ବିଜେପି ସରକାର ଆସିବା ପରେ କମିଛି ମହିଳା ବିରୋଧୀ ଅପରାଧ

ବିଜେପି ସରକାର ଆସିବା ପରେ ରାଜ୍ୟରେ କମିଛି ମହିଳା ବିରୋଧୀ ଅପରାଧ। ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବସରକାର ତୁଳନାରେ ନୂଆ ସରକାର ଆସିବା ପରେ ରାଜ୍ୟରେ ୭.୪ ପ୍ରତିଶତ କମିଛି ହତ୍ୟା ମାମଲା। ନାବାଳିକା ଯୌନ ନିର୍ଯାତନା ୭.୭ କମିଥିବା ବେଳେ ଦୁଷ୍କର୍ମ ମାମଲା ୧.୭ ପ୍ରତିଶତ କମିଛି। ସେହିଭଳି ଅସଦାଚରଣ ୩.୯ ପ୍ରତିଶତ, ଯୌନ ନିର୍ଯାତନା ୧୩.୫ ପ୍ରତିଶତ, ଶୋଷଣ ୨୨.୩ ପ୍ରତିଶତ, ମହିଳା ଚାଲାଣ ୩୫.୫ ପ୍ରତିଶତ କମିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ସରକାର ମହିଳା ବିରୋଧୀ ଅପରାଧ ଗୁଡ଼ିକୁ ରେଡ୍ ଫ୍ଲାଗ୍ ମାମଲା ଅନ୍ତର୍ଭୁକ୍ତ କରି ତ୍ୱରିତ କାର୍ଯ୍ୟନୁଷ୍ଠାନ ନେଉଛନ୍ତି। ଦୋଷୀ ସାବ୍ୟସ୍ତ ହାର ବଢ଼ିଛି । ଶୂନ୍ୟ ସହନଶୀଳତା ନୀତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଅନ୍ୟପଟେ ଗୃହ ଅଚଳାବସ୍ଥାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହିରଚନ୍ଦନ କହିଛନ୍ତି ରାଜନୈତିକ ସ୍ଵାର୍ଥକୁ ଚରିତାର୍ଥ କରିବା ଲାଗି ହାଇଡ୍ରାମା କରୁଛନ୍ତି ବିରୋଧୀ। ମାର୍ଚ୍ଚ ୭ରୁ ଏନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି ବିରୋଧୀ। ଶୃଙ୍ଖଳା ରକ୍ଷା କରିବା ପାଇଁ ବାଚସ୍ପତି ଜଣେ କଂଗ୍ରେସ ବିଧାୟକଙ୍କୁ ଅନିଚ୍ଛା ସତ୍ତ୍ଵେ ନିଲମ୍ବିତ କରିଥିଲେ । ଆଶା କରାଯାଉଥିଲା, ଦଣ୍ଡ ବିଧାନ ପରେ ବିରୋଧୀ ଦଳ ମାନେ ଗୃହକୁ ଠିକ୍ ଭାବେ ଚଳାଇ ଭୂମିକା ନିର୍ବାହ କରିବେ । ହେଲେ ଏମିତି ହେଲା ନାହିଁ। ବୁଡ଼ି ଯାଉଥିବା କଂଗ୍ରେସ ତାର ସ୍ଥିତିକୁ ବଞ୍ଚାଇବାକୁ ଏମିତି କରୁଛି। ବିଧାନସଭାରେ ଗୁଣ୍ଡାରାଜ କରିବା, ଗୃହ ଚାଲିଥିବା ବେଳେ ଘଣ୍ଟଘଣ୍ଟା ବଜାଇବା ଅଗଣତାନ୍ତ୍ରିକ ।
📱 Get Argus News App
✨ଇତିହାସ ଦେଖିଲେ- କଂଗ୍ରେସ ସମୟରେ ଅନେକ ମହିଳା ଅତ୍ୟାଚାରର ଶିକାର ହୋଇଥିଲେ, ସେମାନଙ୍କୁ ନ୍ୟାୟ ଦେଇ ପାରିନଥିଲ । ମୋହନ ମାଝୀଙ୍କ ସରକାର ମହିଳା ସୁରକ୍ଷା ପାଇଁ ସଚେତନ ଅଛୁ । ଯାହା ଚାହୁଁଛ ବିଧାନସଭାରେ ଆଲୋଚନା କର, ଗଣମାଧ୍ୟମରେ ନୁହେଁ । କେବଳ ବିଧାନସଭାର ସମୟ ସାରିବାକୁ ଏହା କଂଗ୍ରେସର ଷଡଯନ୍ତ୍ର ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି।