Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା ଛଡାଇ ନେଲା ବର୍ଷକର ଚାଷ, ଚିନ୍ତାରେ ଚାଷୀ

Smruti parija
Browse all articles by Smruti parija
·1 year ago·2 min read
ବର୍ଷା ଛଡାଇ ନେଲା ବର୍ଷକର ଚାଷ, ଚିନ୍ତାରେ ଚାଷୀ

Key Points

ଅଦିନିଆ ବର୍ଷା ପରେ ବଢିଲା ଚାଷୀଙ୍କ ଚିନ୍ତା । ଶହ ଶହ ଏକର ଜମିରେ ଭିଜିଲା ପାଚିଲା ଧାନ ।

ଅର୍ଗସ ବ୍ୟୁରୋ : ଅଦିନିଆ ବର୍ଷା ପରେ ବଢିଲା ଚାଷୀଙ୍କ ଚିନ୍ତା । ଶହ ଶହ ଏକର ଜମିରେ ଭିଜିଲା ପାଚିଲା ଧାନ । ଗଜା ହେବା ଆଶଙ୍କାରେ ଚାଷୀ ଏବେ ହତାଶ ହୋଇପଡିଛନ୍ତି । ଗଞ୍ଜାମ ଆସ୍କାରେ ପରିବା କିଆରୀରେ ପାଣି ଜମିବାରୁ ପଚିଗଲା ବାଇଗଣ, ଭେଣ୍ଡି ଓ କଲରା । ବ୍ରହ୍ମଗିରିରେ ପାଣିରେ ବୁଡି ରହିଛି ଗଜା ଧାନ । ଖୋର୍ଦ୍ଧା ଜିଲ୍ଲା ଟାଗିଂରେ ମଧ୍ୟ ଗଜାହୋଇଛି ପାଚିଲା ଧାନ। ସେପଟେ ଆଜି ପାଗରେ ସୁଧାର ଆସିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।


ସେହିପରି ବ୍ରହ୍ମଗିରିରେ ପାଣିରେ ବୁଡି ରହିଛି ଗଜା ଧାନ । କୁଶୁବେଣ୍ଟି ପଞ୍ଚାୟତରେ ଚାଷ ଜମିରେ ଲହଡି ମାରୁଛି ବର୍ଷା ପାଣି । ଅଦିନିଆ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଫଳରେ ସହାୟତା ଅପେକ୍ଷାରେ ରହିଛନ୍ତି ଚାଷୀ । ବଡମ୍ବା ନରସିଂହପୁରର ହଜାର ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ। ଲଗାଣ ବର୍ଷାରେ କ୍ଷେତରେ ଚାଷ କରିଥିବା ସମସ୍ତ ଫସଲ ନଷ୍ଟ ହୋଇଯାଇଛି । ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । କ୍ଷତି ପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀକୂଳ । ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ଚାଷ ପାଇଁ ଚାଷୀ ଆଣିଥିବା ଋଣ କିପରି ସୁଝିବ ତାକୁ ନେଇ ଏବେ ଚିନ୍ତାରେ ଚାଷୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଣ୍ଟାମାଳ ଅଂଚଳରେ ଗତ 3ଦିନ ହବ ଅଦିନିଆ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଛି I ତେବେ କଣ୍ଟାମାଳର ଶଗଡା ଅଂଚଳର ବିଭିନ୍ନ ଧାନକ୍ଷେତରେ ଅମଳ କରିଥିବା ଧାନ ପଡିରହିଛି । ଫଳରେ ବର୍ଷା ଯୋଗୁଁ ଧାନ ଗଜା ଦେବାରେ ଲାଗିଛି । ଏପଟେ ଯେତିକି ଧାନ ଅଛି ତାକୁ ସାଉଁଟିବାରେ ବ୍ୟସ୍ତ ଚାଷୀ । ଚାଷୀ ଧାରକରଜ କରି ଧାନ ଚାଷ କରିଥିବାବେଳେ ଦାଉ ସାଜିଛି ଅଦିନିଆ ବର୍ଷା । କେବଳ ଧାନ ନୁହେଁ, ରବି ଫସଲ ପାଇଁ ବିଲରେ ବୁଣା ହୋଇଥିବା ମୁଗ, ବିରି ବିହନ ଧୋଇ ଯାଇଛି l ଅନ୍ୟ ପଟେ ହରଡ଼ ଚାଷ କରିଥିବା ଚାଷୀଙ୍କ ଚାଷ ବର୍ଷା ଯୋଗୁଁ ସବୁ ଫୁଲ ଝଡ଼ି ପଡିଛି, ପବନ ଯୋଗୁଁ ହରଡ଼ ଗଛ ସବୁ ଭୂଇଁ ରେ ପଡିରହିଛି ।


ଅଦିନିଆ ବର୍ଷା ଯୋଗୁଁ ହରଡ଼ ଚାଷ ସହ ପନିପରିବା ଚାଷ ବହୁ କ୍ଷତି ହୋଇଥିବା କହିଛନ୍ତି ଚାଷୀ । ଆସନ୍ତା ୨୭ରୁ ପୁଣି ଏକ ଏକ ଲଘୁଚାପ ନାଁ ଶୁଣି ଚାଷୀ ଏବେ ଏକ ପ୍ରକାର ଛାନିଆ ହୋଇଯାଇଥିବା ଦେଖିବାକୁ ମିଳିଛି । ଏଭଳି ପାଗ ଆଗକୁ ଲାଗି ରହିଲେ ଏ ବର୍ଷ ଖାଇବାକୁ ଗଣ୍ଡେ ମିଳିବ ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅଧିନସ୍ଥ ଲେଣ୍ଡୋ ପଞ୍ଚାୟତ ଅଞ୍ଚଳର ଅନେକ ଚାଷୀ ଅଭିଯୋଗ କରିଛନ୍ତି ଏବଂ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

Sponsored
crop-damaged-in-different-places-of-odisha-due-to-rainfall | Argus News