Videos
|
Odisha

ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

Key Points

ନଦୀକୁ ଶୌଚ ହେବାଜୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣା ପଡିଛି l ମହିଳା ଜଣଙ୍କ ମହାନ୍ତିଗାଁ ର କାଜଲ ମହାନ୍ତି (୪୦) l ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଥିବା ବି ମହିଳାଙ୍କ ପତ୍ତା ମିଳିନାହିଁ l

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ l ଖରସ୍ରୋତା ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର l ଏଭଳି ଦୁଖଃଦ ଘଟଣା ଘଟିଛି ଆଳି ବ୍ଲକ ଅନ୍ତର୍ଗତ କୋଲଢିଅ ପଞ୍ଚାୟତ ମହାନ୍ତିଗାଁ ରେ l ନଦୀକୁ ଶୌଚ ହେବାଜୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣା ପଡିଛି l ମହିଳା ଜଣଙ୍କ ମହାନ୍ତିଗାଁ ର କାଜଲ ମହାନ୍ତି (୪୦) l ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଥିବା ବି ମହିଳାଙ୍କ ପତ୍ତା ମିଳିନାହିଁ l


ଗତବର୍ଷ ମଧ୍ୟ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା l କୁମ୍ଭୀର ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ l ଵର୍ତମାନ ଘଟଣା ସ୍ଥଳରେ ଆଳି ଅଗ୍ନି ସମ ବାହିନୀ ପହଁଚି ଖୋଜାଖୋଜି କରିଥିବା ଜଣା ପଡିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Crocodile drags woman away | Argus News