Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 5-ଟି ଦୁର୍ନୀତିର ପାର୍ଟ-୨ : ଭୂତ କମ୍ପାନୀ ଦେଖାଇ କୋଟି କୋଟି ଚଳୁ

Odisha

5-ଟି ଦୁର୍ନୀତିର ପାର୍ଟ-୨ : ଭୂତ କମ୍ପାନୀ ଦେଖାଇ କୋଟି କୋଟି ଚଳୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
5-ଟି ଦୁର୍ନୀତିର ପାର୍ଟ-୨ : ଭୂତ କମ୍ପାନୀ ଦେଖାଇ କୋଟି କୋଟି ଚଳୁ

Key Points

  • 5-ଟି ଦୁର୍ନୀତିର ପାର୍ଟ-୨
  • ଭୂତ କମ୍ପାନୀ ଦେଖାଇ କୋଟି କୋଟି ଚଳୁ
  • ଟିମ୍‌ ୱାକ୍‌ ନାଁରେ ଖାଇଗଲେ ସବୁ

ଅର୍ଗସ ବ୍ୟୁରୋ: ଫାଇଭ-ଟିରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୋଲୁଛି ପୋଲ । ବିଜେଡି ଅମଳରେ କେମିତି ଓ କେଉଁ ପରି ଭାବରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିଲା ତାହା ଗୁମର ଖୋଲିଛି । କେବଳ ବାଲେଶ୍ଵରରେ ଟିମ୍‌ ୱାକ୍‌ରେ ଲୁଟ୍‌ ହୋଇଛି ମୋଟା ଅଙ୍କର ଟଙ୍କା । ପ୍ରଥମ ପର୍ଯ୍ୟାୟରେ ମିଛ ଜିଏସଟି ବିଲ୍‌ରେ ଟଙ୍କା ଖାଇଥିଲେ, ଏବେ ଭୂତ କମ୍ପାନୀରେ ଟଙ୍କା ହରିଲୁଟ୍‌ କଲେ । ଯାହାକୁ ନେଇ କେବଳ ବାଲେଶ୍ଵର ଜିଲ୍ଲାରେ ନୁହେଁ ବରଂ ପୁରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ବିଜେଡି ସରକାରରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଯାହାର ଏବେ ଗୁମର ଖୋଲିଛି । ଖାଲି ଗୁମର ଖୋଲିଛି ତାହା ନୁହେଁ ବରଂ ବିବାଦ ଘେରକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣ୍ଡ ଟିମ୍ । ନବୀନଙ୍କ ଛତ୍ରଛାୟା ତଳେ ପାଣ୍ଡିଆନଙ୍କ  5ଟି କାମ ନାଁରେ ବଡ ଦୁର୍ନୀତି କରିଥିଲେ, କୋଟି କୋଟି ଟଙ୍କା ଖାଇଥିଲେ । ଖାସ୍‌ କରି ବାଲେଶ୍ଵରରେ ମନଇଚ୍ଛା ଦୁର୍ନୀତି କରିଛନ୍ତି ପାଣ୍ଡିଆନ । ସୂଚନା ଅନୁସାରେ, ଭୂତ କମ୍ପାନୀ ଦେଖାଇ ୫ଟି ବିଦ୍ୟାଳୟ ରୂପାନ୍ତରୀକରଣ ନାଁରେ ମହାଘୋଟାଲା ହୋଇଛି । କେବଳ ବାଲେଶ୍ଵର ସଦର ବ୍ଲକରେ ୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଘୋଟାଲା ହୋଇଛି । ଏଥିରେ ବାଲେଶ୍ଵରର ତଥାକଥିତ ବିଜେଡିର ପାୱାରଫୁଲ ଲିଡରଙ୍କ ସମ୍ପୃକ୍ତି ରହିଥିବାର ଅଭିଯୋଗ । 

ସୂଚନା ଅଧିକାର ଆଇନ ବଳରେ ମିଳିଥିବା  ଏଇ ତଥ୍ୟ ଉପରେ, ବାଲେଶ୍ବର ସଦର ବ୍ଲକ ଛାନୁଆ ସରକାରୀ ପଞ୍ଚାୟତ ହାଇସ୍କୁଲ ପାଇଁ  ଭିନାୟକ ସାଇଣ୍ଟିଫିକ୍ ନାମକ ଏକ ବ୍ୟବସାୟୀକ ଅନୁଷ୍ଠାନରୁ କିଣା ଯାଇଥିବା ସାମଗ୍ରୀ  ୩ ମେ ୨୦୨୨ରେ ଉକ୍ତ ବ୍ୟବସାୟୀକ ଅନୁଷ୍ଠାନ ନିକଟରୁ ୧ଲକ୍ଷ ୪୦ହଜାର ଟଙ୍କାର ସାମଗ୍ରୀ ମଧ୍ୟ କିଣାହୋଇଥିବା ଏହି ସବୁ ବିଲରେ ଦର୍ଶାଯାଇଛି । ଆଉ କୋଟିକୋଟି ଟଙ୍କାର ବିଲ୍ ଦେଖାଇ ଲୁଟି ନେଇଛନ୍ତି ଟଙ୍କା । ଆପଣ ନିଶ୍ଚିତ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି । ସାମଗ୍ରୀ କିଣା ହୋଇଛି ବିଲ ହୋଇଛି । ଏଥିରେ ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶାରେ ଭିନାୟକ ସାଇଣ୍ଟିଫିକ୍ ବୋଲି କୌଣସି କମ୍ପାନୀ ବା ବ୍ୟବସାୟୀକ ଅନୁଷ୍ଠାନ ହିଁ ନାହିଁ । ଭୂତ କମ୍ପାନୀକୁ ଦର୍ଶାଇ ୪୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଠିକ୍‌ ସେମିତି GST ନମ୍ବରରେ ଦର୍ଶାଯାଇଥିବା କମ୍ପାନୀର ଠିକଣା ଅନୁଯାଇ ଖାତା ନମ୍ବର ରହିଛି ୧୦୪୭/୩୮୭  , ପ୍ଲଟ ନଂ- ୨୦୯୫/୨୮୫୨ ଛାନୁଆ ପଞ୍ଚାୟତ ବସ୍ତା ବ୍ଲକ ବାଲେଶ୍ବର । ଜମିର ମାଲିକ ହେଉଛନ୍ତି ରାମ ଚନ୍ଦ୍ର ନାୟକ ପିତା ବିପ୍ର ନାୟକ, କିନ୍ତୁ ସେ ସ୍ଥାନରେ କୌଣସି ଏଭଳି ଦୋକାନ ହିଁ ନାହିଁ । ଆଉ ଯାହାକି ପ୍ରମାଣ କରୁଛି ଭୂତ କମ୍ପାନୀ ନାଁରେ ଲୁଟ୍ ହୋଇଛି କୋଟି କୋଟି ଟଙ୍କା ।  ଖାଲି ଏତିକି ନୁହେଁ ବରଂ ଛାନୁଆ ପଞ୍ଚ‍ାୟତ ହାଇସ୍କୁଲରେ କିଣାଯାଇଥିବା ସାମଗ୍ରୀ ଅତ୍ୟନ୍ତ ନିମ୍ନ ମାନର । ଯେଉଁ କିଛି ଉପକରଣ ଲାଗିଥିଲା ତାହା ମଧ୍ୟ ଖରାପ ହୋଇଗଲାଣି । ଆଉ ଏହାକୁ ବିଦ୍ୟାଳୟ କର୍ତ୍ତୁପକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି । ସେପଟେ ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ପୂର୍ବରୁ ବାଲେଶ୍ଵରରେ ଜିଏସଟି ବିଲ୍‌ ଠକେଇ କୋଟି କୋଟି ଦୁର୍ନୀତି ହୋଇଥିଲା । ଏବେ ପୁଣି ଥରେ ସେହି ସ୍ଥାନରୁ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଥିବାରୁ ପାଣ୍ଡିଆନଙ୍କ ବିବାଦ ବଢିଛି ।
(ଉମରକୋଟରୁ ସନ୍ତୋଷ ପାତ୍ରଙ୍କ ସହ ବାଲେଶ୍ଵରରୁ ଗୁରୁପ୍ରସାଦ ବାରିକ ଓ ସଂଜୟ ମହାଲିକଙ୍କ ରିପୋର୍ଟ)

Sponsored
5-T School Scam | Argus News