଟକୁ ଅବଗତ କରାଯାଇଛି । ସେପଟେ ଉଚ୍ଚଶିକ୍ଷା ବିଭାଗର ୩ ଜଣିଆ ଟିମ୍ ମଧ୍ୟ ବାଲେଶ୍ବର ଯାଇ ତନାଘନା ଚଳାଇଛନ୍ତି ।